Advertisement
Photo Details/zeeodisha/odisha2429070
photoDetails0hindi

Lucky Zodiac Sign: ୧୪ ସେପ୍ଟେମ୍ବରରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 14 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୧୪ ସେପ୍ଟେମ୍ୱର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ କନ୍ୟା, ମକର, ମୀନ ସମେତ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ତେବେ ସେହି ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ତଥ୍ୟରୁ ।

1/5

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଘରୋଇ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । କୌଣସି କାର୍ଯ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚାରାଧୀନ ଥିଲେ ତାହା ଶେଷ ହେବ । ରୋଜଗାର ପାଇଁ ଦିନଟି ଅନୁକୂଳ । ବ୍ୟବସାୟୀମାନେ ଭଲ ପରିମାଣର ଅର୍ଥ ଉପାର୍ଜନ କରିବେ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ । ପିତାମାତାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପାରୁ ସମସ୍ତ ପ୍ରକାରର ସୁଖ ଉପଭୋଗ କରିବାକୁ ସମର୍ଥ ହେବେ । ଘରେ ଧାର୍ମିକ ପରିବେଶ ରହିବ । ନିବେଶ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ବର୍ତ୍ତମାନର ନିବେଶ ଭବିଷ୍ୟତରେ ଆପଣଙ୍କୁ ବଡ଼ ଲାଭ ଦେବ । ବ୍ୟବସାୟୀମାନଙ୍କୁ ଇଚ୍ଛା ମୁତାବକ ଲାଭ ମିଳିଯିବ । ନୂଆ ଗାଡି କିମ୍ବା ସମ୍ପତ୍ତି କିଣିବାକୁ ଚାହୁଁଥିଲେ ଦିନଟି ଖୁବ ଶୁଭପ୍ରଦ । ପାରିବାରିକ ଜୀବନରେ ପାରସ୍ପରିକ ପ୍ରେମ ରହିବ । ସନ୍ଧ୍ୟା ସମୟ ବନ୍ଧୁଙ୍କ ସହ ଅତିବାହିତ କରିବେ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କର ଅନେକ ଇଚ୍ଛା ଏହି ସମୟରେ ପୂରଣ ହୋଇଯିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ପରିବାର ସଦସ୍ୟଙ୍କ ସହ କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇବେ ।  ଜମିରେ ବିନିଯୋଗ କଲେ ଭବିଷ୍ୟତରେ ଆପଣ ଲାଭ ପାଇବେ । ବ୍ୟବସାୟୀମାନଙ୍କ ପାଇଁ ଲାଭର ବିଶେଷ ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଜୀବନସାଥୀଙ୍କ ସହିତ ବୁଝାମଣା ଭଲ ହେବ । ପରିବାରରେ କୌଣସି ମତଭେଦ ଚାଲିଥିଲେ ତାହାର ସମାଧାନ ହୋଇଯିବ ।

4/5

ମକର ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ । ଆର୍ଥିକ ଲାଭ ପୂର୍ବାପେକ୍ଷା ଅଧିକ ହେବ । ବିଚାରାଧୀନ କାର୍ଯ୍ୟ ଶେଷ ହେବ । ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଦେଖିବେ । ଘରର କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ନୂଆ ରଣନୀତି ଯୋଗୁଁ ବ୍ୟବସାୟୀମାନେ ଅଧିକ ଲାଭ ପାଇବାକୁ ସକ୍ଷମ ହେବେ। ଏକାଦଶୀ କାରଣରୁ, ଘରେ ପୂଜାପାଠର ପରିବେଶ ରହିବ । ବିବାହିତ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କ ଉନ୍ନତ ହେବ ।

5/5

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ସକାଳ ସମୟରୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରିବେ । ଅଳ୍ପ ପରିଶ୍ରମରେ ଅଧିକ କାର୍ଯ୍ୟ କରିବାରେ ସକ୍ଷମ ହେବେ । ସରକାରୀ କାର୍ଯ୍ୟରେ ମଧ୍ୟ ସଫଳତାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ହଠାତ୍ ଲାଭ ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ମଧ୍ୟ ଲାଭ ଅଧିକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।  ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ । ପିତାମାତାଙ୍କ ଆଶୀର୍ବାଦ ଆପଣ ପାଇବେ । ସାଥୀଙ୍କ ସହିତ ଦୂରଯାତ୍ରା କରିବାର ସୁଯୋଗ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।