ଓଡ଼ିଶାରେ ବର୍ତ୍ତମାନ ଚିହ୍ନଟ ହେଲେ ୧୫ଜଣ ନୂଆ କୋରୋନା ପଜିଟିଭ । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୨୦କୁ ବୃଦ୍ଧି ।
Trending Photos
ଭୁବନେଶ୍ୱର: ଆଜି ଓଡ଼ିଶାରେ ହେଲେ ୧୫ଜଣ ନୂଆ କୋରୋନା ପଜିଟିଭ । ୧୫ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।
15 COVID Positive cases confirmed today:
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of Bhadrak (total positive cases in the State 20)— H & FW Dept Odisha (@HFWOdisha) April 3, 2020
୨୦ଜଣଙ୍କ ପଜିଟିଭଙ୍କ ମଧ୍ୟରକୁ ଜଣେ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଗତକାଲି ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮ଜଣ ଆକ୍ରାନ୍ତ ଥିବାବେଳେ ୨ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ନୂଆ ପଜିଟିଭ ବ୍ୟକ୍ତିମାନଙ୍କ ମଧ୍ୟରୁୁ ୭ଜଣ ଭୁବନେଶ୍ୱର ସୂର୍ଯ୍ୟନଗରର । ଏମାନେ ସମସ୍ତେ ପଞ୍ଚମ ପଜିଟିଭ ବ୍ୟକ୍ତିଙ୍କ ପରିବାର ଲୋକ ବୋଲି ସୂଚନା ମିଳିଛି । ବାକି ୩ ଜଣ ଭୁବନେଶ୍ୱର ବମିଖାଲ ଅଞ୍ଚଳର, ଜଣେ କଟକ, ଜଣେ ପୁରୀ ଓ ୨ଜଣ ଭଦ୍ରକର ବୋଲି ଜଣା ପଡ଼ିଛି ।
ଆଜି ରାଜ୍ୟରେ ୨୮୨ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲେ ବେଳେ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ୧୫ଜଣ ଆକ୍ରାନ୍ତ ଭିନ୍ନ ଭିନ୍ନ ଜିଲ୍ଲାର ଅଟନ୍ତି । ତେବେ ଗତକାଲି ୨୯୦ଟି ସାମ୍ପୁଲ ଟେଷ୍ଟ ହୋଇଥିବାବେଳେ ଏମ୍ସରେ ୫୩ଟି ପରୀକ୍ଷା କରାଯାଇଥିଲା । ୫୩ ଜଣଙ୍କ ମଧ୍ୟରୁ ୫୨ ଜଣ ନେଗେଟିଭ ଓ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଯାବଚ ରାଜ୍ୟରେ ୧୩୯୫ଜଣଙ୍କ ସାମ୍ପୁଲ ଟେଷ୍ଟ ହୋଇଛି । ଏହି ପଜିଟିଭ ବ୍ୟକ୍ତିମାନେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ କାହା କାହା ସହିତ ମିଶିଛନ୍ତି ସେ ନେଇ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଟ୍ରେସ କରାଯିବ ।
ଆଜି ଗୋଟିଏ ଦିନରେ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ନିଦ ହଜିଯାଇଛି । ତେବେ ଏ ନେଇ ନ ଡରି ସଚେତନ ହେବାର ଆବଶ୍ୟକ ରହିଛି ।