Surya Gochar Rashifal: ୨ଟି ସ୍ୱତନ୍ତ୍ର ଯୋଗ ବୃଷ, ସିଂହ ସହ ଏହି ରାଶିର ଜୀବନକୁ କରିବ ରୋମାଞ୍ଚକର
Advertisement
Article Detail0/zeeodisha/odisha2377601

Surya Gochar Rashifal: ୨ଟି ସ୍ୱତନ୍ତ୍ର ଯୋଗ ବୃଷ, ସିଂହ ସହ ଏହି ରାଶିର ଜୀବନକୁ କରିବ ରୋମାଞ୍ଚକର

Surya Gochar Rashifal: ଜ୍ୟୋତିଷ ଶାସ୍ତ୍ରରେ ଉଭୟ ବୁଦ୍ଧାଦିତ୍ୟ ଏବଂ ଶୁକ୍ରାଦିତ୍ୟ ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଉଭୟ ରାଜଯୋଗ ପ୍ରଭାବରେ ଜଣେ ବ୍ୟକ୍ତିର ମାନ ଏବଂ ସମ୍ମାନ ବୃଦ୍ଧି ହୁଏ । ଏଥିସହ ଅର୍ଥର ପ୍ରବାହ ମଧ୍ୟ ବଢିଥାଏ । ପ୍ରତ୍ୟେକ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଥାଏ ବ୍ୟକ୍ତି ।

Surya Gochar Rashifal: ୨ଟି ସ୍ୱତନ୍ତ୍ର ଯୋଗ ବୃଷ, ସିଂହ ସହ ଏହି ରାଶିର ଜୀବନକୁ କରିବ ରୋମାଞ୍ଚକର

Surya Gochar Rashifal: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅଗଷ୍ଟ ୧୬, ୨୦୨୪ ଶୁକ୍ରବାର ସନ୍ଧ୍ୟା ୭:୫୩ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ, ଗ୍ରହମାନଙ୍କର ରାଜା ଭାବେ ବିବେଚନା କରାଯାଉଥିବା ସୂର୍ଯ୍ୟଦେବ କର୍କଟ ରାଶିରୁ ନିଜ ରାଶି ସିଂହକୁ ଚଳନ କରିବେ । ଅନ୍ୟପଟେ ସିଂହରେ ପୂର୍ବରୁ ଉପସ୍ଥିତ ରହିଛନ୍ତି ବୁଧ । ତେଣୁ ପ୍ରଭାବରେ ବୁଦ୍ଧାଦିତ୍ୟ ଏବଂ ଶୁକ୍ରଦିତ୍ୟ ରାଜଯୋଗ ଗଠନ ହେଉଛି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ବୁଧଙ୍କ ସହ ମିଶି ବୁଦ୍ଧାଦିତ୍ୟ ରାଜଯୋଗ ଏବଂ ଶୁକ୍ରଙ୍କ ସହ ମିଶି ଶୁକ୍ରାଦିତ୍ୟ ରାଜଯୋଗ ଗଠନ କରୁଛି । ଜ୍ୟୋତିଷ ଶାସ୍ତ୍ରରେ ଉଭୟ ବୁଦ୍ଧାଦିତ୍ୟ ଏବଂ ଶୁକ୍ରାଦିତ୍ୟ ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଉଭୟ ରାଜଯୋଗ ପ୍ରଭାବରେ ଜଣେ ବ୍ୟକ୍ତିର ମାନ ଏବଂ ସମ୍ମାନ ବୃଦ୍ଧି ହୁଏ । ଏଥିସହ ଅର୍ଥର ପ୍ରବାହ ମଧ୍ୟ ବଢିଥାଏ । ପ୍ରତ୍ୟେକ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଥାଏ ବ୍ୟକ୍ତି । ଯଦିଓ ଏହି ଦୁଇଟି ରାଜଯୋଗ ପ୍ରଭାବରୁ ସମସ୍ତ ରାଶିର ବ୍ୟକ୍ତି ଲାଭ ପାଇବେ କିନ୍ତୁ ବିଶେଷକରି ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇପାରେ । ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟବାନ ।

ବୃଷ ରାଶି
ଭାଗ୍ୟ ଆପଣଙ୍କର ସପକ୍ଷରେ ରହିବ । ସୂର୍ଯ୍ୟ, ବୁଧ ଏବଂ ଶୁକ୍ରର ମିଳିତ ପ୍ରଭାବ କାରଣରୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବାର ଦୃଢ ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ସକରାତ୍ମକ ପ୍ରଭାବ ରହିବ । ପୁରୁଣା ରୋଗରୁ ମୁକ୍ତି ପାଇବା ସହ ମନ ଖୁସି ରହିବ । ବୁଦ୍ଧଦିତ୍ୟ ଯୋଗର ପ୍ରଭାବ କାରଣରୁ ଆପଣଙ୍କ ଜୀବନଶୈଳୀ ଉପରେ ଗଭୀର ପ୍ରଭାବ ପଡିବ । ନିଜର ମିଠା କଥାରେ ଅନ୍ୟର ମନ ଜିତିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ । ଆପଣ ନେଇଥିବା ନିଷ୍ପତ୍ତି ଆଗକୁ ଆପଣଙ୍କୁ ସୁଫଳ ଦେବ । ଟଙ୍କା ରୋଜଗାରର ନୂଆ ଉପାୟ ଖୋଲିବ ।

ସିଂହ ରାଶି
ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କ ଚଳନ ଏବଂ ଶୁକ୍ରଦିତ୍ୟ ଯୋଗ ଗଠନ ହେଉଛି । ତେଣୁ ଆପଣଙ୍କ ଆୟ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ବିଭିନ୍ନ ଉତ୍ସରୁ ଆପଣଙ୍କୁ ଟଙ୍କା ମିଳିବ । ସେୟାର ମାର୍କେଟରୁ ଭଲ ଲାଭ ପାଇବେ । ଟଙ୍କା ଅପଚୟ ରୋକିବାରେ ସଫଳ ହେବେ । ନୂତନ ବିନିଯୋଗ ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ସାମାଜିକ ଏବଂ ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ । ପ୍ରେମ ଜୀବନ ରୋମାଞ୍ଚକର ହେବ ।

ତୁଳା ରାଶି
ଦୁଇଟି ରାଜଯୋଗ ଆପଣଙ୍କ ଜୀବନରେ ନୂଆ ଆଲୋକ ଆଣିପାରେ । ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ । ଆତ୍ମବିଶ୍ୱାସ ଏବଂ ମନୋବଳ ବୃଦ୍ଧି ପାଇବ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ସହଭାଗୀ ବ୍ୟବସାୟରୁ ବ୍ୟବସାୟୀମାନେ ଅଧିକ ଲାଭ ପାଇପାରିବେ । ଚାକିରି କରୁଥିବା ବ୍ୟକ୍ତିଙ୍କର ପଦନ୍ନୋତୀ ସହ ଦରମା ବଢିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Shukra Gochar: ୫ ରାଶିରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନର ମହାପ୍ରଭାବ, ଜାଣନ୍ତୁ କ'ଣ ଘଟିବ

Also Read- Lucky Zodiac Sign: ୧୦ ଅଗଷ୍ଟରେ ଅଧି ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ