ବ୍ରହ୍ମପୁରରେ ଘରୋଇ ବସ ସେବା ଠପ୍
Advertisement
Article Detail0/zeeodisha/odisha601339

ବ୍ରହ୍ମପୁରରେ ଘରୋଇ ବସ ସେବା ଠପ୍

ସିଟି ବସଷ୍ଟାଣ୍ଡରୁ ଯାତାୟାତ କରୁଥିବା ସମସ୍ତ ବସକୁ ନୂତନ ବସ୍ ଟର୍ମିନାଲକୁ ସ୍ଥାନାନ୍ତର ପ୍ରସଙ୍ଗ। ଜିଲ୍ଲା ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଙ୍ଘର ଆଲୋଚନା ବିଫଳ । ଆଜି ସମସ୍ତ ଘରୋଇ ବସ ସେବା ବନ୍ଦ କରିବାକୁ ନିଷ୍ପତି ନେଇଛି ସଙ୍ଘ । 

ଫାଇଲ ଫଟୋ

ବ୍ରହ୍ମପୁର: ସିଟି ବସଷ୍ଟାଣ୍ଡରୁ ଯାତାୟାତ କରୁଥିବା ସମସ୍ତ ବସକୁ ନୂତନ ବସ୍ ଟର୍ମିନାଲକୁ ସ୍ଥାନାନ୍ତର ପ୍ରସଙ୍ଗ। ଜିଲ୍ଲା ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଙ୍ଘର ଆଲୋଚନା ବିଫଳ । ଆଜି ସମସ୍ତ ଘରୋଇ ବସ ସେବା ବନ୍ଦ କରିବାକୁ ନିଷ୍ପତି ନେଇଛି ସଙ୍ଘ । 

ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ମରାମତି ନିମନ୍ତେ ଦୁଇ ମାସ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ସମସ୍ତ ବସ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ବଦଳରେ ହଳଦିଆପଦର ବସଷ୍ଟାଣ୍ଡକୁ ଦୁଇ ମାସ ପର୍ଯ୍ୟନ୍ତ ନେବା ନିମନ୍ତେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଆଜି ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବା ଲାଗି ଧମକ ଦେଇଛନ୍ତି। ବସ ଚଳାଚଳ ବନ୍ଦ ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ।

ଆହୁରି ପଢନ୍ତୁ; ଘୋଡ଼ା ବେପାରକୁ ଭୟ, ଫ୍ଲୋର ଟେଷ୍ଟ ପୂର୍ବରୁ ହୋଟେଲରେ ବିଶ୍ୱାସ ପରୀକ୍ଷା