ଗଞ୍ଜାମରେ କଡ଼ା କଡ଼ି ହେଲା ଲକ୍ ଡାଉନ, ଏବେ ଏହି ସମୟରେ ଖୋଲା ରହିବ ଦୋକାନ
Advertisement
Article Detail0/zeeodisha/odisha658801

ଗଞ୍ଜାମରେ କଡ଼ା କଡ଼ି ହେଲା ଲକ୍ ଡାଉନ, ଏବେ ଏହି ସମୟରେ ଖୋଲା ରହିବ ଦୋକାନ

କରୋନା ମୁକାବିଲା କରିବା ଲାଗି ବାରମ୍ବାର ସଚେତନ କରାଯିବା ପରେ ଏବେ ଆକ୍ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭିଡ ନିୟନ୍ତ୍ରଣ ସହ ନିତି ଆବଶ୍ୟକ ସାମଗ୍ରୀ ବିକ୍ରି ଉପରେ ମଧ୍ଯ ସମୟ ସୀମା ଧାର୍ଯ୍ୟ କରାଯାଇଛି । ପରିବା ବଜାରରେ ଭିଡକୁ ନେଇ ଜୀ ଓଡ଼ିଶାରେ ଖବର ପ୍ରସାରଣ ହେବା ପରେ ନୂତନ ନିୟମ ଲାଗୁ କରିଛି ପ୍ରଶାସନ । ସକଳ

ଗଞ୍ଜାମରେ କଡ଼ା କଡ଼ି ହେଲା ଲକ୍ ଡାଉନ, ଏବେ ଏହି ସମୟରେ ଖୋଲା ରହିବ ଦୋକାନ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କରୋନା ମୁକାବିଲା କରିବା ଲାଗି ବାରମ୍ବାର ସଚେତନ କରାଯିବା ପରେ ଏବେ ଆକ୍ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭିଡ ନିୟନ୍ତ୍ରଣ ସହ ନିତି ଆବଶ୍ୟକ ସାମଗ୍ରୀ ବିକ୍ରି ଉପରେ ମଧ୍ଯ ସମୟ ସୀମା ଧାର୍ଯ୍ୟ କରାଯାଇଛି । ପରିବା ବଜାରରେ ଭିଡକୁ ନେଇ ଜୀ ଓଡ଼ିଶାରେ ଖବର ପ୍ରସାରଣ ହେବା ପରେ ନୂତନ ନିୟମ ଲାଗୁ କରିଛି ପ୍ରଶାସନ । ସକଳ 7 ଟା ଠାରୁ ଦିନ 12 ଟା ମଧ୍ୟରେ ନିତି ଆବଶ୍ୟକ ସାମଗ୍ରୀ ବିକ୍ରି କରିବା ନିମନ୍ତେ ଘୋଷଣା ହେବା ସହ ସାମୁହିକ ବିକ୍ରି ଉପରେ କଟକଣା ଜାରି ହୋଇଛି । ଆସନ୍ତା କାଲି ଠାରୁ ବିଭିନ୍ନ ୱାର୍ଡରେ ପରିବା ବିକ୍ରି ନିମନ୍ତେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ  ।

ଓଡ଼ିଶାରେ  ଲକ ଡାଉନ ଏବେ ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ଦକ୍ଷିଣ ଓଡ଼ିଶାର ବ୍ଯବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର ବଡବଜାର ଉପରେ ଏହାର ବେସ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ନିତି ଆବଶ୍ୟକ ସାମଗ୍ରୀର ଦର ଦାମ ଧୀରେ ଧୀରେ ବୃଦ୍ଧି ପାଇଥିବା ବେଳେ ନୀତି ଆବଶ୍ୟକ ସାମଗ୍ରୀ ବିକ୍ରି ଆଳୁ ପିଆଜ, ତେଲ ଓ ଡାଲି ଭଳି ସାମଗ୍ରୀର ଦର ଦାମ କିଲୋ ପିଛା 2 ରୁ 4 ଟଙ୍କା ବୃଦ୍ଧି ପାଇଥିବା ରାଜ୍ୟ ବ୍ଯବସାୟୀକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ଏଭଳି ସ୍ଥିତି ଯଦି ଆଉ କିଛି ଦିନ ରହେ ତେବେ ଅଭାବି ବିକ୍ରିର ସମ୍ଭାବନା ରହିଥିବା ବେଳେ ଲୋକେ ଘରେ ଅଜଥାରେ ସାାମଗ୍ରୀ ଗଛିତ ରଖି ବଜାରରେ କୁତ୍ରିମ କଳା ବଜାରି କୁ ପ୍ରସସୟ ନ ଦେବାକୁ ନିବେଦନ କରାଯାଇଛି ।