Shardiya Navratri 2023: ଶାରଦୀୟ ନବରାତ୍ରୀରେ ଦୁର୍ଲଭ ସଂଯୋଗ, ରାଜଯୋଗ କରାଇବ ଧନର ବର୍ଷା, ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha1904756

Shardiya Navratri 2023: ଶାରଦୀୟ ନବରାତ୍ରୀରେ ଦୁର୍ଲଭ ସଂଯୋଗ, ରାଜଯୋଗ କରାଇବ ଧନର ବର୍ଷା, ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ

Shardiya Navratri 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୩୦ ବର୍ଷ ପରେ ଶାରଦୀୟ ନବରାତ୍ରୀ ସମୟରେ଼ ଏକ ଶୁଭ ସମକକ୍ଷ ଘଟୁଛି । ନବରାତ୍ରୀରେ ହେଉଥିବା ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭପ୍ରଦ ।

Shardiya Navratri 2023: ଶାରଦୀୟ ନବରାତ୍ରୀରେ ଦୁର୍ଲଭ ସଂଯୋଗ, ରାଜଯୋଗ କରାଇବ ଧନର ବର୍ଷା, ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ

Shardiya Navratri 2023: ଶାରଦୀୟ ନବରାତ୍ରୀ ଅଶ୍ୱିନ ମାସର ଶୁକ୍ଲପକ୍ଷ ପ୍ରତିପଦରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ନବରାତ୍ରୀ ୧୫ ଅକ୍ଟୋବର ୨୦୨୩ (15 October 2023)ରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ୨୦୨୩ରେ ଶେଷ ହେବ । ୯ଦିନ ଧରି ବିଭିନ୍ନ ଶକ୍ତିପୀଠ ସହିତ ମଣ୍ଡପ ଗୁଡିକରେ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ଚଳିତ ବର୍ଷ ନବରାତ୍ରୀ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । କାରଣ ଏହି ସମୟ ମଧ୍ୟରେ ଅନେକ ରାଜଯୋଗ ସୃଷ୍ଟି ହେବାରେ ଅଛି । କହିବାକୁ ଗଲେ ଦୀର୍ଘ ୩୦ ବର୍ଷ ପରେ ଶନି କୁମ୍ଭ ରାଶିରେ ଚଳନ କରିବା ପରେ ରାଜଯୋଗ ହେବାକୁ ଯାଉଛି । ବୁଧ ଏବଂ ସୂର୍ଯ୍ୟ ଏକତ୍ର ଭାବରେ ବୁଦ୍ଧାଦିତ୍ୟ ଯୋଗ ଗଠନ କରୁଛନ୍ତି । ଏପରି ପରିସ୍ଥିତିରେ, ବିଶେଷ କରି ୩ ଟି ରାଶିର ଲୋକଙ୍କ ପାଇଁ ଶାରଦୀୟ ନବରାତ୍ରୀ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ତେବେ ଉକ୍ତ ରାଶିଗୁଡିକର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ । ଧନ ବୃଦ୍ଧି ସହିତ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ (Respect will increase in the society) । ବର୍ତ୍ତମାନ ଆମେ ଆପଣଙ୍କୁ ଜଣାଇବୁ କେଉଁ ରାଶିଗୁଡିକ ପାଇଁ ଶାରଦୀୟ ନବରାତ୍ରୀ ଅତ୍ୟନ୍ତ ଶୁଭପ୍ରଦ ।

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅତ୍ୟନ୍ତ ଶୁଭ । ନବରାତ୍ରୀ ସମୟରେ ସୃଷ୍ଟି ହେଉଥିବା ରାଜଯୋଗ ଅତ୍ୟନ୍ତ ଶୁଭ ଫଳାଫଳ (Good results) ଦେବ । ମାତା ଦୁର୍ଗାଙ୍କର ଅପାର କରୁଣା ରହିବ । ଯେଉଁ କାର୍ଯ୍ୟ ଦୀର୍ଘଦିନ ଧରି ପଡିରହିଛି ତାହାର ସମାପ୍ତ ଘଟିବ । ଏଥିସହ ଅର୍ଥପ୍ରାପ୍ତିର ଯୋଗ (financial benefits) ମଧ୍ୟ ରହିଛି । ପରିବାର ସହିତ ସମୟ ଭଲରେ କଟିବା ସହିତ ଧାର୍ମିକ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଏବଂ କଠିନ ପରିଶ୍ରମ (hard work) ପାଇଁ ପ୍ରଶଂସାଭାଜନ ହେବା । ଆପଣଙ୍କୁ ନୂଆ ଦାୟୀତ୍ୱ କିମ୍ୱା ପ୍ରମୋସନ ମିଳିପାରେ । ବ୍ୟବସାୟରେ ମଧ୍ୟ ବଡ ଲାଭ ମିଳିବାର ସମ୍ଭାବନା ରହିଛି ।

ତୁଳା: ଏହି ରାଶିର ଲୋକଙ୍କ ପାଇଁ ଶାରଦୀୟ ନବରାତ୍ରୀ ସମୟ ଅତ୍ୟନ୍ତ ଭଲ ହେବ । ତୁଳା ରାଶିର ବ୍ୟକ୍ତିବିଶେଷ ସେମାନଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ପାରିବାରିକ ସୁଖ ଶାନ୍ତି (Family happiness and peace) ବଜାୟ ରହିବ । ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ତଥା ବାକି ଟଙ୍କା ଆପଣ ଫେରସ୍ତ ପାଇପାରନ୍ତି । ଆଇନଗତ ଲଢେଇ (Legal fight0ରେ ଆପଣଙ୍କ ସପକ୍ଷରେ ରାୟ ଯିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।

ମକର ରାଶି: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଶୁଭ ଫଳପ୍ରଦ । ନବରାତ୍ରୀ ସମୟରେ ଆପଣଙ୍କର ଆର୍ଥିକ ଅବିବୃଦ୍ଧି ହେବ । ଦେବୀ ଦୁର୍ଗାଙ୍କ ଅପାର କରୁଣା ଆପଣଙ୍କ ପ୍ରତି ରହିବ । ଆପଣ ଶାରଦୀୟ ନବରାତ୍ରୀ ସମୟରେ ନୂତନ ଯାନ ଏବଂ ସମ୍ପତ୍ତି (New vehicles and property) କିଣିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଟି କାର୍ଯ୍ୟ ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସିତ ହେବ । ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଭଲ ସଫଳତା ମିଳିବ । ଅଟକି ରହିଥିବା ଟଙ୍କା ମିଳିବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ହେବ ।

Also Read- Success Story: ବଦଳିଲା ଚାଷୀଙ୍କ ଭାଗ୍ୟ, ଲାଉ ବିକ୍ରି କରି ପାଉଛନ୍ତି ୮୦ ହଜାର

Also Read- Health Care: ଏହି ଜିନିଷରେ ଲେମ୍ବୁ ରସ ମିଶାଇ ପିଉଛନ୍ତି କି? ସାବଧାନ