Advertisement
Photo Details/zeeodisha/odisha2581564
photoDetails0hindi

Weather Update: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ପ୍ରଭାବ?

 
Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ।  ଆଜି  ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ।  ଢେଙ୍କାନାଳ ଓ ରାଉରକେଲାରେ  ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।

2/7
ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ଯେ, ୧ ତାରିଖରେ କୋରାପୁଟ୍ ଓ ଫୁଲବାଣୀରେ ରାତି ତାପମାତ୍ରା  ୧୦ ଡିଗ୍ରୀ ରହିବ। 

3/7

ରାଉରକେଲା ଓ ଝାରୁସୁଗୁଡାରେ ୧୨ ଡିଗ୍ରୀ , ବଲାଙ୍ଗୀର, ନୂଆପଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧାରେ ପାରଦ ୧୩ ଡିଗ୍ରୀ ରହିବ। ରବିବାର କିଛି ସ୍ଥାନରେ ରାତି ତାପମାତ୍ରା ଖସିଛି।  

4/7
ମଙ୍ଗଳବାର ଠାରୁ ଉପକୂଳ ଓଡି଼ଶାରେ ଶୀତ ବଢିବ। 

5/7

 ୭ ଓ ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ।  

6/7
  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ।

7/7
ରବିବାର ଜି. ଉଦୟଗିରିରେ ରାତି ତାପମାତ୍ରା  ସବୁଠୁ କମ୍ ୧୧. ୫ ଡିଗ୍ରୀ ରେକର୍ଡ଼ ହୋଇଛି। ସେମିଳିଗୁଡାରେ ୧୧.୮, ଦାରିଙ୍ଗିବାଡିରେ ୧୨, କୋରାପୁଟ ରେ ୧୨. ୪ ଓ ଫୁଲବାଣୀରେ ୧୩.୫ ଡିଗ୍ରୀ ରେକର୍ଡ଼ ହୋଇଛି।