ବଲାଙ୍ଗୀରରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ
Advertisement
Article Detail0/zeeodisha/odisha699862

ବଲାଙ୍ଗୀରରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଜିଲ୍ଲାରେ  ଆଜି(ସୋମବାର) ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାମୁତାବକ, ଅପରାହ୍ନରେ ଲୁହୁରାମୁଣ୍ଡା ଗ୍ରାମର ଦେବରାଜ ଜୁଏଡ ଓ ପିତବେଣୁ ଜୁଏଡ ପ୍ରତିଦିନ ଭଲି ଆଜି ବି ନିକଟସ୍ଥ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିଲେ । କିନ୍ତୁ ହଠାତ୍ ଦୁହେଁ ହ

ବଲାଙ୍ଗୀରରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଜିଲ୍ଲାରେ  ଆଜି(ସୋମବାର) ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାମୁତାବକ, ଅପରାହ୍ନରେ ଲୁହୁରାମୁଣ୍ଡା ଗ୍ରାମର ଦେବରାଜ ଜୁଏଡ ଓ ପିତବେଣୁ ଜୁଏଡ ପ୍ରତିଦିନ ଭଲି ଆଜି ବି ନିକଟସ୍ଥ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିଲେ । କିନ୍ତୁ ହଠାତ୍ ଦୁହେଁ ହାତୀ ହାବୁଡ଼ରେ ପଡିଯାଇଥିଲେ । 

ତେବେ ଦେବାରାଜ ଜୁଏଡକୁ ହାତୀ ଘଟଣା ସ୍ଥଳରେ ଦଳି ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ କୌଣସି ମତେ ପିତା ବେଣୁ ଜୁଏଡ ଦୌଡି ପଲେଇ ଆସି ଗ୍ରାମ ନିକଟସ୍ଥ କେନାଲ ହିଡ ଠାରେ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ନେଇଥିଲେ । ପରେ ଖବର ପାଇଁ ଜଙ୍ଗଲ ବିଭାଗ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି । ହାତୀ ଆକ୍ରମଣରେ ଦେବରାଜ ଜୁଏଡର ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିଲା ।