Advertisement
Photo Details/zeeodisha/odisha2262254
photoDetails0hindi

Lucky Zodiac Sign: ୨୫ ମଇରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 25 May 2024 : ୨୫ ମଇ ଶନିବାର ଦିନ ଚନ୍ଦ୍ର ବିଛା ପରେ ଧନୁ ରାଶିରେ ଚଳନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଦ୍ୱିତୀୟ ଦିନରେ ସିଦ୍ଧି ଯୋଗ ମୂଲା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବୃଦ୍ଧି ପାଉଛି । 

1/5

ମେଷ ରାଶି - ୨୫ ମଇ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବାକୁ ଯାଉଛି । ଶନି ଦେବଙ୍କ କୃପାରୁ ଆପଣ କ୍ୟାରିୟରରେ ସକରାତ୍ମକ ଫଳାଫଳ ପାଇବେ । ଆପଣଙ୍କର ସମସ୍ତ ବିଚାରାଧୀନ କାର୍ଯ୍ୟ ଶେଷ ହେବ । ପୁରୁଣା ବିନିଯୋଗରୁ ଆପଣ ଭଲ ରିଟର୍ଣ୍ଣ ପାଇବେ । ଚାକିରୀ କ୍ଷେତ୍ରରେ ଆୟର ଉତ୍ସ ବଢିବ । କୋର୍ଟରେ କିଛି ମାମଲା ଚାଲିଥିଲେ ତାହା ଆପଣଙ୍କ ସପକ୍ଷରେ ଆସିପାରେ । ବ୍ୟବସାୟୀମାନେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ସାମ୍ନାରେ ଭଲ ପ୍ରତିଯୋଗୀ ଭାବେ ଉଭା ହେବେ । ବ୍ୟବସାୟରେ ଲାଭ ଭଲ ହେବ । ବୈବାହିକ ଜୀବନରେ କୌଣସି ମତଭେଦ ରହିଥିଲେ ତାହାର ସମାଧାନ ହେବ ।

2/5

କର୍କଟ ରାଶି -  ୨୫ ମଇ ଶନିବାର ଦିନ ଆପଣଙ୍କ ପାଇଁ ଶୁଭଦାୟକ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କର ପ୍ରତିଟି ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଭଲ ଭାବରେ ସମ୍ପନ୍ନ ହେବ । ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ । ବିଦେଶ ଯିବାର ସ୍ୱପ୍ନ ପୂରଣ ହେବ । ଚାକିରୀ କ୍ଷେତ୍ରରେ ସଫଳତାର ରାସ୍ତା ଖୋଲିବ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସାହାଯ୍ୟ ମିଳିବ ।

3/5

କନ୍ୟା ରାଶି -  ୨୫ ମଇ ଆପଣଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଛି । ଶନିଦେବଙ୍କ ଆଶୀର୍ବାଦରୁ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇବେ । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ । ଚାରିପାଖରେ ପରିବେଶ ବହୁତ ଭଲ ହେବ । ଆପଣଙ୍କର ବୁଝାମଣା ଭଲ ରହିବ । ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । ବିଦେଶ ଯିବାର ସୁଯୋଗ ପାଇପାରନ୍ତି । ଚାକିରୀ ଖୋଜୁଥିଲେ ମିଳିବାର ସୁଯୋଗ ରହିଛି । ପାରିବାରିକ ଜୀବନ ଭଲରେ କଟିବ । ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ସମ୍ପର୍କୀୟଙ୍କୁ ଦେଖା କରିବାର ସୁଯୋଗ ପାଇପାରନ୍ତି ।

4/5

ତୁଳା ରାଶି -  ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ନୂତନ ଉତ୍ସାହ ଏବଂ ଜୀବନରେ ସଫଳତାର ସ୍ୱାଦ ଚାଖିବେ । ସମ୍ପତ୍ତି ସହିତ ଜଡିତ ଏକ ବଡ ଡିଲ୍ ହୋଇପାରେ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ଭଲ ସମୟ ବିତିବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ବଢିବ । ପରିବାରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ନୂଆ ଯାନବାହନ ଏବଂ ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହୋଇପାରେ । ଉଭୟ ଚାକିରୀରେ ପ୍ରମୋଶନ ସହ ଦରମା ବଢିବାର ସୁଯୋଗ ରହିଛି । ବ୍ୟବସାୟରେ ଲାଭ ଭଲ ହେବ । 

5/5

ମକର ରାଶି -  ଆପଣଙ୍କ ପାଇଁ ଦିନଟି ଶୁଭ ହେବ । ଧନ ପ୍ରାପ୍ତିର ସୁଯୋଗ ରହିଛି । ଖର୍ଚ୍ଚ କମିବା ସହ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ । ପ୍ରେମ ସମ୍ପର୍ତରେ ନୂଆ ଉତ୍ସାହ ରହିବ । ବ୍ୟବସାୟରେ ଲାଭ ଅଧିକ ହେବ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ଦାନ ଧର୍ମ ପ୍ରତି ମନ ବଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬