Nag Panchami 2023: ଜୀବନକୁ ନଷ୍ଟ କରିଦିଏ କାଳସର୍ପ ଦୋଷ, କରନ୍ତୁ ଏହି ପ୍ରତିକାର
Advertisement
Article Detail0/zeeodisha/odisha1832190

Nag Panchami 2023: ଜୀବନକୁ ନଷ୍ଟ କରିଦିଏ କାଳସର୍ପ ଦୋଷ, କରନ୍ତୁ ଏହି ପ୍ରତିକାର

Nag panchami 2023: ଆପଣଙ୍କ ରାଶିରେ ରହିଛି କି କାଳସର୍ପ ଦୋଷ ? ଯଦି ହଁ ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପେ ଆପଣଙ୍କୁ ଜଣାଇବୁ କିପରି ଜ୍ୟୋତିଷ ଶାସ୍ତ୍ର ହିସାବରେ ଆପଣଙ୍କ ଦୋଷ ହେବ ଖଣ୍ଡନ ।

Nag Panchami 2023: ଜୀବନକୁ ନଷ୍ଟ କରିଦିଏ କାଳସର୍ପ ଦୋଷ, କରନ୍ତୁ ଏହି ପ୍ରତିକାର

Nag Panchami 2023: ହିନ୍ଦୁ ଶାସ୍ତ୍ର ନିୟମ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଶୁଭ ଏବଂ ଅଶୁଭ ଯୋଗ ରହିଥାଏ । ଭବିଷ୍ୟତ କିପରି ହେବ ତାହା ମଧ୍ୟ ରାଶି ନକ୍ଷତ୍ର ଅନୁଯାୟୀ ଗଣନା କରାଯାଇଥାଏ । ଯଦି ରାଶିରେ କୌଣସି ସମସ୍ୟା ଥାଏ ତେବେ ଜ୍ୟୋତିଷମାନେ ତାର ପ୍ରତିକାର କରିବାକୁ ବିଭିନ୍ନ ଉପାୟ କହିଥାନ୍ତି । ସେହି ଉପାୟରେ ଅନେକ ଲୋକ ନିଜର ରାଶି ନକ୍ଷତ୍ରରେ ଥିବା ଦୋଷକୁ ଖଣ୍ଡନ କରିବାକୁ ବିଭିନ୍ନ ପ୍ରୟାସ କରିଥାନ୍ତି । ଆପଣଙ୍କ ରାଶିରେ ଯଦି କୌଣସି ଗ୍ରହର ପ୍ରଭାବ ଥାଏ ସେଥିପାଇଁ ଶାସ୍ତ୍ରରେ ପ୍ରତିକାରର ନିୟମ ରହିଛି । ଅନେକ ବ୍ୟକ୍ତିଙ୍କ ରାଶିରେ କାଳସର୍ପ ଦୋଷ (kalsarp dosh) ମଧ୍ୟ ରହିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ରାହୁ ଓ କେତୁ ଆସନ୍ତି ତେବେ କାଳସର୍ପ ଦୋଷ ହୋଇଥାଏ । ଯଦି ରାଶିର ନିମ୍ନ ଭାଗରେ ରାହୁ ଅବସ୍ଥାନ କରନ୍ତି ତେବେ ମଧ୍ୟ କାଳସର୍ପ ଦୋଷ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କାଳସର୍ପ ଦୋଷ ଅନେକ ସମୟରେ ରାଶିରେ କୁ ପ୍ରଭାବ ପକାଇଥାଏ । ତେଣୁ ଏଥିପାଇଁ ପ୍ରତିକାରର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ରାଶିରେ ବି ଏପରି ସମସ୍ୟା ରହିଛି ତେବେ ଆପଣ ମଧ୍ୟ ଯଥାଶୀଘ୍ର ଜ୍ୟୋତିଷ ଶାସ୍ତ୍ର (Astrology) ହିସାବରେ କାଳସର୍ପ ଦୋଷ ଖଣ୍ଡନ ପାଇଁ ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ନାଗ ପଞ୍ଚମୀକୁ ଉପଯୁକ୍ତ ସମୟ ବୋଲି ବିବେଚନା କରାଯାଇଥାଏ । କାରଣ ଏହିଦିନ ପୂଜା କଲେ ଅଧିକ ଫଳପ୍ରଦ ହୁଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ଅଗଷ୍ଟ ୨୧ ତାରିଖରେ ନାଗ ପଞ୍ଚମୀ ପାଳନ କରାଯିବ । ଏହି ଦିନରେ ଆପଣ ଯଥା ବିଧିରେ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ପାଇପାରିବେ । ତେବେ ଜାଣିରଖନ୍ତୁ କିପରି କରିବେ ପୂଜା ଓ ପ୍ରତିକାର ।

ହିନ୍ଦୁ ଧର୍ମରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ନାଗ ଦେବତାଙ୍କୁ ପ୍ରଭୁ ଭୋଲେନାଥଙ୍କର ମୁଖ୍ୟ ଅଳଙ୍କାର ଭାବରେ ପୂଜା କରାଯାଏ । ପ୍ରଭୁ ଶିବ ଶଙ୍କରଙ୍କ ବେକରେ ନାଗ ଦେବତାଙ୍କ ସ୍ଥାନ । ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କ ସହିତ ପ୍ରଭୁ ଭୋଲେନାଥଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଜଳ ଲାଗି କରିବା ଆବଶ୍ୟକ । ମନେରଖନ୍ତୁ ଆପଣ ତମ୍ବା ପାତ୍ରରୁ ହିଁ ଜଳ ଲାଗି କରିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ । ପୂଜା କରିବା ପରେ ମହାଦେବଙ୍କ ନିକଟରେ ବେଲପତ୍ର, କ୍ଷୀର, ମିଠା ସହ ବିଭିନ୍ନ ପ୍ରକାରର ଫଳ ଏବଂ ଫୁଲ ଚଢାନ୍ତୁ । ମହାଦେବଙ୍କ ପୂଜା ସରିବା ପରେ ନାଗ ଦେବତାଙ୍କୁ ମଧ୍ୟ ପୂଜା କରିବା ଉଚିତ ।

ନିଜ ରାଶି ନକ୍ଷତ୍ରରୁ କାଳସର୍ପ ଦୋଷ ହଟାଇବା ପାଇଁ ନାଗ ପଞ୍ଚାମୀ ଦିନ ଶିବ ମନ୍ଦିର ନିକଟରେ ଥିବା ତମ୍ୱା କିମ୍ୱା ପିତ୍ତଳର ସାପକୁ ପୂଜା କରିବା ଦ୍ୱାରା ଆପଣଙ୍କ କାଳସର୍ପ ଦୋଷ ଖଣ୍ଡନ ହୋଇଥାଏ । ଏଥିସହ ଆପଣଙ୍କ ଜୀବନରେ ଖୁସି ଆସିଥାଏ । କେବଳ ସେତିକି ନୁହେଁ ବରଂ ଧନ ବୃଦ୍ଧିର ସୁଯୋଗ ସୃଷ୍ଟି ହୁଏ । ଯଦି ଜଣେ ବ୍ୟକ୍ତି କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ପାଞ୍ଜିରେ ଉଲ୍ଲେଖ ରହିଥିବା ଶୁଭ ସମୟରେ ପୂଜା ପାଠ କରିବା ଆବଶ୍ୟକ । ଆପଣ ଜାଣି ରଖନ୍ତୁ ସକାଳ ୫.୫୩ରୁ ୮.୩୦ ହେଉଛି ଅତ୍ୟନ୍ତ ଶୁଭ ସମୟ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଆପଣ କଦାପି କୌଣସି ସାପକୁ ଆଘାତ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅନିଷ୍ଟ ହୁଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି ।

Also Read- Business Tips: ବ୍ୟବସାୟରେ ଉନ୍ନତି ଚାହାନ୍ତି କି? ଆପଣାନ୍ତୁ ଏହି ଟିପ୍ସ୍