ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଶହ ପାର
Advertisement

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଶହ ପାର

ନୂଆ ମାମଲା ମଧ୍ୟରେ ସର୍ବାଧିକ ୧୨ ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । 

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଶହ ପାର

ଭୁବନେଶ୍ୱର: ଆଉ ୬୩ କୋରୋନା ଆକ୍ରାନ୍ତ ଚିହ୍ନିଟ । ଏହା ସହ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି । ନୂଆ ୬୩ ମାମଲା ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏନେଇ ସୂଚନା ଦିଆଯାଇଛି । 

ନୂଆ ମାମଲା ମଧ୍ୟରେ ସର୍ବାଧିକ ୧୨ ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୧, ଢେଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୪, ବାଲେଶ୍ୱରରୁ ୩, କଟକରୁ ୩ ଓ ସୁନ୍ଦରଗଡ଼ରୁ ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସମ୍ବଲପୁର, ଝାରସୁଗୁଡ଼ା, ପୁରୀ, ମୟୂରଭଞ୍ଜ, କୋରାପୁଟ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୧୭୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ସୁସ୍ଥ ହୋଇ ସାରିଲେଣି । ସେହିପରି ୭ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ୮୨୭ଟି ଆକ୍ଟିଭ କେସ ରହିଛି ।