କୂଳ ଲଂଘିଲାଣି ମହାନଦୀ, ବରଗଡ଼ରେ ପଶିଲା ବନ୍ୟାଜଳ
Advertisement
Article Detail0/zeeodisha/odisha1302093

କୂଳ ଲଂଘିଲାଣି ମହାନଦୀ, ବରଗଡ଼ରେ ପଶିଲା ବନ୍ୟାଜଳ

ହୀରାକୁଦର ୩୪ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଥିଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ ଖୋଲାଯାଇଛି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏହାକୁ ନେଇ ସୂଚନା ଦେଇଛନ୍ତି ।

କୂଳ ଲଂଘିଲାଣି ମହାନଦୀ, ବରଗଡ଼ରେ ପଶିଲା ବନ୍ୟାଜଳ

ବରଗଡ଼: ଗତ ତିନିଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ହୀରାକୁଦ ଜଳଭଣ୍ଡାରର (Hirakud Dam) ଜଳସ୍ତର (Water Level) ବଢିଚାଲିଥିବା ବେଳେ ଏହାର ପଛୁଆ ପାଣିରେ ବରଗଡ଼ ଜିଲ୍ଲା (Bargarh District) ଅମ୍ବାଭୋନା ବ୍ଲକର (Ambabhona Block) ଚିଖିଲି,ଅନ୍ତରାଡି ,ଘୁଘୁରାପାଲି, ବାରଙ୍ଗକୋଟ ଓ ବେନିଆପାଲି ଗାଁ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି ।ବନ୍ୟାପାଣିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ରହିଥିବା ବେଳେ ଘରେ ଘରେ ପାଣି ପ୍ରବେଶ କରୁଛି । ଗ୍ରାମବାସୀ ବର୍ତ୍ତମାନ ଗାଁ ଛାଡି ନିଜ ଗୃହ ପାଳିତ ପଶୁଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀକୁ ଯାଉଛନ୍ତି । ବର୍ତ୍ତମାନ ମଧ୍ୟ ବରଗଡ଼ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ   ଜଳଭଣ୍ଡାରର ଜଳସ୍ତର ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ସମୁଦାୟ 34ଟି ଗେଟ ଖୋଲିଥିଲେ ମଧ୍ୟ  ଛାତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଆହୁରି ବଢିବା ସହ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପରେ ଏବେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଧୀରେ ଧୀରେ ହୀରାକୁଦ ଡ୍ୟାମ୍‌ର ମଧ୍ୟ ଜଳସ୍ତର ବଢିଚାଲିଛି । ଫଳରେ ଗୋଟେ ପରେ ଗୋଟେ ଗେଟ୍ ଖୋଳାଯାଉଛି । ଏହା ଯୋଗୁଁ ରାଜ୍ୟର ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

ହୀରାକୁଦର ୩୪ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଥିଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ ଖୋଲାଯାଇଛି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏହାକୁ ନେଇ ସୂଚନା ଦେଇଛନ୍ତି । ବାମ ପଟର ୨୬ ଗେଟ ଓ ଡାହାଣ ପଟର ଆଠଟି ଗେଟ ଅର୍ଥାତ ସର୍ବମାଟ ୩4ଟି ଗେଟ ଦେଇ ବର୍ତ୍ତମାନ ଜଳ ନିଷ୍କାସନ କରାଯାଉଛି । ଆଜି ଦିନ ତିନିଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭.୦୮ ଫୁଟ ରହିଛି ।ବର୍ତ୍ତମାନ ତିରିଶଟି ଗେଟ ଦେଇ ହୀରାକୁଦ ନଦୀ ବନ୍ଧରୁ ଜଳ ନିଷ୍କାସନ କରାଯାଉଛି ।

ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼ ତଥା ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ନଦୀ ବନ୍ଧର ଜଳସ୍ତର ବୃଦ୍ଧି ପାଉଛି। ସେଥିପାଇଁ ମହାନଦୀ ଅବବହିକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଏବଂ ଓଡ୍ରାଫ ଟିମକୁ ଆଲର୍ଟ ଜାରି କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି। ତିନି ଦିନ ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି ।

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ କାଲି ରାତିରୁ ଲଗାଣ ବର୍ଷା ଲାଗି ରହିବା ଫଳରେ ତଲୀୟ ଅଞ୍ଚଳ ମାନଙ୍କରେ ପାଣି ଜମିବା ଆରମ୍ଭ କରିଛି । ଜିଲାର ବିଭିନ୍ନ ବିଦ୍ୟାଳୟରେ ପାଣି ପସିଥିବାର ଦେଖା ଯାଇଛି । ଆରପଟେ ଲଗାଣ ବର୍ଷା ଯୋଗୁଁ ଜିଲାର ମୁଖ୍ୟତଃ ଦେବୀ,ପାଇକା ଓ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ନଦୀ ନିକଟବର୍ତ୍ତୀ ଲୋକ ମାନେ ଭୟଭୀତ ହୋଇ ପଡିଛନ୍ତି । ବିଶେଷ କରି ଦେବୀ ନଦୀର ବାମ ପାର୍ଶ୍ଵ ଭଣ୍ଡିସାହି, ଦେବୀଦୋଳ, ତୁମ୍ବେଶ୍ୱର ଆଦି ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ନଦୀ ନିକଟବର୍ତ୍ତୀ ଗାଁର ଲୋକମାନେ ଭୟଭିତ ହୋଇ ପଡିଛନ୍ତି । 

ସେହିଭଳି ମହାନଦୀର ତଟବର୍ତୀ ଶଙ୍ଖେଶ୍ୱର, ତିର୍ତ୍ତୋଲ,ହରିପୁର, ମଣିଜଙ୍ଗା,କାଠକୋଟ, ହଂସୁରା ଓ ବାଲିକଣି ଅଂଚଳର ନଦୀ ପଠା ଭିତରେ ଥିବା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଉ ଥିବାର ଦେଖାଯାଇଛି । ବର୍ଷା ଓ ବନ୍ୟାର ମୁକାବିଲା ନିମନ୍ତେ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହା ସହିତ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଧାନ ଜମିରେ ପାଣି ଲହଡା ମାରୁଛି। ଜିଲ୍ଲାରେ ୯୦ ହଜାର ଜମିରେ ଧାନ ଚାଷ ହୋଇଥିବା ବେଳେ ଜମିରେ ପାଣି ଜମି ରହି ଥିବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବା ଚାଷୀ କହିଛନ୍ତି।

ଅଧିକ ପଢନ୍ତୁ: ଆସୁଛି ବଡ଼ ବନ୍ୟା, ଭାଙ୍ଗିପାରେ ୧୦ ବର୍ଷର ରେକର୍ଡ

ଅଧିକ ପଢନ୍ତୁ: ଲଗାଣ ବର୍ଷାରେ ବେହାଲ ରାଜ୍ୟ, ବନ୍ୟା ଆସନ୍ନ