Sun Transit in Gemini: ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଭାଗ୍ୟ ଉଜ୍ୱଳ !
Advertisement
Article Detail0/zeeodisha/odisha2291523

Sun Transit in Gemini: ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଭାଗ୍ୟ ଉଜ୍ୱଳ !

Surya Gochar 2024: ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ସବୁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

Sun Transit in Gemini: ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଭାଗ୍ୟ ଉଜ୍ୱଳ !

Surya Ka Mithun Rashi Me Gochar: ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଜୁନ ୧୫ ତାରିଖ ଦିନ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ଚଳନ କରିବାକୁ ଯାଉଛନ୍ତି । ଯେତେବେଳେ ସୂର୍ଯ୍ୟଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରନ୍ତି, ସେତେବେଳେ ଏହାକୁ ସୂର୍ଯ୍ୟ ସଙ୍କ୍ରାନ୍ତି ବୋଲି କୁହାଯାଇଥାଏ । ସୂର୍ଯ୍ୟ ସଙ୍କ୍ରାନ୍ତର ଶୁଭ ସମୟରେ ପବିତ୍ର ନଦୀରେ ସ୍ନାନ କରିବାର ମହତ୍ୱ ତଥ୍ୟ ରହିଛି । ଏବେ ଆସନ୍ତୁ ଜାଣିବା ମିଥୁନରେ ସୂର୍ଯ୍ୟଙ୍କ ଚଳନର ଶୁଭ ପ୍ରଭାବ କେଉଁ ରାଶିରେ ପଡିବ ।

ବୃଷ ରାଶି
ସୂର୍ଯ୍ୟଙ୍କ ଚଳନର ସକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ରହିବ । ଜୁନ୍ ୧୫ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଘର, ଦୋକାନ, ଜମି ଇତ୍ୟାଦିରେ କରାଯାଇଥିବା ବିନିଯୋଗ ଆପଣଙ୍କୁ ଧନୀ କରିପାରେ । ଆପଣ ବହୁତ ଅଗ୍ରଗତି କରିବେ ବୋଲି ଆଶା କରାଯାଉଛି । ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସମୟ ଆସିଛି । ଆପଣଙ୍କୁ ଏକ ବଡ ଲାଭ ମିଳିପାରେ ।

ସିଂହ ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଧନ ବୃଦ୍ଧି ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଅନେକ ସୁଯୋଗ ଆଣିପାରେ । ଚାକିରି ପାଇବା ପାଇଁ ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ । ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ । ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କର କାର୍ଯ୍ୟକୁ ବିସ୍ତାର କରିପାରିବେ । ଆପଣଙ୍କୁ କିଛି ବିନିଯୋଗ ପ୍ରସ୍ତାବ ମିଳିପାରେ ।

କନ୍ୟା ରାଶି
ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ସୁଖ ଆଣିପାରେ । ଏହି ସମୟରେ ଆପଣ ଅତ୍ୟନ୍ତ ଭାଗ୍ୟବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ । ଜୁନ୍ ୧୫ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଆପଣଙ୍କ କ୍ୟାରିୟର ପାଇଁ ଏକ ସୁବର୍ଣ୍ଣ ସମୟ ରହିଛି । ଏହି ସମୟ ମଧ୍ୟରେ ଆପଣ ଯାହା ବି କରିବେ ସେଥିରେ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ । ପଦୋନ୍ନତି ମିଳିବାର ସମ୍ଭାବନା ରହିଛି ।

ମୀନ ରାଶି
ମିଥୁନରେ ସୂର୍ଯ୍ୟଙ୍କ ଚଳନ ଆପଣଙ୍କୁ ଧନୀ କରିପାରେ । ନୂଆ ସମ୍ପତ୍ତି ତଥା ଯାନବାହନ କିଣିବାର ସମ୍ଭାବନା ରହିଛି । ନୂଆ ଚାକିରି ଆରମ୍ଭ କରିପାରନ୍ତି । ସୁଯୋଗ ଦେଖି ନିଜ କ୍ୟାରିଅରରେ ଆଗକୁ ବଢିବାକୁ ହେବ । ପ୍ରଗତି ପାଇଁ ବାଟ ଖୋଲିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୧୩ ଜୁନରେ ଅମଲା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ