ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର
Advertisement

ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର

ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ, ଆସନ୍ତା 24 ତାରିଖ ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମୋହତ୍ସବ 2019 

ସୌଜନ୍ୟ: ସୋସିଆଲ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ, ଆସନ୍ତା 24 ତାରିଖ ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମୋହତ୍ସବ 2019 । ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଦିନ ଧରି ଏହି ମୋହତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ, ଜାତୀୟ ସ୍ତରୀୟ ପଲିଶ୍ରୀ ମେଳା ଓ ହେର୍ବଲ ମେଳା ସାଙ୍ଗକୁ ମୁକ୍ତମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ ଦର୍ଶକ । ଏଥିଲାଗି ଆଜି ଭୂମି ପୂଜନ କରାଯିବା ସହ ମଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେପଟେ ବେଳାଭୂମିକୁ ଲକ୍ଷଧିକ ପର୍ଯ୍ୟଟକଙ୍କ ଓ ଦର୍ଶକଙ୍କ ସମାଗମ ହେବାକୁ ଥିବାବେଳେ, ବେଳାଭୂମି ପରିସରରେ ମୌଳିକ ସୁବିଧା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । 

fallback

ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ମୁକ୍ତମଞ୍ଚରେ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ବେଳାଭୂମି ମୋହତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଯିବେ ବଲିଉଡରୁ ଆସିଥିବା ନାମିଦାମୀ କଳାକାର । ପ୍ରଛଦପଟ ଗାୟକ ସୋନୁ ନିଗମ ଓ ସାନଙ୍କ କଣ୍ଠର ଯାଦୁରେ ଝୁମିବେ ଦର୍ଶକ । ଆସନ୍ତା ୨୪ ତାରିଖ ଠାରୁ ମୋହତ୍ସବର ଆୟୋଜନ ହେବାକୁ ଥିବାବେଳେ, ଚାଲିଛି ଜୋରଦାର ପ୍ରସ୍ତୁତି । ଜିଲ୍ଲା ପ୍ରଶାସନ ଓ ମୋହତ୍ସବ କମିଟି ପକ୍ଷରୁ ଆଜି ଭୂମିପୂଜନ କରାଯିବା ସହ ମଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ବେଳାଭୂମି ମୋହତ୍ସବକୁ ଅଧିକ ଆକର୍ଷଣ କରିବା ଲାଗି ନୂତନ ଜାଗା ଚୟନ କରାଯିବା ସହ ୩ ଲକ୍ଷ ସ୍କ୍ୱୟାର ଫୁଟ ପରିଧି ଭିତରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲାଗି ବସିବାର ବ୍ୟବସ୍ଥା ମଧ୍ୟ କରିଛି ମୋହତ୍ସବ କମିଟି । ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଚଳିତ ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ନିର୍ଭୟା କଡୀ, ସ୍ୱୟଂ ସିଧା, ସ୍ୱଚ୍ଛ ଗୋପାଳପୁର ଭଳି ବିଭିନ୍ନ ସଫଳମୟ ଯୋଜନାକୁ ଏହି ମହୋତ୍ସବ ମାଧ୍ୟମରେ ଲୋକାଭିମୁଖୀ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ମହୋତ୍ସବରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମାତ୍ରାରେ ବ୍ୟାନ କରିବା ଲାଗି ଘୋଷଣା କରିଛି ମୋହତ୍ସବ କମିଟି । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହତ୍ସବର ଶୁଭ ଉଦଘାଟନ କରିବାକୁ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରେ ସ୍ୱତନ୍ତ୍ର ରୋଡ ମେପ ପ୍ରସ୍ତୁତ କରାଯାଇଛି।

ସେପଟେ ମହୋତ୍ସବରେ ଜାତୀୟ ସ୍ତରର ପଲିଶ୍ରୀ ମେଳା ସହ ପ୍ରଥମ ଥର ଲାଗି ମହୋତ୍ସବରେ ସ୍ଥାନ ପାଇବା ହର୍ବାଲ ମେଳା । ଏଥିସହ ମହୋତ୍ସବକୁ ଉପଭୋଗ କରିବା ନିମନ୍ତେ ବୁଲିବାକୁ ଆସୁଥିବା ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ଦିନତମାମ ଜଳ କ୍ରୀଡା ସାଙ୍ଗକୁ ଅନ୍ୟାନ୍ୟ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ ଽ ଚଳିତଥର ବେଳାଭୂମି ପରିସରକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାବେଳେ, ସୁରକ୍ଷା ବେବସ୍ଥାକୁ ନେଇ ଏବେ ଆଙ୍ଗୁଳି ଉଠାଇଛନ୍ତି ପର୍ଯ୍ୟଟକ । ବେଳାଭୂମି ପରିସରରେ ଥିବା ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ପୁର୍ବରୁ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରା ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଯାହା ଫଳରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଆବଶ୍ୟକୀୟ ଆଲୋକୀକରଣ ସାଙ୍ଗକୁ ଶୌଚାଳୟ ପାନୀୟ ଜଳର ବ୍ୟବସ୍ଥା ଭଳି ମୌଳିକ ସୁବିଧା ଯୋଗାଇଦେବା ଲାଗି ଦାବି କରିଛନ୍ତି ପର୍ଯ୍ୟଟକ।