ଗଞ୍ଜାମରେ ଅଣାୟତ୍ତ ହେବାକୁ ବସିଲାଣି କୋରୋନା ପରିସ୍ଥିତି

ଗଞ୍ଜାମ ଜିଲ୍ଲାରେ ଅସମ୍ଭାଳ କରୋନା ସଂକ୍ରମଣ । ନିଆଁ ଭଳି ଦୃତ ଗତିରେ ବ୍ୟାପି ଚାଲିଛି ପଜେଟିଭଙ୍କ ସଂଖ୍ୟା । ପ୍ରଥମେ ପ୍ରବାସୀ ଆଉ ତା ପରେ କୋରୋନା ଯୋଦ୍ଧା ସଂକ୍ରମିତ ହେବାର ନଜରକୁ ଆସୁଥିବା ବେଳେ ଧିରେ ଧିରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି ଜିଲ୍ଲା 

ଗଞ୍ଜାମରେ ଅଣାୟତ୍ତ ହେବାକୁ ବସିଲାଣି କୋରୋନା ପରିସ୍ଥିତି
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଗଞ୍ଜାମରେ ଅଣାୟତ୍ତ ହେବାକୁ ବସିଲାଣି କୋରୋନା ପରିସ୍ଥିତି । ଦିନକ ମଧ୍ୟରେ ଜିଲ୍ଲାରେ ୯୬ ଜଣ ସଂକ୍ରମିତ ଚିହ୍ନଚ ହୋଇଛନ୍ତି । ଅନ୍ୟପଟେ ଆଜି ପୁଣି ଗଡିଛି  ୨ ମୁଣ୍ଡ । ଗତ ୩ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟ ସମସ୍ତଙ୍କୁ ଚିନ୍ତାରେ ପଢାଇ ଦେଇଥିବା ବେଳେ ବେଳେ ଚାରିଆଢେ ସୃଷ୍ଟି ହେଲାଣି କୋକୁଆ ଭୟ । ସେପଟେ ଅଧିକରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ସଟଡାଉନ କରି ସ୍ଥିତିରେ ନିୟନ୍ତ୍ରଣ ଆଣିବାର ପ୍ରୟାସ କରିବା ସହ ଜନସାଧାରଣଙ୍କ ପୁର୍ଣ୍ଣ ସମର୍ଥନ ଲୋଡିଛନ୍ତି ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାରେ ଅସମ୍ଭାଳ କରୋନା ସଂକ୍ରମଣ । ନିଆଁ ଭଳି ଦୃତ ଗତିରେ ବ୍ୟାପି ଚାଲିଛି ପଜେଟିଭଙ୍କ ସଂଖ୍ୟା । ପ୍ରଥମେ ପ୍ରବାସୀ ଆଉ ତା ପରେ କୋରୋନା ଯୋଦ୍ଧା ସଂକ୍ରମିତ ହେବାର ନଜରକୁ ଆସୁଥିବା ବେଳେ ଧିରେ ଧିରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି ଜିଲ୍ଲା । ଗତ ଏକ ସପ୍ତାହ ଧରି ପରିସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ସେଥିମଧ୍ୟରେ ରହିଛନ୍ତି  ୨୯ ଜଣ କୋରୋନା ଯୋଦ୍ଧା । ପୋଲିସ କର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସଭିଙ୍କୁ କୋରୋନ  ନିଜ କବଳକୁ ଅକ୍ତିହାର କରି ନେଉଥିବା ବେଳେ କିଛି ପ୍ରଶାସନିକ ଅଧିକାରୀଙ୍କ ମନବଳ ଦୁର୍ବଳ ହେବାକୁ ବସିଲାଣି । ଏଭଲି ପରିସ୍ଥିତିରେ ଜନ ସଚେତନତା ହିଁ ଏକ ମାତ୍ର ମାଧ୍ୟମ ବୋଲି କହିଛନ୍ତି ସହରର ବୁଦ୍ଧିଜୀବୀ ।

ଗଞ୍ଜାମ ଜିଲ୍ଲାରେ କୋରୋନା ଚେନକୁ ଭାଙ୍ଗିବା ଲାଗି ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥଳି ବ୍ରହ୍ମପୁରକୁ ୪ ଦିନ ସଟଡାଉନ ଜାରି ରହିଥିବା ବେଳେ ଆଜି ତୃତୀୟ ଦିନରେ ପହଞ୍ଚିଛି । ସହରର ପ୍ରତ୍ୟେକଟି ପ୍ରବେଶ ପଥକୁ ସିଲ କରାଯିବା ସହ ବାହାର ଲୋକଙ୍କୁ ପ୍ରବେଶ ନିମନ୍ତେ ବାରଣ କରାଯାଇଛି । ସେପଟେ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଗୋଷ୍ଠୀ ସଂକ୍ରମଣ ରୋକିବା ଲାଗି ଆଗାମି ୬ ଦିନ ଲାଗି ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।