Babri Masjid:ବାବ୍ରି ମସଜିଦ ଉପରେ ପ୍ରଥମ ହାତୁଡ଼ି ପ୍ରହାର କରିଥିଲେ ଏହି ବ୍ୟକ୍ତି
Advertisement

Babri Masjid:ବାବ୍ରି ମସଜିଦ ଉପରେ ପ୍ରଥମ ହାତୁଡ଼ି ପ୍ରହାର କରିଥିଲେ ଏହି ବ୍ୟକ୍ତି

ଜାନୁୟାରୀ ୨୨ ରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।  ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ପହଞ୍ଚିବେ। ଏହି ମନ୍ଦିର ନିର୍ମାଣ ପାଇଁ ରାମ ଭକ୍ତମାନେ କଠିନ ପରିଶ୍ରମ କରିଛନ୍ତି। ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଏମିତିରେ ଦେଖିବାକୁ ଗଲେ ରାମମ

SOCIAL MEDIA

Babri Masjid:

ଜାନୁୟାରୀ ୨୨ ରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।  ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ପହଞ୍ଚିବେ। ଏହି ମନ୍ଦିର ନିର୍ମାଣ ପାଇଁ ରାମ ଭକ୍ତମାନେ କଠିନ ପରିଶ୍ରମ କରିଛନ୍ତି। ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଏମିତିରେ ଦେଖିବାକୁ ଗଲେ ରାମମନ୍ଦିର ଫେରିପାଇବା ପାଇଁ ହିନ୍ଦୁଙ୍କ ବଳିଦାନର ଇତିହାସ ପାଂଚ ଶହରୁ ଅଧିକ ବର୍ଷ । ତେବେ ଏହା ନିର୍ଣ୍ଣାୟକ ମୋଡ଼ ନେଇଥିଲା ଡିସେମ୍ବର ୬,୧୯୯୨ ମସିହାରେ । ସେହିଦିନ ବିବାଦୀୟ ଢାଞ୍ଚା କରସେବକଙ୍କ ହାତୁଡି ଓ ଶାବଳ ମାଡ଼ରେ ଭୁଷୁଡି଼ ପଡିଥିଲା । ଆଉ ତା’ ସହିତ ଭୁଷୁଡ଼ି ପଡିଥିଲା ପରାଧିନତାର ପ୍ରତୀକ । ୧୯୯୨ ଡିସେମ୍ବର ୬ ତାରିଖର କରସେବାରେ ଭାରତର ବିଭିନ୍ନ ଭାଗରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ । ସେହିମାନଙ୍କ ମଧ୍ଯରୁ କିଛି ସେଦିନ ବିବାଦୀୟ ଢାଞ୍ଚାର ଗମ୍ବୁଜ ଉପରେ ଚଢି ହାତୁଡ଼ି ପ୍ରହାର କରି ଇତିହାସକୁ ବଦଳାଇବା ପାଇଁ ଉଦ୍ୟମ କରିଥିଲେ । ସେହିମାନଙ୍କ ମଧ୍ଯରୁ ଜଣେ ହେଉଚନ୍ତି ମଧ୍ୟପ୍ରଦେଶର ଚମ୍ବଲ ର ଭିଣ୍ଡ୍ ଜିଲ୍ଲାର ବାସିନ୍ଦା ସୁନ୍ଦର ପାଲ । ସୁନ୍ଦର ପାଲ ହେଉଛନ୍ତି ସେହି ବ୍ୟକ୍ତି ଯିଏ ବିବାଦୀୟ ଢାଞ୍ଚାର ଗମ୍ବୁଜ ଉପରେ ଚଢି ପ୍ରଥମ ହାଡୁଡି ମାଡ଼ କରିଥିଲେ ।

ଚମ୍ବଲର ଭିଣ୍ଡ ଜିଲ୍ଲାର ଏକ ଛୋଟ ଗାଁ ବାରାକାଲାର ବାସିନ୍ଦା ସୁନ୍ଦର ପାଲ ୧୯୯୨ ମସିହାରେ ଚମ୍ବଲରୁ ପ୍ରାୟ ଦଶଜଣ କରସେବକଙ୍କ ସହିତ କରସେବା ପାଇଁ ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ । ଡିସେମ୍ବର ୬,୧୯୯୨ର ଘଟଣା ମନେ ପକାଇ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ସୁନ୍ଦର କହିଛନ୍ତି ଯେ, ମୁଁ ମୋ ଅଣ୍ଟାରେ ହାତୁଡ଼ି ବାନ୍ଧି ଦଉଡି ସାହାଯ୍ୟରେ ମସଜିଦ ଉପରକୁ ଚଢିଥିଲି ।  ଏହା ପରେ ଆମେ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ବିବାଦୀୟ ଢାଞ୍ଚା ଉପରେ ଥିଲୁ । ମୁଁ ପ୍ରଥମ ବ୍ୟକ୍ତି ଭାବେ ଗମ୍ବୁଜ୍ ଉପରେ ହାତୁଡି ମାଡ଼ କରିଥିଲି । ସେତେବେଳେ ତଳୁ ରାମଭକ୍ତ ଚିଲାଉଥିଲେ,ଶୀଘ୍ର କାମ ସାରି ତଳକୁ ଆସ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଜିଲ୍ଲାରୁ ଯାଇଥିବା ଅନ୍ୟ କରସେବକଙ୍କୁ ପରିସର ଭିତରେ ଅଲାଗ କାମ ଦିଆଯାଇଥିଲା । ସୁନ୍ଦର ପାଲଙ୍କ ଅନୁସାରେ ଅପରାହ୍ନ ୪ଟା ବେଳକୁ ବିବାଦୀୟ ଢାଞ୍ଚା ଭାଙ୍ଗିଥିଲା । ଆଉ ଏହାସହିତ ଅଯୋଧ୍ୟାରେ ଗୋଟିଏ ଦିନରେ ଦିପାବଳୀ ଓ ହୋଲି ପାଳିତ ହୋଇଥିଲା ।