ଲଗାଣ ବର୍ଷାରେ ବେହାଲ ରାଜ୍ୟ, ବନ୍ୟା ଆସନ୍ନ
Advertisement
Article Detail0/zeeodisha/odisha1301585

ଲଗାଣ ବର୍ଷାରେ ବେହାଲ ରାଜ୍ୟ, ବନ୍ୟା ଆସନ୍ନ

ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି। ତିନି ଦିନ ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି। ଆଜି ଅପେକ୍ଷା କାଲି ଓ ପରଦିନ ଲଗାତାର ଭାବେ ଦୁଇ ଦିନ ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। 

ଲଗାଣ ବର୍ଷାରେ ବେହାଲ ରାଜ୍ୟ, ବନ୍ୟା ଆସନ୍ନ
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା (Heavy Rain)। ଲଘୁଚାପ ଜନିତ (Low presure rain) ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ହୀରାକୁଦର (Hirakud) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର (Water level) ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆଜି ମୁଣ୍ଡଳି ନିକଟ (Mundali Anicut) ଦେଇ ପ୍ରବାହିତ ହେବ। ତେବେ ମହାନଦୀ (Mahanadi) ଓ ଏହାର ଶାଖା ନଦୀ ଗୁଡ଼ିକରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଆଗକୁ ଆଉ ଲଘୁଚାପ ଘନିଭୂତ ହେଉଥିବା ବେଳେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। 
 
ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଦେଇ ଅତିକ୍ରମ କରିବ। ଏହି ସମୟରେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାପଡ଼ିଛି। ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା। ବର୍ତ୍ତମାନ କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ୫୪.୭୫ ରହିଛି, ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ଆହୁରି ବୃଦ୍ଧି ପାଇବା ଆଶଂକା
 
ସେହିପରି ସୁବର୍ଣ୍ଣପୁରରେ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ପାଣି ପ୍ରବାହିତ। ହିକୁଡି ବିଜେପୁର ବ୍ରିଜ ଉପରେ ୫ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ସୋନପୁର ବିରମହାରାଜପୁର ବାଇପାସ୍ ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ।ଯାତାୟତ ଏକ ରକମ ପୁରା ଠପ ହୋଇ ପଡ଼ିଛି। 
 
ଜଳେଶ୍ଵର ବାଲେଶ୍ଵର ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବ୍ରୁଦ୍ଧି ପାଉଛି। ଜଳକା ନଦୀର ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ୫.୫ମିଟର ଥିବା ବେଳେ ଆଜି ସକାଳ ସାତଟା ସୁଦ୍ଧା ଜଳସ୍ତର ୬.୩୫ମିଟର ଊପରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ରାଜ ଘାଟ ଠାରେ ୭.୧୨ମିଟର ରେ ପ୍ରବାହିତ ହେଉଛି। ତେବେ ଏହାର ବିପଦ ସଙ୍କେତ ୧୦.୩୬ମିଟର ରହିଛି। ଉଭୟ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରୁଛି।
 
ସୂଚନାଯୋଗ୍ୟ ଛତିଶଗଡ଼ ତଥା ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ନଦୀ ବନ୍ଧର ଜଳସ୍ତର ବୃଦ୍ଧି ପାଉଛି। ସେଥିପାଇଁ ମହାନଦୀ ଅବବହିକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଏବଂ ଓଡ୍ରାଫ ଟିମକୁ ଆଲର୍ଟ ଜାରି କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି। ତିନି ଦିନ ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି। ଆଜି ଅପେକ୍ଷା କାଲି ଓ ପରଦିନ ଲଗାତାର ଭାବେ ଦୁଇ ଦିନ ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। 
 
ଏଭଳି ବର୍ଷା ଆହୁରି ଦୁଇ ଦିନ ଜାରି ରହିଲେ ନିଶ୍ଚିତ ଭାବରେ ମହାନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏଥିରେ ଆଶଙ୍କା ନାହିଁ। ଏବେ ତୁହାକୁ ତୁହା ବର୍ଷା ଲଗିରହିଛି। ସେଥିପାଇଁ ଏବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ପର୍ଯ୍ୟାୟ କ୍ରମେ ଜଳଭଣ୍ଡାରର ଗେଟ ମଧ୍ୟ ଖୋଲାଯାଉଛି। ସେହିକ୍ରମରେ ଏବେ ୩୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପଟର ୨୨ଟି ଓ ଡାହାଣ ପଟର ୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।