Advertisement
Photo Details/zeeodisha/odisha2259288
photoDetails0hindi

Lucky Zodiac Sign: ୨୩ ମଇରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 May 2024 : ମେ ୨୩ ତାରିଖ ଗୁରୁବାର ଦିନ ଚନ୍ଦ୍ର ମଙ୍ଗଳଙ୍କ ରାଶି ବିଛା ରାଶିରେ ଚଳନ କରିବେ । ବୃହସ୍ପତି ତୁଳା ରାଶିରେ ବିଦ୍ୟମାନ କରିବେ । ଚନ୍ଦ୍ର ଏବଂ ବୃହସ୍ପତି ପରସ୍ପରଙ୍କଠାରୁ କେନ୍ଦ୍ର ଗୃହରେ ଉପସ୍ଥିତ ରହିବେ । ଯେଉଁ କାରଣରୁ ଗଜକେଶରୀ ଯୋଗ ଗଠନ ହେଉଛି । ଏଥିସହ କୃଷ୍ଣ ପକ୍ଷର ପୂର୍ଣ୍ଣିମା ତାରିଖ ପଡିଛି । ଏହି ପୂର୍ଣ୍ଣମୀକୁ ବୈଷ୍ଣବ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ବୋଲି ବିବେଚନା କରାଯାଇଥାଏ । 

1/5

ବୃଷ ରାଶି -  ୨୩ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆପଣଙ୍କର କିଛି ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ । ଆଧ୍ୟାତ୍ମିକ ବିଷୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଆପଣଙ୍କ ପାଇଁ ସଫଳତାର ସୁଯୋଗ ରହିଛି । ଆପଣ ଜଣେ ସଫଳ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠା ଅର୍ଜନ କରିବେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ । ସହକର୍ମୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଉତ୍ତମ ରହିବ । ପାରିବାରିକ ଜୀବନରେ ପିତାମାତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଉଚିତ ହେବ ।

2/5

କର୍କଟ ରାଶି -  ୨୩ ମଇ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଆପଣ ଆତ୍ମବିଶ୍ୱାସର ସହିତ ପ୍ରତ୍ୟେକ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରିବେ । ନିଜ ସଫଳତା ପାଇଁ ଗର୍ବିତ ଅନୁଭବ କରିବେ ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ରହିଥିବା ଟଙ୍କା ମିଳିଯିବ । ପୁଞ୍ଜି ବିନିଯୋଗ ପାଇଁ ଏକ ଶୁଭ ଦିନ । ନୂଆ ଯାନବାହନ କିମ୍ୱା ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟରେ ସକରାତ୍ମକ ପ୍ରଭାବ ପଡିବ । ବ୍ୟବସାୟୀମାନେ ବିପୁଳ ଲାଭ କରିବାର ସମ୍ଭାବନା ରହିଛି । ପ୍ରତିଯୋଗୀମାନଙ୍କଠାରୁ ଆପଣ ଆଗରେ ରହିବେ । ନିଯୁକ୍ତ ବ୍ୟକ୍ତିମାନଙ୍କୁ ଭଲ କମ୍ପାନୀରୁ ଅଫର ମିଳିପାରେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ହେବ । ଆପଣ ପରସ୍ପରକୁ ସମର୍ଥନ କରିବେ ।

3/5

କନ୍ୟା ରାଶି- ୨୩ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ । ଆର୍ଥିକ ଲାଭର ଦୃଢ ସମ୍ଭାବନା ରହିଛି । ଅଟକି ରହିଥିବା କାମ ଶେଷ ହୋଇଯିବ । ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ପରିଚୟ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ଆଶ୍ୱସ୍ତି ମିଳିବ । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ମିଳିବ । ଆପଣଙ୍କ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ବୃତ୍ତିଗତ ତଥା ବ୍ୟବସାୟୀ କ୍ଷେତ୍ରରେ ବଡ଼ ସଫଳତା ପାଇବେ । ଭଲ ଫଳାଫଳ ମିଳିବା ପରେ ଆପଣ ଖୁସି ପ୍ରକଟ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଭବିଷ୍ୟତ ପାଇଁ ମଧ୍ୟ ଯୋଜନା କରିବେ । ବନ୍ଧୁଙ୍କ ଉପଦେଶ କାମରେ ଆସିବ ।

4/5

ତୁଳା ରାଶି -  ୨୩ ମଇ ଆପଣଙ୍କ ପାଇଁ ଶୁଭ ଦିନ । ଆପଣଙ୍କ ଆବଶ୍ୟକତା ପୂରଣ କରିବା ସହିତ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ । ଜୀବନସାଥୀଙ୍କ ସହଯୋଗରେ ନୂଆ ସମ୍ପତ୍ତି କ୍ରୟ କରିପାରନ୍ତି । ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ନୂତନ ଲୋକଙ୍କୁ ଭେଟିବା ଏବଂ ନୂତନ ଅଭିଜ୍ଞତା ହାସଲ କରିବାକୁ ସୁଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଭାଗ୍ୟ ଆପଣଙ୍କ ସାଥ୍ ଦେବ ଯେଉଁ କାରଣରୁ ଅଧିକାଂଶ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟୀମାନେ ଭଲ ଲାଭ ଉପାର୍ଜନ କରିବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପରିବାରରେ କିଛି ଶୁଭ କାମ ଶୀଘ୍ର ହୋଇପାରେ । ଆପଣଙ୍କ ଆଖପାଖର ପରିବେଶ ଭଲ ରହିବ । ଆପଣଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ 

5/5

କୁମ୍ଭ ରାଶି-  ୨୩ ମଇ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଧାର୍ମିକ କାର୍ଯ୍ୟକଳାପରେ ଆପଣ ଆଗ୍ରହ ପ୍ରକାଶ କରିବେ । ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଚାକିରୀ ସନ୍ଧାନରେ ଥିଲେ ଶୁଭ ଖବର ପାଇବେ । ବିଦେଶ ଯାତ୍ରା ପାଇଁ ସୁଯୋଗ ପାଇପାରନ୍ତି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ଆପଣ ସକ୍ଷମ ହେବେ । କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଦିନଟି ଅନୁକୂଳ ସାବ୍ୟସ୍ତ ହେବ । କର୍ମକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିବେ । ଆପଣଙ୍କ ଜୀବନରେ କିଛି ନୂଆ ଘଟଣା ଘଟିପାରେ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲରେ କଟିବ । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ସମର୍ଥନ ରହିବ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବା ସହ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସମ୍ଭାବନା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬