Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା
Advertisement
Article Detail0/zeeodisha/odisha2247921

Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Mars Transit in Aries: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜର ଗତିବିଧି ପରିବର୍ତ୍ତନ କରନ୍ତି । ଗ୍ରହମାନଙ୍କର ସେନାପତି ମଙ୍ଗଳ ଖୁବ ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ବର୍ତ୍ତମାନ ମୀନ ରାଶିରେ ଥିବା ସମୟରେ ଖୁବ ଶୀଘ୍ର ମେଷ ରାଶିରେ ଚଳନ କରିବେ ।

Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Mangal Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଏହି କ୍ରମର ଗ୍ରହମାନଙ୍କର ସେନାପତି ମଙ୍ଗଳ ଖୁବଶୀଘ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ବର୍ତ୍ତମାନ ମୀନ ରାଶିରେ ଅବସ୍ଥିତ ଅଛନ୍ତି । ଜୁନ୍ ୧ ତାରିଖରେ, ମଙ୍ଗଳ ମୀନ ରାଶିରୁ ମେଷ ରାଶିକୁ ଚଳନ କରିବେ । ଜୁଲାଇ ୧୨ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ ମଙ୍ଗଳ । ୩ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ପ୍ରଭାବ ପଡିବ ବୋଲି ବିବେଚନା କରାଯାଉଛି । ସେ ରାଶି ଗୁଡିକ କେଉଁ ରାଶି ଆସନ୍ତୁ ସେ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ।

ମେଷ ରାଶି
ମଙ୍ଗଳଙ୍କ ଶୁଭ ପ୍ରଭାବରୁ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ବିଚାରାଧୀନ କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ସଂପୂର୍ଣ୍ଣ ସମର୍ଥନ ପାଇବେ । ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହେବ । ନିବେଶ ଉପରେ ଭଲ ଫଳାଫଳ ପାଇପାରିବେ । କ୍ୟାରିୟର ଦୃଷ୍ଟିରୁ ଆପଣଙ୍କୁ ନୂଆ ସଫଳତା ମିଳିପାରେ । ପାରିବାରିକ ସମ୍ପର୍କରେ ମଧୁରତା ରହିବ । ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ ।

ଧନୁ ରାଶି
ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବ ଆପଣଙ୍କ ରାଶିରେ ରହିଛି । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ହେବାକୁ ଯାଉଛି । ଆପଣଙ୍କର କାର୍ଯ୍ୟକୁ ଅନ୍ୟମାନେ ପ୍ରଶଂସା କରିବେ । ଭଲ କାମ କରିବା କାରଣରୁ ଆପଣ ପଦୋନ୍ନତି ପାଇପାରନ୍ତି । ଦରମା ବଢିବାର ଯଥେଷ୍ଟ ସମ୍ଭାବନା ରହିଛନି । ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପରିବାରରେ ଭାଇ ଓ ଭଉଣୀମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

ମୀନ ରାଶି
ମଙ୍ଗଳ ଗ୍ରହ ଚଳନ ପ୍ରଭାବରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଖର୍ଚ୍ଚ କମ ହେବା ସହ ଟଙ୍କା ସଞ୍ଚୟ କରିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବିଚାରାଧୀନ କାର୍ଯ୍ୟ ଶେଷ ହେବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପଡିବ । ବ୍ୟବସାୟୀମାନେ ନୂଆ ଚୁକ୍ତି କରିପାରନ୍ତି । ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି ଯାହା ଭବିଷ୍ୟତରେ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ