ଅଡୁଆରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଇସ୍ତଫା ଦାବି କଲେ ବିରୋଧୀ
Advertisement
Article Detail0/zeeodisha/odisha603046

ଅଡୁଆରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଇସ୍ତଫା ଦାବି କଲେ ବିରୋଧୀ

ବିଜେପି ମଧ୍ୟ ଜ୍ୟୋତି ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛି । ସ୍ୱଚ୍ଛ ସରକାରରେ ଯୁବ ମନ୍ତ୍ରୀଙ୍କ ସ୍ୱଚ୍ଛତା ଗୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିଛି । ଅପରପକ୍ଷରେ ଶାସକ ବିଜେଡି ଏହାର ଜବାବରେ ରଖିଛି । ଦଳ କହିଛି ଯେ, ସରକାରଙ୍କ ତହବିଲରୁ ମନ୍ତ୍ରୀଙ୍କ ବ୍ୟତୀତ କାହା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ ।  

ଫଟୋ ସୌଜନ୍ୟ: ଏଏନଆଇ

ଭୁବନେଶ୍ୱର: ଗୃହରେ ସରକାରଙ୍କ ପକ୍ଷରୁ ଯୁବ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ କ୍ଲିନ୍ ଚିଟ୍ ମିଳିଥିଲେ ମଧ୍ୟ ଅଡ଼ୁଆ ତୁଟିନି । ବିରୋଧି ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କୁ ଗାଦିରୁ ହଟାଇବା ପାଇଁ ରଣ କୌଶଳ ଦେଖାଉଛନ୍ତି । ହାଇଦ୍ରାବାଦ ଗସ୍ତ ବେଳେ କେଉଁ ସ୍ଥିତିରେ ଦୁଇଜଣ ମହିଳା ତାଙ୍କ ସହ ଯାଇଥିଲେ । ସେମାନଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କ’ଣ? ଏହି ଦୁଇ ମହିଳାଙ୍କର ରାଜ୍ୟ ପର୍ଯ୍ୟଟନ ପାଇଁ ଅବଦାନ କ’ଣ? ଯଦି ସବୁ କିଛି ଠିକ୍ ଅଛି, ତାହାଲେ ମନ୍ତ୍ରୀ କାହିଁକି ସେହି ଦୁଇ ମହିଳାଙ୍କ ପରିଚୟ ଦେଉନାହାନ୍ତି? କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ସ୍ପଷ୍ଟୀକରଣକୁ ଗ୍ରହଣ କରାଯାଇପାରିନାହିଁ ବୋଲି କୁହାଯାଇଛି ।

ବିଜେପି ମଧ୍ୟ ଜ୍ୟୋତି ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛି । ସ୍ୱଚ୍ଛ ସରକାରରେ ଯୁବ ମନ୍ତ୍ରୀଙ୍କ ସ୍ୱଚ୍ଛତା ଗୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିଛି । ଅପରପକ୍ଷରେ ଶାସକ ବିଜେଡି ଏହାର ଜବାବରେ ରଖିଛି । ଦଳ କହିଛି ଯେ, ସରକାରଙ୍କ ତହବିଲରୁ ମନ୍ତ୍ରୀଙ୍କ ବ୍ୟତୀତ କାହା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ ।  ବ୍ୟକ୍ତିଗତ ଭାବେ କିଏ କାହାକୁ ସାଙ୍ଗରେ ନେଇ ଗଲା, ବନ୍ଧୁବାନ୍ଧବ ଓ ପରିବାର ଲୋକକୁ ସାଙ୍ଗରେ ନେଲେ କ’ଣ ବିଜେପି ଓ କଂଗ୍ରେସକୁ ପଚାରିଯିବାକୁ ପଡ଼ିବ କି ବୋଲି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଦୁଇ ମହିଳାଙ୍କ ପାଇଁ ଛନ୍ଦି ହୋଇଛନ୍ତି ମନ୍ତ୍ରୀ ଜ୍ୟୋତି ପାଣୀଗ୍ରାହୀ । ସରକାରୀ ଅର୍ଥରେ ମହିଳାଙ୍କୁ ଆପାୟିତ କରିବାର ଅଭିଯୋଗ ଆସିଛି । ହାଇଦ୍ରାବାଦ ରୋଡ ଶୋ'କୁ ଯାଇଥିବା ବେଳେ ମନ୍ତ୍ରୀଙ୍କ ସହ ଦୁଇ ମହିଳା ଯାଇଥିବାର ସମସ୍ତ ପ୍ରମାଣ ପଦାରେ ଆସିଥିଲା । ଯାହାକୁ ନେଇ ଉଭୟ ବିଧାନସଭା ଗୃହରେ ଓ ଗୃହ ବାହାରେ ଜୋରଦାର ତାତି ଦେଖା ଦେଇଥିଲା । ବିଧାନସବାରେ ଉଭୟ କଂଗ୍ରେସ ଓ ବିଜେପି ଏହି ଘଟଣାକୁ ନେଇ ହଙ୍ଗାମା କରିଥିବା ସହ ଘଟଣାର ସ୍ପଷ୍ଟୀକରଣ ମାଗିଥିଲେ । ଅନ୍ୟପକ୍ଷେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛି କଂଗ୍ରେସ ।