କାରରେ କୁବେର ଭଣ୍ଡାର! ସିଟ୍ ଟେକି ଚମକିଲା ଗଞ୍ଜାମ ପୋଲିସ
Advertisement

କାରରେ କୁବେର ଭଣ୍ଡାର! ସିଟ୍ ଟେକି ଚମକିଲା ଗଞ୍ଜାମ ପୋଲିସ

 ଗାଡିର ଡିକି ଓ ସିଟ୍ ଟେକି ଦେଖିଲା ବେଳେ ପୋଲିସର ହୋସ ଉଡି ଯାଇଥିଲା। କାରଣ ସେହି ଗାଡିରୁ ୬ କିଲୋଗ୍ରାମ ସୁନା ଏବଂ ପ୍ରାୟ ୨୩୯ କିଲୋଗ୍ରାମ ରୁପା ଅଳଙ୍କାର ମିଳିଛି।

 

କାରରେ କୁବେର ଭଣ୍ଡାର!

ବ୍ରହ୍ମପୁର: ଏକ ବଡ ଅଳଙ୍କାର ରାକେଟର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ। ଶନିବାର ଗୋଷାଣୀ ନୁଆଁ ଗାଁ ନିକଟରେ ଏକ ଅଳଙ୍କାର ଭର୍ତ୍ତି କାରକୁ ଜବତ କାଯାଇଛି। ତେବେ ଗାଡି ଭିତରୁ ବିପୁଳ ପରିମାଣର ବେଆଇନ ସୁନା ଓ ରୁପା ଅଳଙ୍କାର ମଳିଛି।

fallback

ସୂଚନାମୁତାବକ, ଶନିବାର ସନ୍ଧ୍ୟାରେ ଅଳଙ୍କାର ଚାଲାଣ ହେଉଥିବା ଖବର ଗଞ୍ଜାମ ପୋଲିସକୁ ମଳିଥିଲା। ଏହି ସୁତ୍ରାନୁସାରେ ଗୋଷାଣୀ ନୁଆଁ ଗାଁରେ ଚେକିଂ କଡାକାଡି କରିଥିଲା। ଏହି ସମୟରେ ଏକ ୱାଗନର ଗାଡିକୁ ଠାବ କରାଯାଇଥିଲା। ଗାଡିର ଡିକି ଓ ସିଟ୍ ଟେକି ଦେଖିଲା ବେଳେ ପୋଲିସର ହୋସ ଉଡି ଯାଇଥିଲା। କାରଣ ସେହି ଗାଡିରୁ ୬ କିଲୋଗ୍ରାମରୁ ଊର୍ଦ୍ଧ୍ୱ ସୁନା ଏବଂ ପ୍ରାୟ ୨୩୯ କିଲୋଗ୍ରାମ ରୁପା ଅଳଙ୍କାର ମିଳିଛି।

fallback

ଗାଡି ସହ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ପୋଲିସର ପ୍ରାଥମିକ ତଦନ୍ତରୁ ଏହି ଅଳଙ୍କାର ତାମିଲନାଡୁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଅଳଙ୍କାର ଗୁଡିକ ପ୍ୟାକିଂ କରି ଗାଡିର ଡିକି ଏବଂ ସିଟ ତଳେ ରଖାଯାଇଥିଲା। ତେବେ ଏହାର କୌଣସି କାଗଜ ପତ୍ର ନଥିବାରୁ ତାହା ବେଆଇନ ଭାବେ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।