ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି
Advertisement
Article Detail0/zeeodisha/odisha2338534

ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି

ଆଜି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି।

ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି

ଭୁବନେଶ୍ଵର: ପୁରୀ ରାଜଭବନରେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି। ଆଜି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। 

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଜଣେ ଅଣ ଓଡିଆ ଲୋକ ଓଡ଼ିଆଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ସର୍ବଭାରତୀୟ ସ୍ତରରେ ରାଜ୍ୟ ନିନ୍ଦିତ ହେଉଛି। ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି। ଆଇନ୍ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ୍ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ୍ ଆମେ ପ୍ରଥମ ଥର ଦେଖୁଛୁ। ଗର୍ଭଣ୍ଣର ପୁଅ ବୋଲି କଣ ସାତ ଖୁନ୍ ମାଫ୍ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। 

ଆହୁରି କହିଛନ୍ତି ଯେ, ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ୧୦ ଦିନ ହେଲାଣି, ତଥାପି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ। ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି। ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ।