Advertisement
Photo Details/zeeodisha/odisha2378819
photoDetails0hindi

Mangal Gochar 2024: ୨ ସପ୍ତାହ ପର୍ଯ୍ୟନ୍ତ ଚିନ୍ତାରେ ରହିବେ ଏହି ୫ରାଶିର ବ୍ୟକ୍ତି

Mangal Gochar 2024: ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟ ୧୬ ରେ ସକାଳ ୦୪.୫୧ ରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ । ଏହାପରେ ଅଗଷ୍ଟ ୨୬ ରେ ଦିନ ୦୩.୪୦ ରେ ମିଥୁନ ରାଶିରେ ଚଳନ କରିବେ । ଏହାର ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ସମସ୍ତ ରାଶିରେ ପଡିବାକୁ ଥିବା ସମୟରେ ବିଶେଷ କରି ୫ଟି ରାଶି ପାଇଁ ମଙ୍ଗଳ ଚଳନ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

1/5

ମେଷ ରାଶି ଏହି ସମୟରେ ଯେକୈଣସି ସ୍ଥାନରେ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ନଚେତ୍ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ତୀର୍ଥଯାତ୍ରା କରିବାର ନିଷ୍ପତ୍ତି ନେବା ବର୍ତ୍ତମାନ ଠିକ୍ ହେବ ନାହିଁ। କୋର୍ଟ ମାମଲା ହେତୁ ଆଗାମୀ ଦିନରେ ଚାପଗ୍ରସ୍ତ ରହିବାର ସମ୍ଭାବନା ରହିଛି। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ହସ୍ତକ୍ଷେପ ହେତୁ ସମସ୍ୟା ବଢିପାରେ ।

2/5

କର୍କଟ ରାଶି ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ମହଙ୍ଗା ପଡିପାରେ । ଏଥିସହ ଆପଣଙ୍କ କ୍ଷତି ସହିବାକୁ ପଡିପାରେ । ଅନ୍ୟମାନଙ୍କ ଜୀବନ ଦ୍ୱାରା ପ୍ରଭାବିତ ହୋଇ ଏହି ସମୟରେ ଆପଣଙ୍କ ଜୀବନ ସହିତ ଜଡିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ଆପଣ ସାରା ଜୀବନ ଅନୁତାପ କରିବେ । ଚାକିରି କ୍ଷେତ୍ରରେ ଆପଣ ଉଦାସ ରହିପାରନ୍ତି ।

3/5

କନ୍ୟା ରାଶି ଶୀଘ୍ର ବିବାହ ପାଇଁ ହଁ କୁହନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ସାରା ଜୀବନ ଦୁଃଖ କରିବାକୁ ପଡିପାରେ । ବିନିଯୋଗ ସମ୍ବନ୍ଧୀୟ ନିଷ୍ପତ୍ତି ନେବା ଏହି ସମୟରେ ଲାଭଦାୟକ ହେବ ନାହିଁ । ଖର୍ଚ୍ଚ ବୃଦ୍ଧି ହେତୁ ବିବାହିତ ଲୋକମାନେ ଚାପଗ୍ରସ୍ତ ରହିବେ । ବ୍ୟବସାୟୀଙ୍କ ହାତରୁ  ଏକ ବଡ ପ୍ରୋଜେକ୍ଟ ଖସି ଯାଇପାରେ । ଅଫିସରେ ସହକର୍ମୀଙ୍କ ସହିତ ଝଗଡା ହୋଇପାରେ ।

4/5

ଧନୁ ରାଶି କାରବାରରେ ତତ୍ପର ହୁଅନ୍ତୁ ନାହିଁ, ନଚେତ୍ ଆପଣଙ୍କ ନିକଟରେ ଥିବା ବ୍ୟକ୍ତି ଆପଣଙ୍କୁ ବିଶ୍ୱାସଘାତକତା କରିପାରନ୍ତି । ଏହା ବ୍ୟତୀତ ଆର୍ଥିକ କ୍ଷତିର ଏକ ସମ୍ଭାବନା ରହିଛି । କୌଣସି ବଡ କାରବାର ଶେଷ ନହେବା କାରଣରୁ ବ୍ୟବସାୟୀମାନେ ଚାପଗ୍ରସ୍ତ ରହିବେ । ଚାକିରି କ୍ଷେତ୍ରରେ ଚାପଗ୍ରସ୍ତ ହେବେ, ଯେଉଁ କାରଣରୁ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ ।

5/5

ମକର ରାଶି ବ୍ୟବସାୟରେ ଲାଭ ବଦଳରେ କ୍ଷତି ହେବାର ସମ୍ଭାବନା ଅଧିକ ରହିଛି । ଆପଣଙ୍କ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ନଚେତ୍ ଆପଣଙ୍କୁ ଡାକ୍ତରଖାନା ଯିବାକୁ ପଡିପାରେ । ଭାବପ୍ରବଣ ଭାବରେ ନିଆଯାଇଥିବା ନିଷ୍ପତ୍ତି ଭୁଲ ହେବ, ଯାହାକୁ ନେଇ ଆପଣ ଅନୁତାପ କରିବେ । କର୍ମକ୍ଷେତ୍ରରେ ଆର୍ଥିକ କ୍ଷତି ସହିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)