Trending Photos
ବ୍ରହ୍ମପୁର: ଫେଲ ମାରିଛି ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପରିବେଶ ପ୍ରଦୁଷଣ ମୁକ୍ତ ନାରା। କ୍ୟାମ୍ପସ ପରିସରରେ ଥିବା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରରୁ ନିତି ବ୍ୟାପକ ପରିମାଣର ପ୍ରଦୁଷିତ ବାୟୁ ବାହାରୁଥିବା ଦେଖିବାକୁ ମିଳିଛି. ଏପରିକି ରାସ୍ତାରେ ଯାତାୟତ କରିବା କଷ୍ଟସାଧ୍ୟ ହୋଇପଡିଛି । ବିଶାକ୍ତ ବାୟୁ ସଂସ୍ପର୍ଶରେ ଆସୁଥିବାରୁ ଆତଙ୍କିତ ଅବସ୍ଥାରେ ରୋଗୀ ଓ ସେମାନଙ୍କ ସମ୍ପର୍କିୟଙ୍କ ଠାରୁ ଆରମ୍ଭ କରି ମେଡିକାଲ କର୍ମଚାରୀ । ଏଥିପ୍ରତି ସବୁ ଜାଣିଶୁଣି ଯେମିତି ଆଖିରେ ଅନ୍ଧପୁଟଳି ବାନ୍ଧି ବସିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରରୁ ବାହାରୁଛି ପ୍ରଦୁଷିତ ବାୟୁ । ରାସ୍ତାଘାଟ ଯେମିତି ଧୁଆଁ ଆଉ ଧୁଆଁ। ମେଡିକାଲ ଆଡମିନିଷ୍ଚ୍ରେଟିଭ୍ କୋଠା ସମ୍ମୁଖରେ ଥିବା ଏହି ପରିଚାଳନା କେନ୍ଦ୍ରରୁ ଏଭଳି ପ୍ରତିଦିନ ବିଶାକ୍ତ ବାୟୁ ନିଷ୍କାସନ ହେଉଥିବା ନେଇ ଅବଗତ ଥିବା ସ୍ୱିକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ. ହେଲେ ସମାଧାନ କିନ୍ତୁ ଶୀତଳ ଭଣ୍ଡାରରେ। ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଲାଗି ଆହାର କେନ୍ଦ୍ର ସହ ଟିଭି ଓ ଯକ୍ଷ୍ମା ରୋଗ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ରହିଛି. ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ରୋଗୀ ଓ ସମ୍ପର୍କିୟଙ୍କ ଜୀବନକୁ ବିପଦ ମୁଖକୁ ଠେଲି ଦିଆଯାଇଥିବା ଭଳି ଅନୁମାନ କରାଯାଉଛି ।ଲାଇଫ ଲାଇନ୍ ଫାର୍ମା ଦ୍ୱାରା ପରିଚାଳିତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଖଞ୍ଜା ଯାଇଥିବା ମେସିନରେ ତୃଟି ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିବା ବେଳେ ଅତିଶୀଘ୍ର ସମସ୍ୟାର ସମଧାନ କରିବା ଲାଗି ଦାବି ହୋଇଛି କେନ୍ଦ୍ରରେ.
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲାରେ କୋରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ରୋଗୀଙ୍କ ସଂଖ୍ୟା କିଛି କମ ନୁହେଁ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ୬ଟି କୋଭିଡ୍ ମେଡିକାଲ ସମେତ ଏମକେସିଜି ମେଡିକାଲ ଓ ସିଟି ମେଡିକାଲର ବର୍ଯ୍ୟ ଗୁଡିକୁ ଏଠି ପରିଚାଳନା କରାଯାଉଥିବା ବେଳେ ପିପିଇ କିଟ ଓ କୋଭିଡ୍ ମେଡିକାଲର ଅନାବଶ୍ୟକ ସାମଗ୍ରୀକୁ ଏଠି ନଷ୍ଟ କରାଯାଇଥାଏ। ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସୂଚନା ପ୍ରକାରେ ପ୍ରତିଦିନ ୨୪୦ କେଜି ବର୍ଯ୍ୟବସ୍ତୁ ପରିଚାଳନାହେଉନଥିବା ବେଳେ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ଲାଣ୍ଟ ଚାଲୁ ରହିଥାଏ।
ତେବେ ମେସିନଟି ପୁରୁଣା ହୋଇଥିବା ଯୋଗୁଁ ଏଭଳି ଦୂଷିତ ବାୟୁ ବାହାରୁ ଥିବା ଖୋଦ୍ ପରିଚାଳକ ଗ୍ରହଣ କରିଥିବା ବେଳେ ଆତଙ୍କିତ ଅବସ୍ଥାରେ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କିୟ । ଅତିଶୀଘ୍ର ଏଭଳି ଏକ ସମସ୍ୟାକୁ ଅତିଶୀଘ୍ର ସମାଧାନ କରିବା ଲାଗି ଦାୟୀ ହୋଇଛି.