Lucky Zodiac Sign: ୨୩ ମଇରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: May 22, 2024, 11:05 AM IST|Updated: May 22, 2024, 07:54 PM IST

Top 5 Lucky Zodiac Sign, 23 May 2024 : ମେ ୨୩ ତାରିଖ ଗୁରୁବାର ଦିନ ଚନ୍ଦ୍ର ମଙ୍ଗଳଙ୍କ ରାଶି ବିଛା ରାଶିରେ ଚଳନ କରିବେ । ବୃହସ୍ପତି ତୁଳା ରାଶିରେ ବିଦ୍ୟମାନ କରିବେ । ଚନ୍ଦ୍ର ଏବଂ ବୃହସ୍ପତି ପରସ୍ପରଙ୍କଠାରୁ କେନ୍ଦ୍ର ଗୃହରେ ଉପସ୍ଥିତ ରହିବେ । ଯେଉଁ କାରଣରୁ ଗଜକେଶରୀ ଯୋଗ ଗଠନ ହେଉଛି । ଏଥିସହ କୃଷ୍ଣ ପକ୍ଷର ପୂର୍ଣ୍ଣିମା ତାରିଖ ପଡିଛି । ଏହି ପୂର୍ଣ୍ଣମୀକୁ ବୈଷ୍ଣବ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ବୋଲି ବିବେଚନା କରାଯାଇଥାଏ । 

Top 5 Lucky Zodiac Sign, 23 May 2024 : ପୁରାଣ ବିଶ୍ୱାସ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ନବମ ଅବତାର ତଥା ଭଗବାନ ବୁଦ୍ଧ ଏହି ଶୁଭ ଦିନରେ ଜନ୍ମ ହୋଇଥିଲେ। ବୁଦ୍ଧ ପୂର୍ଣ୍ଣିମାରେ ଶିବ ଯୋଗ, ସର୍ବସିଦ୍ଧ ଯୋଗ ଏବଂ ଅନୁରାଧା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଗଜକେଶରୀ ଯୋଗ ସହିତ ଗଠନ ହେଉଛି । ଦିନଟିରେ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଥିବା କାରଣରୁ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ବୋଲି କହିଛନ୍ତି ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ପାଇବେ ଶୁଭଫଳ ।