Advertisement
Photo Details/zeeodisha/odisha2394194
photoDetails0hindi

Financial Horoscope: ଅଗଷ୍ଟ ୨୨ରେ କାହା ପକେଟ୍ ହେବ ଗରମ ଏବଂ କାହାର ହେବ ଖାଲି? ଜାଣନ୍ତୁ ଆପଣଙ୍କ ରାଶିଫଳ

Financial Horoscope 22 August: ଗୁରବାର ଦିନ କାହାକୁ ମିଳିବ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ? କିଏ ହେବ ଧନୀ ? ଜାଣନ୍ତୁ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ଭାଗ୍ୟଫଳ

1/12

ମେଷ ରାଶି ବ୍ୟବସାୟରେ ଆୟ ବୃଦ୍ଧି ପାଇଁ ଆପଣ କରିଥିବା ପ୍ରୟାସ ଫଳପ୍ରଦ ହେବ । ପୂର୍ବରୁ କାହାକୁ ଟଙ୍କା ଦେଇଥିଲେ ଆପଣ ଫେରିପାଇବେ । ପରିବାରର କିଛି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ରହିଛି । ଶ୍ରମିକ ଶ୍ରେଣୀ ବ୍ୟକ୍ତି ଟଙ୍କା ପାଇବାର ସମ୍ଭାବନା ରହିଛି ।

2/12

ବୃଷ ରାଶି ଆୟ ମଧ୍ୟମ ଧରଣର ହେବ । ଘର କିମ୍ୱା କାର୍ଯ୍ୟସ୍ଥଳୀ ସଜାଇବାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ଅନାବଶ୍ୟକ ଟଙ୍କା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ନୂତନ ସମ୍ପତ୍ତି ତଥା ଯାନବାହନ କିଣିବାର ସମ୍ଭାବନା ରହିଛି ।

3/12

ମିଥୁନ ରାଶି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦାୟିତ୍ୱ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ନିଜ ମଧ୍ୟରେ ଇଗୋ ବଢାନ୍ତୁ ନାହିଁ ନଚେତ ଆର୍ଥିକ କ୍ଷତି ହୋଇପାରେ । ଛାତ୍ରମାନେ ଅଧ୍ୟୟନ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ । ଶ୍ରମିକ ଶ୍ରେଣୀର ଲୋକେ ନୂଆ କାମ ପାଇବେ ।

4/12

କର୍କଟ ରାଶି ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅନ୍ୟ କାର୍ଯ୍ୟରେ ଧ୍ୟାନ ଦେବା କାରଣରୁ ଆପଣଙ୍କର ବ୍ୟବସାୟ ପ୍ରତି ସମୟ ଦେଇ ପାରିବେ ନାହିଁ । ବ୍ୟବସାୟରେ ଆୟ ବହୁତ କମ୍ ହେବ । ପ୍ରେମ ବ୍ୟାପାରରେ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

5/12

ସିଂହ ରାଶି ଆର୍ଥିକ ସ୍ଥିତି ଆପଣଙ୍କୁ ଚାପଗ୍ରସ୍ତ କରିବ । ପରିବାର ସଦସ୍ୟ ଅସୁସ୍ଥତା କାରଣରୁ ଆପଣ ଅଧିକ ଖର୍ଚ୍ଚାନ୍ତ ହେବେ । ଆପଣଙ୍କୁ ଏହି ସମୟରେ ଋଣ କରିବାକୁ ପଡିପାରେ । ଚାକିରିରେ ଆୟ ବୃଦ୍ଧି ନହୋଇପାରେ ।

6/12

କନ୍ୟା ରାଶି ବ୍ୟବସାୟରେ ଆପଣ ଭଲ ଆୟ କରିବେ ।  ବିଚାରାଧୀନ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଜମି ଏବଂ ଯାନ କିଣିବା ଯୋଜନା ସଫଳ ହେବ ।

7/12

ତୁଳା ରାଶି ବ୍ୟାଙ୍କରେ ଜମା ହୋଇଥିବା ଟଙ୍କାରେ ଅଧିକ ଲାଭ ପାଇପାରନ୍ତି । ସରକାରୀ ସାହାଯ୍ୟ ଆପଣଙ୍କୁ ମିଳିବା କାରଣରୁ ଆର୍ଥିକ ଅଭାବ ପୂରଣ ହେବ । କୃଷି କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ଅଧିକ ଲାଭ ପାଇବେ । କର୍ମକ୍ଷେତ୍ରରେ ଆପଣ ବଡ଼ ଆର୍ଥିକ ସଫଳତା ପାଇବାର ସମ୍ଭାବନା ରହିଛି ।

8/12

ବିଛା ରାଶି ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟରେ କଠିନ ପରିଶ୍ରମ କରି ଭଲ ଲାଭ ପାଇବେ । ପଶୁପାଳନ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।

9/12

ଧନୁ ରାଶି ଋଣଦାତାଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତକ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଥିଲେ ତାହା ଦୂର ହେବ । କ୍ରୀଡା ସମ୍ପର୍କିତ ସାମଗ୍ରୀ ବ୍ୟବସାୟ ସହ ଜଡିତ ଥିବା ବ୍ୟକ୍ତି ଭଲ ରୋଜଗାର କରିବେ ।

10/12

ମକର ରାଶି କୌଣସି ସୁତ୍ରରୁ ଆପଣଙ୍କୁ ହଠାତ୍ ଆର୍ଥିକ ଲାଭ ମିଳିପାରେ । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ନଚେତ୍ ଆପଣଙ୍କର ଅପଖର୍ଚ୍ଚ ହୋଇପାରେ । ପିତାଙ୍କ ପରାମର୍ଶ ବ୍ୟବସାୟରେ ଆପଣଙ୍କୁ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ଅଟୋମୋବାଇଲ୍ ଶିଳ୍ପ ସହିତ ଜଡିତ ବ୍ୟକ୍ତି ଭଲ ଲାଭ ପାଇବେ ।

11/12

କୁମ୍ଭ ରାଶି ସେୟାର ମାର୍କେଟରୁ ଆପଣଙ୍କୁ ଲାଭ ମିଳିପାରେ । ଆପଣ ଲଟେରୀ ଜିତିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ରହିଛି । ସରକାରୀ ଯୋଜନାରୁ ଆପଣଙ୍କୁ ଲାଭ ମିଳିବ । ଜୀବନସାଥୀଙ୍କ ମାଧ୍ୟମରେ ଆପଣ ଟଙ୍କା ଲାଭ ପାଇବେ ।

12/12

ମୀନ ରାଶି ଆପଣଙ୍କ ଆର୍ଥିକ ସ୍ଥିତି ଉତ୍ଥାନ-ପତନ ଦେଇ ଗତି କରିବ । ପୁରୁଣା ଜମି ସମ୍ବନ୍ଧୀୟ ବିବାଦର ସମାଧାନ ହେବା କାରଣରୁ ଆପଣଙ୍କୁ ଅଧିକ ଟଙ୍କା ମିଳିପାରେ । ଅର୍ଥନୈତିକ କ୍ଷେତ୍ରରେ ନୀତିଗୁଡିକ ଭଲ ଭାବରେ ବୁଝିବା ପରେ ପୁଞ୍ଜି ନିବେଶ କରନ୍ତୁ । କିଛି ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଆପଣ ଟଙ୍କା ଖର୍ଚ୍ଚ କରିପାରନ୍ତି ।

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।