Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ
Advertisement
Article Detail0/zeeodisha/odisha2259227

Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ

ଜୁନ୍ ୦୧ ତାରିଖ ଦିନ ମେଷ ରାଶିରେ ପ୍ରବେଶ କରିବ । ମଙ୍ଗଳ ଗ୍ରହଙ୍କ ଏହି ଚଳନ କାରଣରୁ ଅନେକ ରାଶିର ଲୋକ ଉପକୃତ ହେବେ । ଆସନ୍ତୁ ଜ୍ୟୋତିଷ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ କହିବା ଅନୁଯାୟୀ ଜାଣିବା କେଉଁ ରାଶିର ବ୍ୟକ୍ତି ବିଶେଷ ମଙ୍ଗଳ ଚଳନରୁ ଉପକୃତ ହେବେ ।

Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ

Mangal Gochar In Mesh Rashi: ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗ୍ରହ ଚଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାର ପ୍ରଭାବ ପ୍ରତ୍ୟକ ରାଶିର ଲୋକଙ୍କ ଜୀବନରେ ଦେଖିବାକୁ ମିଳିଥାଏ । ଆଗକୁ ଜୁନ୍ ୦୧ ରେ, ଗ୍ରହମାନଙ୍କର ସେନାପତି ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ବର୍ତ୍ତମାନ ମଙ୍ଗଳ ମୀନ ରାଶିରେ ଅବସ୍ଥିତ ଅଛନ୍ତି । ଜୁନ୍ ୦୧ ତାରିଖ ଦିନ ମେଷ ରାଶିରେ ପ୍ରବେଶ କରିବେ । ମଙ୍ଗଳ ଗ୍ରହଙ୍କ ଏହି ଚଳନ କାରଣରୁ ଅନେକ ରାଶିର ଲୋକଙ୍କୁ ନକରାତ୍ମକ ଫଳ ମିଳିବାକୁ ଥିବା ସମୟରେ କିଛି ରାଶିର ଲୋକଙ୍କୁ ସକରାତ୍ମକ ଫଳାଫଳ ମିଳିବ । ଆସନ୍ତୁ ଜ୍ୟୋତିଷ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ କହିବା ଅନୁଯାୟୀ ଜାଣିବା କେଉଁ ରାଶିର ବ୍ୟକ୍ତି ବିଶେଷ ମଙ୍ଗଳ ଚଳନରୁ ଉପକୃତ ହେବେ ।

ମେଷ ରାଶି
ମଙ୍ଗଳ ବର୍ତ୍ତମାନ ମେଷ ରାଶିର ପ୍ରଥମ ଘରେ ଚଳନ କରୁଛନ୍ତି । ମଙ୍ଗଳ ଗ୍ରହଙ୍କ ଚଳନ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି । ବିଶେଷ କରି କ୍ୟାରିୟର ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଲାଭ ହେବା ସହ ଚାକିରିରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ବୃଷ ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଆୟ ବୃଦ୍ଧି ପାଇବା ସହିତ ନୂଆ ଆୟର ଉତ୍ସ ମିଳିବ । ଯଦି କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ବିଚାରାଧୀନ ରହିଛି, ତେବେ ଏହା ଶୀଘ୍ର ସମାପ୍ତ ହେବ । ବ୍ୟବସାୟରେ ଲାଭ ଏବଂ ଚାକିରିରେ ପଦୋନ୍ନତି ମିଳିବ । ପରୀକ୍ଷାରେ କୃତକାର୍ଯ୍ୟ ହେବାର ଅଧିକ ସମ୍ଭାବନା ରହିଛି । ଆପଣ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ । କିନ୍ତୁ ଟଙ୍କା ପ୍ରସଙ୍ଗରେ ଆପଣ ସାବଧାନ ହେବା ଆବଶ୍ୟକ ରହିଛି ।

କର୍କଟ ରାଶି
ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ଅଟେ । କର୍ମକ୍ଷେତ୍ରରେ ଆପଣ ଯଥେଷ୍ଟ ସଫଳତା ପାଇବେ । ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ସହିତ ସମର୍ଥନ ପାଇବେ । ବ୍ୟବସାୟ ଆପଣ ବଡ଼ ଡିଲ୍ କରିପାରନ୍ତି । ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବିବାହିତ ଲୋକମାନେ ସୁଖମୟ ଜୀବନଯାପନ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬

Also Read- BSNL Plan: ମାତ୍ର ୧୧୮ ଟଙ୍କା ଖର୍ଚ୍ଚରେ ୧୦ଜିବି ଡାଟା, ଅସୀମିତ କଲିଂ ସହ ଏହି ସୁବିଧା

Also Read- ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ