ଚାନ୍ଦିପୁର ଘାଟିରୁ 'ଅଗ୍ନି ପ୍ରାଇମ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଜାଣନ୍ତୁ ଏହାର ବିଶେଷତା
Advertisement
Article Detail0/zeeodisha/odisha1050307

ଚାନ୍ଦିପୁର ଘାଟିରୁ 'ଅଗ୍ନି ପ୍ରାଇମ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଜାଣନ୍ତୁ ଏହାର ବିଶେଷତା

Agni Prime Missile: DRDO ଦ୍ୱାରା ଏହି କ୍ଷେପଣାସ୍ତ୍ରର ଡିଜାଇନ୍ ଓ ପ୍ରସ୍ତୁତି କରାଯାଇଛି ଏବଂ ଏହାର ଲକ୍ଷ୍ୟଭେଦର କ୍ଷମତା 1000 ରୁ 2,000 କିଲୋମିଟର ମଧ୍ୟରେ ରହିଛି ।

ଚାନ୍ଦିପୁର ଘାଟିରୁ 'ଅଗ୍ନି ପ୍ରାଇମ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଜାଣନ୍ତୁ ଏହାର ବିଶେଷତା

Agni Prime Missile: ବାଲେଶ୍ୱରର (Baleshwar) ଚାନ୍ଦିପୁର ଘାଟିରୁ ଶନିବାର ଦିନ 'ଅଗ୍ନି ପ୍ରାଇମ' କ୍ଷେପଣାସ୍ତ୍ରକୁ (Agni Prime Missile) ସଫଳତାର ସହ ପରୀକ୍ଷଣ   । ଏହା ଅଗ୍ନି ସିରିଜ୍ (Agni series) କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ, ଯାହା ପରମାଣୁ ୱାରହେଡ୍ ବହନ କରିବାରେ ସକ୍ଷମ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦର କ୍ଷମତା 1000 ରୁ 2000 କିଲୋମିଟର ରହିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି କ୍ଷେପଣାସ୍ତ୍ରର ଡିଜାଇନ୍ ଏବଂ ବିକାଶ କରାଯାଇଛି ରହିଛି ।

ଅଧିକାରୀ କହିଛନ୍ତି ଯେ ପରୀକ୍ଷଣ ସମୟରେ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରରେ ଅନେକ ନୂତନ ଫିଚର ଯୋଗ କରାଯାଇଥିଲା । ଉଚ୍ଚ ସ୍ତରର ସଠିକତା ସହିତ ଏହା ସମସ୍ତ ମିଶନ ଲକ୍ଷ୍ୟ ପୂରଣ କଲା । ଅଲ୍ଟ୍ରା ମଡର୍ଣ୍ଣ ଟେକନିକ ସହିତ ଅଗ୍ନି ପ୍ରାଇମ୍ ଏକ କମ୍ ଓଜନ ବିଶିଷ୍ଟ କ୍ଷେପଣାସ୍ତ୍ର । 

ଏହି ସପ୍ତାହରେ ଭାରତ ସଫଳତାର ସହ ଓଡ଼ିଶା ଭଦ୍ରକରେ ଥିବା ଅବଦୁଲ କଲାମ ଦ୍ୱୀପରୁ 'ସୁପରସୋନିକ୍ ମିସାଇଲ୍ ଆସିଷ୍ଟଡ୍ ଟର୍ପେଡୋ ସିଷ୍ଟମ୍' (SMAT) ଲଞ୍ଚ କରିଛି । DRDO କହିଛି ଯେ ଆଣ୍ଟି-ସବମେରାଇନ୍ ଯୁଦ୍ଧ ଯୁଦ୍ଧ କ୍ଷମତାକୁ ବଢାଇବା ପାଇଁ ଏହି ସିଷ୍ଟମକୁ ଡିଜାଇନ୍ କରାଯାଇଛି, ଯାହା ପାରମ୍ପାରିକ ଟର୍ପେଡୋ ପରିସରଠାରୁ ବହୁତ ଅଧିକ  । 

DRDO ଏକ ବୟାନରେ କହିଛି ଯେ ଯୋଜନା ଅନୁଯାୟୀ ପରୀକ୍ଷା ଚାଲିଛି । ଏହି ସମୟରେ ଇଲେକ୍ଟ୍ରୋ ଟ୍ରାଫିକ୍ ଟେଲିମେଟ୍ରି ସିଷ୍ଟମ୍, ଡାଉନ୍ ରେଞ୍ଜ୍ ଇନଷ୍ଟ୍ରୁମେଣ୍ଟେସନ୍ ଏବଂ ଡାଉନ୍ ରେଞ୍ଜ୍ ସିପ୍ ସହିତ ବିଭିନ୍ନ ରେଞ୍ଜ୍ ରାଡାର୍ ଦ୍ୱାରା ସମଗ୍ର ଟ୍ରାଜେକ୍ଟୋରୀ ଉପରେ ନଜର ରଖାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଟର୍ପେଡୋ, ପାରାଚ୍ୟୁଟ୍ ବିତରଣ ବ୍ୟବସ୍ଥା ଏବଂ ରିଲିଜ୍ ଯନ୍ତ୍ରକୌଶଳ ଥିଲା । 

ଏହା ବି ପଢ଼ନ୍ତୁ: UP ନିର୍ବାଚନରେ କିଏ ​​ଜିତିବ? ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ: ମହିଳାମାନଙ୍କୁ କେନ୍ଦ୍ରର ବଡ଼ ଉପହାର, ସରକାର ମାଗଣାରେ ଦେବେ ୫୦୦୦ ଟଙ୍କାର ଏହି ସୁବିଧା