Advertisement
Photo Details/zeeodisha/odisha2425165
photoDetails0hindi

Budh Transit 2024: ବୁଧଙ୍କ ପ୍ରଭାବ ପାଇଁ ଏହି ୪ଟି ରାଶିକୁ ରହିବାକୁ ହେବ ସତର୍କ

Mercury Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ରାଜକୁମାର ବୁଧ ପ୍ରାୟ ୨୧ ଦିନ ମଧ୍ୟରେ ରାଶି ପରିବର୍ତ୍ତନ କରେ । ନିକଟରେ ବୁଧ ୪ ସେପ୍ଟେମ୍ବର ୨୦୨୪ ରେ ସୂର୍ଯ୍ୟଙ୍କ ରାଶି ସିଂହରେ ଚଳନ କରିଛି । ସିଂହରେ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ ବୁଧ । ଏହି ସମୟରେ ଚାରୋଟି ରାଶିର ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବାକୁ ହେବ । ନଚେତ୍ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

1/5

କର୍କଟ ରାଶି

ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅନେକ ସମସ୍ୟା ଆଣିପାରେ । ଅନାବଶ୍ୟକ ଖର୍ଚ୍ଚ ଅଧିକ ହେବ। ବିଭିନ୍ନ କ୍ଷେତ୍ରରୁ ଆର୍ଥିର କ୍ଷତି ସହିପାରନ୍ତି । ବିନିଯୋଗରୁ ଆପଣ ଦୂରେଇ ରହିବା ଉଚିତ୍ । ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବିନା କାରଣରେ କାହା ସହିତ ଯୁକ୍ତି ତର୍କ ନକରିବା ଭଲ ।

2/5

ବିଛା ରାଶି

ବୁଧଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କ୍ୟାରିୟରରେ କ୍ଷତି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସାବଧାନ ହେବାର ଆବଶ୍ୟକତା ଅଛି । ବହୁତ ଧୈର୍ଯ୍ୟର ସହିତ ଏହି ସମୟକୁ ଅତିବାହିତ କରିବେ । ଟଙ୍କା କାରବାର କରିବା ସମୟରେ ସତର୍କ ହେବା ଉଚିତ୍ ।

3/5

ମକର ରାଶି

ବୁଧଙ୍କ ଚଳନ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ ପାରେ । ଦୂରଯାତ୍ରା କରନ୍ତୁ ନାହିଁ । ଦୁର୍ଘଟଣାର ଶିକାର ହୋଇ ଆହତ ହୋଇପାରନ୍ତି । ଇଚ୍ଛା ମୁତାବକ ଫଳାଫଳ ନପାଇ ନିରାଶ ହେବେ । କ୍ରୋଧକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

4/5

ମୀନ ରାଶି

ବୁଧଙ୍କ ଚଳନ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପଣଙ୍କୁ ଅସୁବିଧାରେ ପକାଇବ । ଷଡଯନ୍ତ୍ରର ଶିକାର ହୋଇପାରନ୍ତି । ସମସ୍ତଙ୍କ ସହ ଶାନ୍ତିପୂର୍ଣ୍ଣ ଭାବରେ କଥା ହେବା ଭଲ ହେବ । ଜରୁରୀ କାର୍ଯ୍ୟ ନଥିଲେ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।