Advertisement
Photo Details/zeeodisha/odisha2410390
photoDetails0hindi

Lucky Zodiac Sign: ୨ ସେପ୍ଟେମ୍ୱରରେ ଶିବ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 2 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୦୨ ସେପ୍ଟେମ୍ୱର ସୋମବାର ଦିନ ଗଠିତ ଶୁଭ ପ୍ରଭାବରୁ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ତେବେ ୧୨ଟି ରାଶି ମଧ୍ୟରୁ ସେହି ରାଶି ଗୁଡିକ କେଉଁ ରାଶି ଆସନ୍ତୁ ଜାଣିବା 

 

1/5

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଉତ୍ସାହରେ ପରିପୂର୍ଣ୍ଣ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ନିବେଶରୁ ଆପଣ ଭଲ ଲାଭ ପାଇବେ । ସକାଳ ସମୟରେ ପରିବାର ସଦସ୍ୟଙ୍କଠାରୁ ଭଲ ଖବର ଶୁଣିପାରନ୍ତି । ବ୍ୟବସାୟରେ ମଧ୍ୟ ଭଲ ଲାଭ ହେବାର ସମ୍ଭାବନା ରହିଛି । ନିଜ ଲକ୍ଷ୍ୟ ହାସଲ କରିବାରେ ଆପଣ ସକ୍ଷମ ହେବେ । କ୍ୟାରିୟରରେ ଭଲ ଅଗ୍ରଗତି ହାସଲ କରିବେ । ଟଙ୍କା ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିvନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ରହିବ । ପିତାମାତାଙ୍କଠାରୁ ଆଶୀର୍ବାଦ ଆପଣ ପାଇବେ ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ଏକ ସଫଳ ଦିନ ହେବାକୁ ଯାଉଛି । ଟଙ୍କା ନେଣଦେଣ ସଠିକ୍ କରିବାରେ ଆପଣ ସକ୍ଷମ ହେବେ । ବିଚାରାଧୀନ କାର୍ଯ୍ୟଗୁଡିକ ଠିକ୍ ସମୟରେ ପୂରଣ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ଏହି ସମୟରେ ଟଙ୍କା ବିନିଯୋଗ କଲେ ଭବିଷ୍ୟତରେ ଆପଣ ଦୁଇଗୁଣ ଲାଭ ପାଇବେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଜଡିତ ହେବେ । ଆପଣଙ୍କର ଲୋକପ୍ରିୟତା ଏବଂ ସମ୍ମାନ ବଢିବାକୁ ଲାଗିବ । ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବଢିବାକୁ ଲାଗିବ । ଉଭୟ ଚାକିରି ଏବଂ ବ୍ୟବସାୟରେ ପ୍ରଗତି ପାଇଁ ବାଟ ଫିଟିବ । ପ୍ରେମ ଜୀବନରେ ପାରସ୍ପରିକ ସମନ୍ୱୟ ଏବଂ ବୁଝାମଣା ଭଲ ରହିବ । ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କୁ ଭାଇ ଓ ଭଉଣୀଙ୍କ ସାହାଯ୍ୟ ମିଳିବ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ନୂଆ ସମ୍ପତ୍ତି କିମ୍ୱା ଯାନ କିଣିପାରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆପଣ ସାହସର ସହିତ ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବେ । ମିଠା କଥାରେ ଅନ୍ୟର ମନ ଜିଣିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳତା ପାଇଁ ବାଟ ଫିଟିବ । ଚାକିରି କ୍ଷେତ୍ରରେ ଅନ୍ୟ କମ୍ପାନୀରୁ ଏକ ଭଲ ଅଫର୍ ପାଇପାରନ୍ତି । ପରିବାରରେ କୌଣସି ଭୁଲ ବୁଝାମଣା ଥିଲେ ତାହାର ସମାଧାନ ହେବ ।

4/5

ବିଛା ରାଶି

ଆପଣଙ୍କ ପାଇଁ ଶୁଭ ଦିନ ସାବ୍ୟସ୍ତ ହେବାକୁ ଯାଉଛି । ଭଗବାନ ଶିବଙ୍କ କୃପାରୁ ବିପୁଳ ପରିମାଣର ଅର୍ଥ ପାଇବେ । ପରିବାରର ଦାୟିତ୍ୱ ପୂରଣ କରିବାରେ ସଫଳ ହେବେ । କର୍ମକ୍ଷେତ୍ରର ଆପଣ ଉନ୍ନତି କରିବେ । ବ୍ୟବସାୟୀମାନଙ୍କ ଆୟ ବୃଦ୍ଧି ହେବ । ବିଚାରାଧୀନ କାର୍ଯ୍ୟକୁ ଭାଇମାନଙ୍କ ସାହାଯ୍ୟରେ ସହଜରେ ସମାପ୍ତ କରିବେ । ବିଦେଶ ଭ୍ରମଣ କରିବାର ଇଚ୍ଛା ପୂରଣ ହୋଇପାରେ ।

5/5

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ମନୋରମ ସାବ୍ୟସ୍ତ ହେବ । ପରିବାର ସଦସ୍ୟଙ୍କ ଅଭିଳାଷ ପୂରଣ କରିବାରେ ସଫଳ ହେବେ । ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ । ଭାଇମାନଙ୍କ ସହିତ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ । ଛାତ୍ରମାନଙ୍କ ପାଇଁ ଉଚ୍ଚଶିକ୍ଷାର ରାସ୍ତା ଫିଟିବ । ପିତା ଏବଂ ଶିକ୍ଷକମାନଙ୍କଠାରୁ ସମର୍ଥନ ମିଳିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସହକର୍ମୀମାନଙ୍କ ସହଯୋଗ ମିଳିବ । ଆପଣଙ୍କ କାମ ପାଇଁ ପରିବାର ସଦସ୍ୟ ଖୁସି ପ୍ରକଟ କରିବେ । ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।