କୋରୋନା କୋପ: ବାଉଳା ଡାକ୍ତର, ନେଗେଟିଭଙ୍କ ପଜିଟିଭ ଟ୍ରିଟମେଣ୍ଟ !
Advertisement

କୋରୋନା କୋପ: ବାଉଳା ଡାକ୍ତର, ନେଗେଟିଭଙ୍କ ପଜିଟିଭ ଟ୍ରିଟମେଣ୍ଟ !

ଗଞ୍ଜାମ ଜିଲ୍ଲାରେ କୋରୋନା କୋପ ଥମିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ସମସ୍ତେ ଚିନ୍ତାରେ ରହିଛନ୍ତି।

କୋରୋନା କୋପ: ବାଉଳା ଡାକ୍ତର, ନେଗେଟିଭଙ୍କ ପଜିଟିଭ ଟ୍ରିଟମେଣ୍ଟ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା କୋପ ଥମିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ସମସ୍ତେ ଚିନ୍ତାରେ ରହିଛନ୍ତି। ଏପରିକି ଚିକିତ୍ସା ବିଭାଗ ମଧ୍ୟ ବାଉଳା ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏକ ଅଭାବନୀୟ ଘଟଣା କ୍ରମେ ଜଣେ କୋରୋନା ନେଗେଟିଭ ରୋଗୀର ଚିକିତ୍ସା କରିଛି ବ୍ରହ୍ମପୁର ସ୍ୱାସ୍ଥ୍ୟ ବିଭାଗ। ସେପଟେ ଉକ୍ତ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା ସୂଚନା ମିଳିଛି। 

ମିଳିଥିବା ସୂଚନା ମୁତାବକ, ଗଞ୍ଜାମରେ ଗତ ୧୪ ତାରିଖରେ ଦୁଇ ମହିଳାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ଉଭୟଙ୍କ ମଧ୍ୟରୁ ଜଣକର ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜଣକର ନେଗେଟିଭ ଆସିଥିଲା। ତେବେ ଦୁର୍ଭାଗ୍ୟବଶତଃ ଉଭୟ ରୋଗୀଙ୍କ ନାମ ସମାନ ରହିଥିଲା। ଉଭୟଙ୍କ ନାମ ଦମୟନ୍ତୀ ରହିଥିଲା। ଜଣଙ୍କର ନାମ ଦମୟନ୍ତୀ ପଣ୍ଡା ରହିଥିବା ବେଳେ ଅନ୍ୟ ଜଣକର ଦମୟନ୍ତୀ ସାହୁ ରହିଥିଲେ। 

ସୁଚନା ମୁତାବକ ବଡବଜାର ଅଞ୍ଚଳର ଦମୟନ୍ତି ସାହୁ ନାମକ ଜଣେ ମହିଳା ଗତ ୧୪ ତାରିଖରେ ନିଜର ସ୍ୱାବ ଟେଷ୍ଟ କରିଥିଲେ । ୧୮ ତାରିଖ ଦିନ ତାଙ୍କର ପଜିଟିଭ ଆସିଥିବା କହି ପାରଳା କୋଭିଡ୍ ମେଡିକାଲରେ ଭର୍ତ୍ତି କରିଥିଲେ । ୧୨ ଦିନର ଚିକିତ୍ସା ପରେ ହଟାତ୍ ସିଟି ମେଡିକାଲକୁ ସ୍ଥାନାନ୍ତର କରିଥିବା ପରିବାର ଲୋକେ ସୂଚନା ପାଇଥିଲେ । 

ତେବେ ଏହି ସମୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଦମୟନ୍ତୀ ପଣ୍ଡାଙ୍କ ବଦଳରେ ଦମୟନ୍ତୀ ସାହୁଙ୍କୁ ମେଡିକାଲରେ ଭର୍ତ୍ତି କରି ଦମୟନ୍ତୀ ପଣ୍ଡାଙ୍କ ପ୍ରେସକିପସନରେ ଦମୟନ୍ତି ସାହୁଙ୍କୁ ଚିକିତ୍ସା କରାଯାଇଛି । ସେତିକି ବେଳେ ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏପରିକି ତୃଟି ଦେଖାଇବାକୁ ଯାଇ ପ୍ରେସକିପସନରେ ମଧ୍ୟ କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛନ୍ତି ପରିବାର ଲୋକ । ସିଟି ମେଡିକାଲର ଅବହେଳାକୁ ଦାୟୀ କରି ଦମୟନ୍ତୀ ସାହୁଙ୍କ ସମ୍ପର୍କିୟ ବଡବଜାର ଥାନାକୁ ନ୍ୟାୟ ଲାଗି ଦ୍ୱାରସ୍ଥ ହୋଇଛନ୍ତି ।