ହାତ ଗଣତି କେତୋଟି ସ୍ପେସାଲ ଟ୍ରେନକୁ ଛାଡିଲେ ଦୀର୍ଘ ୬ ମାସ ଧରି ଜିଲ୍ଲାରେ ରେଳ ସେବା ସମ୍ପୂନ୍ନ ଠପ ରହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ ଦକ୍ଷିଣ ଓଡିଶା ବାସୀ ।
Trending Photos
ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଦକ୍ଷିଣ ଓଡିଶା (South Odisha) ବାସୀଙ୍କ ପାଇଁ ଖୁସି ଖବର । କୋରୋନା (Corona) କାଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ଟ୍ରେନ ସେବା ଜିଲ୍ଲାରେ ବାତିଲ କରାଯ଼ାଇଥିବା ବେଳେ ପୁଣିଥରେ ଆଶା ଉଦଜୀବୀତ ହୋଇଛି । ବ୍ରହ୍ମପୁର ସହରର ବିଭିନ୍ନ ବୁଦ୍ଧିଜୀବୀ ସଙ୍ଗଠନ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାରମ୍ବାର ସରକାଙ୍କୁ ଦାବି କରିବା ସହ ରବିବାର (ସେପ୍ଟମ୍ବର ୨୭, ୨୦୨୦) ୪ ଘଣ୍ଟିଆ ରେଳରୋକ ଡାକରା ଦେଇଥିବା ବେଲେ ଅକ୍ଟୋବର ପହିଲାରୁ ଗଞ୍ଜାମ ଜିଲ୍ଲା (Ganjam) ଦେଇ ଜାତାୟତ କରୁଥିବା ସମସ୍ତ ରେଳସେବା ଯୋଗାଇଦେବା ଲାଗି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ରେଳ ରୋକକୁ ସ୍ଥଗିତ ରଖିଛି ଭାରତୀୟ ବିକାଶ ପରିଷଦ । ନିର୍ଦ୍ଧାରିତ ସମୟ ମୁତାବକ ଦାବି ପୁରଣ ନହେଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି (Gandhi Jayanti) ଠାରୁ ପୁଣିଥରେ ଆନ୍ଦୋଳନର ଡାକରା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।
ଗଞ୍ଜାମରେ ଜୋର ଧରିଲା ରେଳ ସେବା (Railway Service) କୁ ନେଇ ଆନ୍ଦୋଳନ । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦିଆଯାଇଥିଲା ୪ ଘଣ୍ଟିଆ ରେଳରୋକ ଡାକରା । ବାରମ୍ବାର ଦାବି ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର ଅକ୍ଟବର ପହିଲାରୁ ଗଞ୍ଜାମ ଦେଇ ଜାତାୟତ କରୁଥିବା ସମସ୍ତ ଟ୍ରେନ ସେବା ପାଇବେ ଲୋକେ । ହାତ ଗଣତି କେତୋଟି ସ୍ପେସାଲ ଟ୍ରେନ (Sprcial Train) କୁ ଛାଡିଲେ ଦୀର୍ଘ ୬ ମାସ ଧରି ଜିଲ୍ଲାରେ ରେଳ ସେବା ସମ୍ପୂନ୍ନ ଠପ ରହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ ଦକ୍ଷିଣ ଓଡିଶା ବାସୀ ।
ଯାହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ବୁଦ୍ଧୀଜୀବୀଙ୍କୁ ସାଥିରେ ନେଇ ଭାରତୀୟ ବିକାଶ ପରିଷଦ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଉଚ୍ଚତମ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା-ପିଆଇଏଲ (PIL-Public Interest Litigation) ମଧ୍ୟ ଦାଏର କରିଛି । ଏପରିକି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଆଜି ବ୍ରହ୍ମପୁର ରେଳ ଷ୍ଟେସନରେ ପୂର୍ବ ନିଷ୍ପତ୍ତି ମୁତାବକ ୪ ଘଣ୍ଟିଆ ରେଳରୋକ ଡାକରା ଦିଆଯାଇଥିବା ବେଳେ ସଂଘର କର୍ମକର୍ତ୍ତା ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳରୋକ ପ୍ରୟାସ ମଧ୍ୟ କରିଥିଲେ । ହେଲେ ଜନ ସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲାରେ ରେଳସେବା ସ୍ୱାଭାବିକ କରିବା ଲାଗି ରେଳ ମନ୍ତ୍ରଣାଳୟ (Railway Ministry) କୁ ଚିଠି ଲେଖିଥିବା ଓ ଅକ୍ଟୋବର ପହିଲାରୁ ରେଳସେବା ସ୍ୱାଭାବିକ ହେବା ନେଇ ଷ୍ଟେସନ ମାଷ୍ଟର ସର୍ବଜନୀନ କରିବା ପରେ ରେଳରୋକକୁ ସ୍ଥଗିତ ରଖିଛି ଭାରତୀୟ ବିକାଶ ପରିଷଦ । ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣିଥରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ସଂଘ ଚେତାବନୀ ଦେଇଛି ।
ଗଞ୍ଜାମ ସମେତ ପଡୋଶୀ ଜିଲ୍ଲାର ଲକ୍ଷାଧିକ ଲୋକ ବ୍ରହ୍ମପୁର ରେଳ ଷ୍ଟେସନ (Behrampur) ଉପରେ ନିର୍ଭର କରିଆସୁଛନ୍ତି । ହେଲେ ଗଞ୍ଜାମ ଜିଲ୍ଲାରେ କୋରନା କିଛି ଦିନ ତାଣ୍ଡବ ରଚି ଚାଲିଥିବା ବେଲେ ଭିଡ ନିୟନ୍ତ୍ରଣ ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲାରେ ରେଳସେବାକୁ ସ୍ଥଗିତ ରଖିଥିଲେ । ଯାହା ଦ୍ୱାରା ଆଜି ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଛି । ଏଭଳି ପରିସ୍ଥିରେରେ ଅନେକ କ୍ଷେତ୍ରରେ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣାକୁ କୋହଳ କରିଥିବା ବେଳେ ଏଥିରେ ରେଳ ସେବା ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି । ରେଳସେବା ଆରମ୍ଭ ହେବା ଖବର ଶୁଣିବା ପରେ ଯାତ୍ରୀଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଛି ।
ବାସ୍ତବରେ ଅକ୍ଟୋବର ପହିାଲାରୁ ଜିଲ୍ଲାରେ ରେଳସେବା ସ୍ୱାଭାବିକ ହେଉଛି ନା ସରକାରଙ୍କ ନିଷ୍ପତିରେ କିଛି ପରିବର୍ତ୍ତନ ଆସୁଛି ତାହା ପରବର୍ତ୍ତୀ ସମୟରେ ଷ୍ପଷ୍ଟ ହେବ ।