Advertisement
Photo Details/zeeodisha/odisha2305185
photoDetails0hindi

Lucky Zodiac Sign: ୨୪ ଜୁନରେ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 June 2024: ଜୁନ୍ ୨୪ ସୋମବାର ଦିନ ଶନିଙ୍କ ରାଶି ମକର ରାଶିରେ ଚନ୍ଦ୍ରଙ୍କ ସଞ୍ଚାର ହେବ । ଯେଉଁଥିପାଇଁ ବୃହସ୍ପତି ଏବଂ ଚନ୍ଦ୍ର ମଧ୍ୟରେ ନବମ ପଞ୍ଚମ ଯୋଗ ସୃଷ୍ଟି ହେଉଛି । ଏଥିସହ ଆଷାଢ ମାସର କୃଷ୍ଣପକ୍ଷ ତୃତୀୟା ତିଥି ରହିଛି । ସବ୍ୟାର୍ଥ ସିଦ୍ଧ ଯୋଗ ଏବଂ ଉତ୍ତରଷାଡା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।

1/5

ମିଥୁନ ରାଶି- ଜୁନ୍ ୨୪ ଆପଣଙ୍କ ପାଇଁ ଶୁଭ ଏବଂ ଫଳପ୍ରଦ ହୋଇପାରେ । ସକାଳ ସମୟରେ ଭଲ ଖବର ପାଇବାର ସମ୍ଭାବନା ରହିଛି । ବର୍ତ୍ତମାନର ବିନିଯୋଗ ଆପଣଙ୍କୁ ଆଗକୁ ଭଲ ଲାଭ ଦେବ । ଚାକିରି ଜୀବନରେ ଅଗ୍ରଗତି ହେବ । ବ୍ୟବସାୟୀମାନେ ନୂଆ ଅର୍ଡର ପାଇବା ସହ ଲାଭରେ ରହିବେ । ପୂର୍ବରୁ ଥିବା ବିବାଦର ସମାଧାନ ହେବ । ପ୍ରେମ ଜୀବନରେ ସମ୍ପର୍କ ମଧ୍ୟ ମଧୁର ରହିବ ।

2/5

କର୍କଟ ରାଶି- ସୋମବାର କର୍କଟ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଅଗ୍ରଗତି ହେବ । ସମସ୍ତ ଉଦ୍ଦେଶ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ସମସ୍ତ ପ୍ରକାର ଚାପରୁ ଦୂରେଇ ରହିବେ । ପ୍ରଭୁ ଶିବଙ୍କ କୃପାରୁ ଅଟକି ରହିଥିବା ଟଙ୍କା ଫେରିପାଇବେ । ରୋଜଗାର ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ । ବିନିଯୋଗ କ୍ଷେତ୍ରରେ ଶୁଭଫଳ ମିଳିବ । କୋର୍ଟ କଚେରୀ ମାମଲାରୁ ଆରାମ ମିଳିବ । କର୍ମଚାରୀ ଏବଂ ବ୍ୟବସାୟୀମାନଙ୍କୁ ପ୍ରଶଂସା ମିଳିବ । ପ୍ରେମ ଜୀବନରେ ଥିବା ସମସ୍ୟା ଦୂରେଇଯିବ ।

3/5

କନ୍ୟା ରାଶି- ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସନ୍ତୁଳନ ବଜାୟ ରଖିବେ । ଆପଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂରେଇଯିବ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ପାଇବେ ଯାହା ଆପଣଙ୍କ କ୍ୟାରିୟରରେ ଅଗ୍ରଗତି ଆଣିବ । ବ୍ୟବସାୟରେ ନେଇଥିବା ନିଷ୍ପତ୍ତି ଗୁଡିକ ଭଲ ଲାଭ ଆଣିଦେବ । ପ୍ରତିଯୋଗୀମାନଙ୍କୁ କଡା ଟକ୍କର ଦେବେ । ବୈବାହିକ ଜୀବନରେ ସାଥୀଙ୍କ ସହିତ ସମନ୍ୱୟ ରହିବ । ସମ୍ପର୍କକୁ ମଜବୁତ କରିବାରେ ସଫଳ ହେବ । ଛୋଟ ପିଲାମାନଙ୍କ ସହ କିଛି ସମୟ ବିତିପାରେ ।

4/5

ବିଛା ରାଶି- ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ । ଆପଣଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତି ଦୃଶ୍ୟମାନ ହେବ । ସାମଗ୍ରୀକ ସୁଖର ମାଧ୍ୟମ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଖରାପ ଦିନ ଶେଷ ହେବ । ସଫଳତା ଆଡକୁ ଅଗ୍ରସର ହେବେ । ବନ୍ଧୁମାନେ ଆପଣଙ୍କୁ ସାହାଯ୍ୟ କରିବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ । ଉଚ୍ଚଶିକ୍ଷା ପାଇଁ ଦୂରଯାତ୍ରା କରିପାରନ୍ତି । ବୈବାହିକ ଜୀବନରେ ଜୀବନସାଥୀ ସହିତ ସମନ୍ୱୟ ଭଲ ରହିବ । ଖୁସିରେ ଦିନଟି ଅତିବାହିତ କରିବେ ।

5/5

କୁମ୍ଭ ରାଶି- ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ଆପଣ ଶକ୍ତିଶାଳୀ ଅନୁଭବ କରିବେ । ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଅନେକ କ୍ଷେତ୍ରରୁ ଶୁଭ ଖବର ପାଇବେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ଦମରା ବୃଦ୍ଧି ବିଷୟରେ ଆଲୋଚନା ହୋଇପାରେ । ବ୍ୟବସାୟରେ ମଧ୍ୟ ଶୀର୍ଷରେ ରହିପାରନ୍ତି । ଆପଣଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ସହ ଭୋଜି କରିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)