Sun Transit 2024: ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ୫ଟି ରାଶିର ବଦଳାଇବ ଭାଗ୍ୟ
Advertisement
Article Detail0/zeeodisha/odisha2065764

Sun Transit 2024: ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ୫ଟି ରାଶିର ବଦଳାଇବ ଭାଗ୍ୟ

Sun Transit 2024: ଶ୍ରାବଣ ନକ୍ଷତ୍ରରେ ଚଳନ କରିବେ ସୂର୍ଯ୍ୟ । ୭ ଫେବୃଆରୀ ପର୍ଯ୍ୟନ୍ତ ଏହାର ପ୍ରଭାବ କିଛି ନିର୍ଦ୍ଦିଷ୍ଟ ରାଶି ଉପରେ ରହିବ । ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାର ପ୍ରଭାବ କେଉଁ ରାଶି ଗୁଡିକୁ ଲାଭ ଦେବ ।

Sun Transit 2024: ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ୫ଟି ରାଶିର ବଦଳାଇବ ଭାଗ୍ୟ

Sun Transit 2024: ଖୁବ ଶୀଘ୍ର ସୂର୍ଯ୍ୟ ଶ୍ରାବଣ ନକ୍ଷତ୍ରରେ ଚଳନ କରିବାକୁ ଯାଉଛନ୍ତି । ଜାନୁଆରୀ ୨୪ ତାରିଖରେ ସୂର୍ଯ୍ୟ ଶ୍ରାବଣ ନକ୍ଷତ୍ରକୁ ପ୍ରବେଶ କରିବେ ଏବଂ ୭ ଫେବୃଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ ଶ୍ରାବଣ ନକ୍ଷତ୍ରରେ ବିଦ୍ୟମାନ ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ଭାବରେ ବିବେଚନା କରାଯାଇଛି । ତେଣୁ ସୂର୍ଯ୍ୟଙ୍କ ଚଳନ ରାଶି ଗୁଡିକ ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ୫ ଟି ରାଶି ପାଇଁ ଅଧିକ ଲାଭଦାୟକ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ୫ଟି ରାଶିଙ୍କୁ ଅଧିକ ଲାଭ ମିଳିବ ।

ମେଷ ରାଶିରେ ସୂର୍ଯ୍ୟଙ୍କ ପ୍ରଭାବ
ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସୂର୍ଯ୍ୟଙ୍କ ଏହି ଚଳନ ଏକ ନୂଆ ସୂଯୋଗ ସୃଷ୍ଟି କରିବ । ବିଶେଷ କରି ଚାକିରି କ୍ଷେତ୍ରରେ ଆପଣଙ୍କୁ ବିଶେଷ ସଫଳତା ମିଳିବ । ନୂଆ ନିଯୁକ୍ତି ସହ କିଛି ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସୁଯୋଗ ରହିଛି । ଅର୍ଥନୈତିକ କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣଙ୍କ ପିତାଙ୍କ ସମ୍ପର୍କ ଅଧିକ ଦୃଢ ହେବ । ଆପଣଙ୍କ ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ସାମାନ୍ୟ ଚିନ୍ତିତ ହୋଇପାରନ୍ତି ।

କର୍କଟ ରାଶିରେ ସୂର୍ଯ୍ୟଙ୍କ ପ୍ରଭାବ
ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ କାରଣରୁ କର୍କଟ ରାଶିର ଲୋକମାନେ ସାହସୀ ହେବେ । ଆପଣଙ୍କ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆପଣ ମଧ୍ୟ ପୈତୃକ ସମ୍ପତ୍ତିର ଲାଭ ପାଇବେ । ଏହା ବ୍ୟତୀତ ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ଆପଣ ସରକାରୀ କର୍ମଚାରୀ କ୍ଷେତ୍ରରୁ ମଧ୍ୟ ଲାଭ ପାଇପାରିବେ ।

କନ୍ୟା ରାଶିରେ ସୂର୍ଯ୍ୟଙ୍କ ପ୍ରଭାବ
ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ କାରଣରୁ କନ୍ୟା ରାଶିର ବ୍ୟକ୍ତି ବିଶେଷମାନେ ବିଶେଷ ଲାଭ ପାଇବେ । ଏହି ରାଶିର ଲୋକମାନେ ସେମାନଙ୍କର ଶତ୍ରୁ ଏବଂ ବିରୋଧୀଙ୍କୁ ପରାସ୍ତ କରିବାରେ ସମର୍ଥ ହେବେ । ସେମାନେ ଆଇନଗତ ଲଢେଇରେ ସଫଳତା ପାଇବେ । ଶିକ୍ଷା ଏବଂ ପ୍ରତିଯୋଗିତାରେ ସଫଳତା ପାଇବେ । ଧାର୍ମିକ କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କୁ ବିଭିନ୍ନ ଅନୁଷ୍ଠାନରେ ସମ୍ମାନ ମିଳିବ । ବୃତ୍ତିଗତ ଜୀବନରେ ଆପଣଙ୍କ ମନରେ ନୂଆ ଉତ୍ସାହ ମିଳିବ ।

ତୁଳା ରାଶିରେ ସୂର୍ଯ୍ୟଙ୍କ ପ୍ରଭାବ
ଶ୍ରାବଣ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ କାରଣରୁ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ । ଆପଣ ନୂଆ ଯାନବାହନ କିଣିପାରନ୍ତି । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବା ସହ ଆପଣ ଲାଭ ପାଇବେ । ଆପଣ ନିକଟକୁ କିଛି ଭଲ ଖବର ଆସିପାରେ । ଦୂରଯାତ୍ରା କରିବାର ସୁଯୋଗ ରହିଛି ।

ମକର ରାଶି ରାଶିରେ ସୂର୍ଯ୍ୟଙ୍କ ପ୍ରଭାବ
ସୂର୍ଯ୍ୟଙ୍କର ଏହି ଚଳନ ମକର ରାଶିର ଲୋକଙ୍କୁ ବଡ଼ ଲାଭ ଦେବ । ପୂର୍ବରୁ ବାକି ରହିଥିବା ଆପଣଙ୍କର ସମସ୍ତ ସରକାରୀ କାର୍ଯ୍ୟ ସମାପ୍ତ ହେବ । ରାଜନୀତି କ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ମଧ୍ୟ ବଢିବ । ସମ୍ପତ୍ତିଗତ ଲାଭ ମିଳିବାର ସମ୍ଭାବନା ରହିଛି ।

Also Read- ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଡାକ ଟିକେଟ୍ ଜାରି କଲେ ପିଏମ୍ ମୋଦୀ, ଟିକେଟରେ ରାମ ମନ୍ଦିର ସହ ପାର୍ଶ୍ଵ ଦେବାଦେବୀଙ୍କୁ ସ୍ଥାନିତ

Also Read- ନିଦ ହଜାଇଲା ଦନ୍ତା ହାତୀ, ଟ୍ରାଙ୍କୁଲାଇଜ କରିବାରେ ବିଫଳ ବନବିଭାଗ