• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

୫ ଦିନ ପାଇଁ ଗଞ୍ଜାମର ସମସ୍ତ ସହରାଞ୍ଚଳରେ ସଟଡାଉନ୍

ଏହି ୫ ଦିନ ମଧ୍ୟରେ ଡୋର ଟୁ ଡୋର ବୁଲି ସ୍କ୍ରୀନିଂ ଟେଷ୍ଟ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । 

୫ ଦିନ ପାଇଁ ଗଞ୍ଜାମର ସମସ୍ତ ସହରାଞ୍ଚଳରେ ସଟଡାଉନ୍

ବ୍ରହ୍ମପୁର: କୋରୋନା ଚେନକୁ ଭାଙ୍ଗିବା ଲାଗି ପୁଣିଥରେ ଜିଲ୍ଲାରେ ୫ ଦିନିଆ ସଟଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ବ୍ରହ୍ମପୁର ମହାନଗର ନିଗମ ସମେତ ହିଞ୍ଜଳିକାଟୁ ମ୍ୟୁନିସିପାଲଟି ଜିଲ୍ଲାର, ୧୬ଟି ଏନଏସି  ଓ ୫ଟି ବ୍ଲକ ହେଡକ୍ବାଟରକୁ ଜୁଲାଇ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଧରାକୋଟ, ସାନଖେମୁଣ୍ଡି, ଶେରଗଢ,ଜଗନ୍ନାଥ ପ୍ରସାଦ, ପାତ୍ରପୁର ପରି  ଏହି ୫ଟି ବ୍ଲକ ହେଡକ୍ବାଟର ସାମିଲ ରହିଛି  । 

ଏହି ୫ ଦିନ ମଧ୍ୟରେ ଡୋର ଟୁ ଡୋର ବୁଲି ସ୍କ୍ରୀନିଂ ଟେଷ୍ଟ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଏଥିଲାଗି ୨୦୦ଟି ଟିମ ଗଠନ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମରରେ ୧୦୦ଟିମ ନିୟୋଜିତ ହେବେ । ବ୍ରହ୍ମପୁର ମହାନଗର ନିଗମର ୭୨ ହଜାର ପରିବାର ବା ୪ ଲକ୍ଷ ଲୋକଙ୍କ ସ୍କ୍ରୀନିଂ ଟେଷ୍ଟ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ସହରାଞ୍ଚଳର ୫୯ ହଜାର୨ ଶହ ୫୦ ପରିବାର ବା ୩ ଲକ୍ଷ ୬ ହଜାର ୩ ଶହ ୯୧ ଲୋକଙ୍କ ସ୍କ୍ରୀନିଂ ଟେଷ୍ଟ କରିବା ଲାଗି ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ ।