ଦକ୍ଷିଣ ଓଡିଶାବାସୀଙ୍କୁ ରେଳସେବା ପ୍ରଦାନ କରିବାକୁ ଉଠିଲା ଦାବି

ଏବେ ଖାଁ ଖାଁ ହୋଇପଡିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଶୀଳ ବ୍ରହ୍ମପୁର ରେଳ ଷ୍ଟେସନ, ନା ଅଟକୁଛି ଯାତ୍ରୀବାହୀ ଟ୍ରେନ ନା ଅଛି ଯାତ୍ରୀଙ୍କ ଗହଳି ଚହଳି । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ନିଶବ୍ଦତା। ହଟସ୍ପଟ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ଟ୍ରେନ ରହଣି ଉପରେ ରାଜ୍ୟ ସରକାରଙ୍କ ନିବେଦନ କ୍ରମେ ରୋକ ଲଗାଯାଇଥିଲା । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି ରେଳ ଯାତ୍ରୀ ।

ଦକ୍ଷିଣ ଓଡିଶାବାସୀଙ୍କୁ ରେଳସେବା ପ୍ରଦାନ କରିବାକୁ ଉଠିଲା ଦାବି