Advertisement
Photo Details/zeeodisha/odisha2389325
photoDetails0hindi

Gold Price Today: ଆଜି ହିଁ କିଣନ୍ତୁ ସୁନା, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଭରି ପିଛା ମୂଲ୍ୟ?

Gold Price Today: ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ର ମୂଲ୍ୟ ୬,୬୭୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା (ଯାହାକୁ ୯୯୯ ସୁନା ମଧ୍ୟ କୁହାଯାଏ) ଗ୍ରାମ ପିଛା ୭,୨୭୭ ଟଙ୍କା ରହିଛି ।  ତେବେ ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୬ହଜାର ୬୭୦ ଥିବା ବେଳେ ୧୦ ଗ୍ରାମ ବା ଭରିକୁ ରହିଛି ୬୬ ହଜାର ୭୦୦ ଟଙ୍କା । ସେହିପରି ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ବା ଭରି ପିଛା ସୁନା ଦର ୬୬ ହଜାର ୮୫୦ ଟଙ୍କା ରହିଛି। 

 

1/4

ସେହିପରି ୨୪ କ୍ୟାରେଟ୍ ସୁନା ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଛି। ଏଠାରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମକୁ ୭ ହଜାର ୨୭୭ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ତଥା ଭରି ପିଛା ୭୨ ହଜାର ୭୭୦ ଟଙ୍କା ରହିଛି। ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମକୁ ୫ ହଜାର ୪୫୭ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପିଛା ବା ଭରିକୁ ୫୪ ହଜାର ୫୭୦ ଟଙ୍କା ଦର ରହିଛି। 

2/4

ଅନ୍ୟପଟେ ଦେଶରେ ରୂପା ଦର ବି ସ୍ଥିର ରହିଛି। ଏକ ଗ୍ରାମକୁ ୮୬ ଟଙ୍କା ରହିଥିବା ବେଳେ ୮ ଗ୍ରାମକୁ ୬୮୮ ଟଙ୍କା ଓ ୧୦ ଗ୍ରାମକୁ ୮୬୦ ଟଙ୍କା ଓ ୧୦୦ ଗ୍ରାମକୁ ୮ ହଜାର ୬୦୦ ଟଙ୍କା ରହିଛି। ସେହିପରି ୧୦୦୦ ଗ୍ରାମ କିଲୋ ଦାମ୍ ୮୬ ହଜାର ଟଙ୍କା ରୂପା ରେଟ୍ ରହିଛି। 

3/4

ଦେଶରେ  ୧୦୦୦ ଗ୍ରାମ କିଲୋ ଦାମ୍ ୮୬ ହଜାର ଟଙ୍କା ରୂପା ରେଟ୍ ରହିଥିବା ବେଳେ ଭୁବନେଶ୍ୱରରେ କିଲୋ ରୂପା ଦର ୯୧ ହଜାର ଟଙ୍କା ରହିଛି। ଅର୍ଥାତ୍ ରୂପା ରେଟ୍ ଭୁବନେଶ୍ୱରରେ ବଢିଛି। 

 

4/4

ଭାରତରେ ରୁପା ମୂଲ୍ୟ ଅନ୍ତର୍ଜାତୀୟ ଦର ଦ୍ୱାରା ନିର୍ଦ୍ଧାରଣ କରାଯାଏ, ଯାହା କି କୌଣସି ଦିଗରେ ଗତି କରେ । ଏହା ବ୍ୟତୀତ ଏହା ଡଲାର ତୁଳନାରେ ଟଙ୍କାର ମୁଦ୍ରା ଗତିବିଧି ଉପରେ ମଧ୍ୟ ନିର୍ଭର କରେ । ଡଲାର ତୂଳନାରେ ଟଙ୍କା ହ୍ରାସ ପାଇଲେ ଏବଂ ଅନ୍ତର୍ଜାତୀୟ ଦର ସ୍ଥିର ରହିଲେ ରୁପା ଆହୁରି ମହଙ୍ଗା ହୋଇଥାଏ।