Advertisement
Photo Details/zeeodisha/odisha2378927
photoDetails0hindi

Venus-Ketu conjunction: ୯ ମାସ ପରେ ଶୁକ୍ର-କେତୁର ମିଳିନ, ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଲାମାଲ ରହିବେ ଏହି ୩ ରାଶି!

Shukara Ketu Yuti Rashifal: ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଶୁକ୍ର ଗ୍ରହ ଖୁବ୍ ଶୀଘ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ପ୍ରାୟ ୯ ମାସ ପରେ କନ୍ୟା ରାଶିରେ ଶୁକ୍ର-କେତୁର ଯୁତି ସୃଷ୍ଟି ହେବାକୁ ଯାଉଛି। ଏହା ଯୋଗୁଁ ଅନେକ ରାଶି ଲାଭବାନ ହେବେ। ତେବେ ଜାଣନ୍ତୁ କେତୁ ଓ ଶୁକ୍ରଙ୍କ ଯୁତି ଯୋଗୁଁ କେଉଁ ସବୁ ରାଶିର ଭାଗ୍ୟ ସୁନା ପରି ଚମକିବ।

 

1/3

କନ୍ୟା ରାଶି: କନ୍ୟା ରାଶିରେ ଶୁକ୍ର ଓ କେତୁ ଗୋଚର ଏହି ରାଶିର କିଛି ଲୋକଙ୍କୁ ଧନୀ କରିପାରେ। ଶିଳ୍ପପତିମାନଙ୍କ ପାଇଁ ଏହି ସମୟ ଭଲ ବୋଲି ବିବେଚନା କରାଯାଏ। ଟଙ୍କା ଆସିବ ଓ ଆପଣ ଋଣରୁ ମୁକ୍ତି ପାଇପାରିବେ। ଆପଣ ପରିବାର ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି। ଏହି ସମୟ ନିବେଶ ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।

2/3

ଧନୁ ରାଶି: ଶୁକ୍ର-କେତୁ ଗୋଚର ଧନୁ ରାଶି ଲୋକଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଗ୍ରହମାନଙ୍କର ଶୁଭ ପ୍ରଭାବ ଯୋଗୁଁ ବ୍ୟବସାୟୀମାନେ ଲାଭ ପାଇବା ସମ୍ଭାବନା ରହିଛି। ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ଧୀରେ ଧୀରେ ଦୂର ହେବା ଆରମ୍ଭ କରିବ। ପରିବାରରେ ସୁଖର ପରିବେଶ ରହିବ। ନିଜକୁ ଚାପମୁକ୍ତ ଏବଂ ଖୁସି ରଖିବା ପାଇଁ ପ୍ରକୃତି କୋଳରେ ସମୟ ବିତାନ୍ତୁ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

 

3/3

ମକର ରାଶି: ଶୁକ୍ର-କେତୁ ଗୋଚର ମକର ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ସେମାନେ କିଛି ଭଲ ଖବର ପାଇପାରନ୍ତି। ବ୍ୟବସାୟ ଅବସ୍ଥା ଭଲ ହେବାକୁ ଯାଉଛି। ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ। ପୂର୍ବ ତୁଳନାରେ ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ହୋଇପାରେ। ପୂଜାପାଠ ଉପରେ ମନ ଧ୍ୟାନ ଦେବା ଆପଣଙ୍କ ପାଇଁ ଭଲ ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)