କମେଣ୍ଟମରାରୁ ନରସଂହାର! ହିଞ୍ଜିଳିକାଟୁରେ ୩ ଭାଇ ସମେତ ୪ ଜଣଙ୍କୁ ବୀଭତ୍ସ ହତ୍ୟା
Advertisement

କମେଣ୍ଟମରାରୁ ନରସଂହାର! ହିଞ୍ଜିଳିକାଟୁରେ ୩ ଭାଇ ସମେତ ୪ ଜଣଙ୍କୁ ବୀଭତ୍ସ ହତ୍ୟା

ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପିତଳ ଗ୍ରାମ ନିକଟରେ ୪ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଅଛନ୍ତି। 

ଡିଜାଇନ୍ ଫଟୋ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ଅପରାଧ ବଢିବାରେ ଲାଗିଛି। କ୍ୟାମେରାମ୍ୟାନ ମାନସ ଓ ପୁରୀ ସେବାୟକ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡକୁ ନେଇ ପୋଲିସ ନାକେଦମ ହୋଇଛି। ଏହାରି ମଧ୍ୟରେ ଗଞ୍ଜାମ ହିଞ୍ଜିଳିକାଟୁ ଠାରେ ଏକ ନରସଂହାର ହୋଇଛି। ମଙ୍ଗଳବାର ରାତିରେ ତିନି ଭାଇ ସମେତ ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। 

ମିଳଇଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପିତଳ ଗ୍ରାମ ନିକଟରେ ୪ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଅଛନ୍ତି। ମୃତକମାନଙ୍କ ମଧ୍ୟରେ ତିନି ଭାଇ ଓ ଜଣେ ପୁତୁରା ଅଛନ୍ତି। କମେଣ୍ଟମରା ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ପରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 

Also Read: ପାକିସ୍ତାନରେ 'ପୂଜା'ଙ୍କୁ ଗୁଳି

ସେପଟେ ହିଞ୍ଜଳିକାଟୁ ପୋଲିସ ହତ୍ୟାକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୪ ଜଣଙ୍କ ମୃତଦେହ ଜବକ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ହତ୍ୟାକାଣ୍ଡର ଛାନଭିନ ଜାରି ରହିଛି। ମାମଲାରେ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି।