• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ

ଗଞ୍ଜାମରେ ସୀମା ଲଂଘୁଛି କୋରୋନା

Edited ByZee Odisha Desk
Published: Jul 01, 2020, 11:22 AM IST|Updated: Jul 01, 2020, 11:22 AM IST
joinshare
ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    Top 10 News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    2

    ଯାତ୍ରୀଙ୍କ ପାଇଁ ଖୁସି ଖବର ! ପାର୍ବଣରେ ରେଳବାଇ ଚଳାଇବ ୧୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍।

    3

    ହଠାତ୍ ଥରିବାକୁ ଲାଗିଲା ବିମାନ, ୪ ଘଣ୍ଟା ଧରି ଯାତ୍ରୀଙ୍କ ମନରେ ଛନକା

    4

    Rinku Singh: ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ବିବାହ ଫାଇନାଲ୍, ଜାଣନ୍ତୁ କେବେ ଓ କେଉଁଠି

    5

    Jio ୟୁଜର୍ସଙ୍କ ପାଇଁ ବଡ଼ ଖୁସି ଖବର, ଏକ ବର୍ଷ ମାଗଣାରେ ମିଳିବ...

    ଭୁବନେଶ୍ୱର: ଗଞ୍ଜାମରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟାରେ ସବୁ ରେକର୍ଡ ଭାଙ୍ଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୧୦୨ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହା ସହିତ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୫୧ଟି ମାମଲା ସାମ୍ନାକୁ ଆସିଛି। ଏହି ମାମଲା ମଧ୍ୟରୁ ୨୦୮ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୪୩ଟି ମାମଲା ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୭,୩୧୬ରେ ପହଞ୍ଚିଛି। 

    ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫,୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୦୯୪ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୨୪୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। ତେବେ କୋରୋନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଞ୍ଚିଛି। 

    ସେପଟେ ୧୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ସେହିପରି ଅନୁଗୋଳ, ସୋନପୁର ଓ ଯାଜପୁରରୁ ଜଣେ ଲେଖାଏଁ, ବାଲେଶ୍ୱର ଓ ସମ୍ବଲପୁରରୁ ଦୁଇ ଜଣ, ବରଗଡ଼ ଓ ପୁରୀରୁ ୧୨ ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଲେଖାଏଁ, କଟକରୁ ୩୨ ଜଣ, ଗଜପତିରୁ ୬ ଜଣ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୨୬ ଜଣ, ମାଲକାନଗିରିରୁ ୧୦ ଜଣ, ନୟାଗଡ଼ରୁ ୧୪ ଜଣ, ସୁନ୍ଦରଗଡ଼ରୁ ୭ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହା ବ୍ୟତୀତ ଜଣେ ଏନଡିଆରଏଫ ଯବାନ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ସୂଚନା ହୋଇଛନ୍ତି। 

     

    Add Zee News as a Preferred Source
    TAGS:
    Odisha
    Corona
    Ganjam
    lockdown