ବାହାଘର ପର୍ବରୁ ଯୁବକଙ୍କୁ ଗୁଳିମାଡ।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବାହାଘର ପର୍ବରୁ ଯୁବକଙ୍କୁ ଗୁଳିମାଡ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ । ମିଳିଥିବା ସୂଚନା ମୁତାବକ, ରାତି ପାହିଲେ ବିବାହ କରିଥାନ୍ତେ ମାଣିକପୁର ଗ୍ରାମର ଜିତେନ୍ଦ୍ର ବାରିକ, କିନ୍ତୁ ପୁର୍ବ ଦିନ ରାତିରେ ଯୋଜନାବଦ୍ଧ ଭାବେ ତ ତାଙ୍କୁ ଗୁଳି ମାଡ କରାଯାଇଛି। ଗୁଳିମାଡ ପରେ ଘଟଣାସ୍ଥଳରେ ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ପୂର୍ବ ଶତ୍ରୁତା କେନ୍ଦ୍ର କରି ଗୁଳି ମାଡ ହୋଇଥିବା ପରିବାର ଲୋକେ କହିଛନ୍ତି। ଗୁଳିମାଡ ପରେ ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ଜିତେନ୍ଦ୍ରଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ କଲେ, ତାହା ବର୍ତ୍ତମାନ ଜଣାପଡି ନାହିଁ। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଆହତ ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।