Surya Gochar 2024: ଆଗାମି ୧୩ ଦିନ ପର୍ଯ୍ୟନ୍ତ ୩ ରାଶି ରହିବେ ଭାଗ୍ୟବାନ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ
Advertisement
Article Detail0/zeeodisha/odisha2303441

Surya Gochar 2024: ଆଗାମି ୧୩ ଦିନ ପର୍ଯ୍ୟନ୍ତ ୩ ରାଶି ରହିବେ ଭାଗ୍ୟବାନ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ

Surya Gochar 2024: ଗ୍ରହମାନେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନକ୍ଷତ୍ର ପରିବର୍ତ୍ତନ କରଥାନ୍ତି । ଯାହା ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥାଏ । ଆଜିଠାରୁ ସୂର୍ଯ୍ୟ ଆଦ୍ରା ନକ୍ଷତ୍ରରେ ଚଳନ କରୁଛନ୍ତି । ଯାହା ୩ ଟି ରାଶିର ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିପାରେ । 

Surya Gochar 2024: ଆଗାମି ୧୩ ଦିନ ପର୍ଯ୍ୟନ୍ତ ୩ ରାଶି ରହିବେ ଭାଗ୍ୟବାନ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗୋଟିଏ ରାଶିରେ ପ୍ରାୟ ୩୦ ଦିନ ଏବଂ ଗୋଟିଏ ନକ୍ଷତ୍ରରେ ପ୍ରାୟ ୧୩ ଦିନ ରହିଥା’ନ୍ତି । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସମେତ ନକ୍ଷତ୍ର ପରିବର୍ତ୍ତନ ଦେଶ, ବିଶ୍ୱ ଏବଂ ରାଶି ଉପରେ ବ୍ୟାପକ ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରଜା ଭାବେ ବିବେଚନା କରୁଥିବା ସୂର୍ଯ୍ୟଦେବ ଆଜିଠାରୁ ଆଦ୍ରା ନକ୍ଷତ୍ରରେ ଚଳନ କରୁଛନ୍ତି। ଏହି ନକ୍ଷତ୍ରଙ୍କ ଶାସକ ଗ୍ରହ ହେଉଛନ୍ତି ରାହୁ । ସୂର୍ଯ୍ୟଦେବ ୧୩ ଦିନ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବାକୁ ଯାଉଛନ୍ତି । ଆଦ୍ରା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ କେଉଁ ରାଶିକୁ ପ୍ରଭାବିତ କରିବ ଆସନ୍ତୁ ଜାଣିବା ।

ମିଥୁନ ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ରାଜନୀତିରେ ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଛାତ୍ରମାନଙ୍କ କ୍ୟାରିଅରରେ ଉନ୍ନତି ହେବା । ପୁରସ୍କାର ମିଳିବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ଆପଣଙ୍କୁ ମିଳିବ । ନିଯୁକ୍ତ ବ୍ୟକ୍ତିମାନେ ଲାଭରେ ରହିବେ । ବ୍ୟବସାୟରେ ବଡ଼ ଲାଭ ଅର୍ଜନ କରିବେ । ପ୍ରେମ ଜୀବନ ସୁଖରେ କଟିବ । ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ ।

ଧନୁ ରାଶି
ଆଦ୍ରା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହୋଇପାରେ । ଆପଣ ବହୁତ ଭାଗ୍ୟ ପାଇପାରନ୍ତି । ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତି ସଫଳତା ହାସଲ କରିବେ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀ ଏବଂ ବସଙ୍କ ଦ୍ୱାରା ପ୍ରଶଂସିତ ହେବେ । ବୋନସ ପାଇବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ବିଶେଷ ଲାଭ ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବା ପାଇଁ ଏହା ଏକ ଶୁଭ ସମୟ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ । ପାରିବାରିକ ଜୀବନରେ ସୁଖ ବୃଦ୍ଧି ପାଇବ । ପ୍ରେମ ଜୀବନ ମଧୁରମୟ ହେବ ।

ମୀନ ରାଶି
ଆଦ୍ରା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ । କଠିନ ପରିଶ୍ରମର ଶୁଭ ଫଳାଫଳ ପାଇବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଶେଷ ହେବ । ଆପଣ ବନ୍ଧୁମାନଙ୍କଠାରୁ ସମର୍ଥନ ପାଇବେ । କୋର୍ଟ କଚେରୀ ସମସ୍ୟାରୁ ମୁକ୍ତି ପାଇବେ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ସମାଧାନ ହୋଇପାରିବ । ବ୍ୟବସାୟରେ ଲାଭ ବୃଦ୍ଧି ହୋଇପାରେ । ବେକାର ଯୁବକମାନଙ୍କ ପାଇଁ ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ପ୍ରେମ ଜୀବନରେ ଜୀବନରେ ସମ୍ପର୍କ ଭଲରେ କଟିବ । ବିବାହିତ ଜୀବନ ସୁଖୀରେ କଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୨୨ ଜୁନରେ ବ୍ରହ୍ମା ଯୋଗର ଶୁଭ ମିଶ୍ରଣ, ୫ଟି ରାଶିର ଭାଗ୍ୟ ଉଜ୍ୱଳ