ଜୀବନ ନେଲା ତିନି ଭରି ସୁନା
Advertisement

ଜୀବନ ନେଲା ତିନି ଭରି ସୁନା

ମୃତ ମହିଳା ହେଉଛନ୍ତି ମହାଦେଇପୁର ଗ୍ରାମର ମୁକୁତା ପ୍ରଧାନ। ତାଙ୍କର ବୟସ ୬୦ ବର୍ଷ। ସୋମବାର ସୋମବାର ସନ୍ଧ୍ୟାରେ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ପିନ୍ଧିଥିବା ମାତ୍ର ୩ ଭରି ସୁନା ଗହଣା ଲୁଟ ପାଇଁ ତାଙ୍କୁ ତଣ୍ଟିଚିପି ହତ୍ୟା (Murder) କରାଯାଇଥିବା ସନ୍ଦେହ କରାଯାଉଛି।

ଜୀବନ ନେଲା ତିନି ଭରି ସୁନା

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଲୋଭରେ ରାକ୍ଷସ ପାଲଟେ ମଣିଷ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଗଞ୍ଜାମର ଜରଡା ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମରେ ଦେଖିବାକୁ ମିଳିଛି। ସୋମବାର ଏଠାରେ କିଛି ସୁନା ଗହଣା ପାଇଁ ଜଣେ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ମହିଳା ହେଉଛନ୍ତି ମହାଦେଇପୁର ଗ୍ରାମର ମୁକୁତା ପ୍ରଧାନ। ତାଙ୍କର ବୟସ ୬୦ ବର୍ଷ। ସୋମବାର ସୋମବାର ସନ୍ଧ୍ୟାରେ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ପିନ୍ଧିଥିବା ମାତ୍ର ୩ ଭରି ସୁନା ଗହଣା ଲୁଟ ପାଇଁ ତାଙ୍କୁ ତଣ୍ଟିଚିପି ହତ୍ୟା (Murder) କରାଯାଇଥିବା ସନ୍ଦେହ କରାଯାଉଛି।

Also Read: ଗଡ଼ ଗୋବିନ୍ଦପୁରରେ ଗହଣା ପାଇଁ ମହିଳାଙ୍କୁ ଗଳା ଚିପି ହତ୍ୟା

ସେପଟେ ଘଟଣା ସ୍ଥଳରେ ଜରଡା ପୋଲିସ (Joroda Police) ପହଞ୍ଚି ତନାଘନା ଆରମ୍ଭ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ବୋଲି ଜରଡା ଥାନାଧିକାରୀ କହିଛନ୍ତି। ସେପଟେ ମହିଳା ଜଣକ ବିଧବା ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।