ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର
Advertisement
Article Detail0/zeeodisha/odisha839970

ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର

ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ କମିଟିର ସୁପାରିଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ କଣ କାର୍ଯ୍ଯକ୍ରମ ଗ୍ରହଣ କରାଯାଉଛି ସେ ନେଇ ତଦାରଖ କରିବାକୁ ବିଧାନସଭା ପକ୍ଷରୁ ତିନୋଟି ସବ କମିଟି ଗଠନ କରାଯାଇଛି ।

ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର:  ସହରରେ ଏଣେତେଣେ ଅଳିଆ ଆବର୍ଜନା ପଡିବନି କିମ୍ବା ଅପରିସ୍କାର ହେବନାହିଁ। ଏପରିକି ସହରକୁ ବାରମ୍ବାର ସଫା କରାଯିବ।  ଏଥିସହିତ ରାଜ୍ଯର ପ୍ରଦୂଷିତ ନଦୀନାଳକୁ ପ୍ରଦୂଷଣ ମୁକ୍ତ କରାଯିବ । ଏମିତି କେତେ କଣ ଗୋଲାପୀ ଚିତ୍ର ବିଧାନସଭା ଗୃହ କମିଟିକୁ ଦେଖାଇଛନ୍ତି ସରକାର । ଏଥିସହିତ ବିଭିନ୍ନ ଶିଳ୍ପସଂସ୍ଥା , ରାଇସ ମିଲ ଆଦି ନିଜର ଆବର୍ଜନାକୁ ନଦୀ ନାଳକୁ ଛାଡୁଥିବାରୁ ଚିନ୍ତା ବଢିଛି । 

ଏଥିସହିତ ଶିଳ୍ପସଂସ୍ଥାରୁ ବାହାରୁଥିବା କାର୍ବନ (Carbon) କୁ କିଭଳି ବନ୍ଦ କରାଯିବ ସେ ସଂପର୍କରେ ବିଧାନସଭା ଗୃହ କମିଟିରେ ଚର୍ଚ୍ଚା ହୋଇଛି । ଏଥିସହିତ ରାଜ୍ଯରେ ପ୍ରଦୂଷିତ ହେଉଥିବା ୧୧ଟି ପ୍ରମୁଖ ନଦୀ ମହାନଦୀ (Mahanadi), ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ଯା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଆଦି ନଦୀର ପାଣିର ମାନ ବାରମ୍ବାର ପରୀକ୍ଷା କରିବାକୁ ଗୁରୁତ୍ବ ଦିଆଯାଇଛି । ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ କମିଟିର ସୁପାରିଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ କଣ କାର୍ଯ୍ଯକ୍ରମ ଗ୍ରହଣ କରାଯାଉଛି ସେ ନେଇ ତଦାରଖ କରିବାକୁ ବିଧାନସଭା (Assembly) ପକ୍ଷରୁ ତିନୋଟି ସବ କମିଟି ଗଠନ କରାଯାଇଛି ।ଏହି ସବ୍ କମିଟି ବ୍ଯବସ୍ଥାକୁ ତଦାରଖ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। 

Also Read: Budget2021: ଆସୁଛି ନୂଆ ପଲିସି, ରାସ୍ତାରୁ ଗାଏବ ହେବ ପୁରୁଣା ଗାଡ଼ି

ଏପଟେ ଗୃହ କମିଟି ନିକଟରେ ପ୍ରଦୂଷଣ ମୁକ୍ତ ଯୋଜନା (Pollution Free Scheme) ପାଇଁ ଖତ ଯୋଜନା, ସହରରେ ଏଣେତେଣେ ଅଳିଆ ନ ପକାଇ ବ୍ଯବସ୍ଥିତ ଭାବେ ଆବର୍ଜନାକୁ ପକାଇବା ଆଦି ବ୍ଯବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ ତଥ୍ଯ ରଖାଯାଇଛି। କିନ୍ତୁ ବିରୋଧୀ କଂଗ୍ରେସ (Congress) ଏବଂ ବିଜେପି (BJP)ର କହିବା କଥା ପ୍ରଦୂଷଣ ମୁକ୍ତ ସହର ପାଇଁ ସରକାର ବହୁ ଗୋଲାପୀ ଚିତ୍ର ଦେଖାଇଛନ୍ତି। କିନ୍ତୁ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାକୁ ଦେଖିବାର କଥା ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। 

Also Read: Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ

ସେପଟେ ବିଜେପିର କହିବା କଥା କେବଳ କଥାରେ ପ୍ରଦୂଷଣମୁକ୍ତ ବ୍ଯବସ୍ଥା ରହିଛି। କିନ୍ତୁ ପ୍ରକୃତରେ ଚିତ୍ର କିନ୍ତୁ ଅଲଗା ବୋଲି ବିଜେପି କହିଛି।  ତେଣୁ ବାଚସ୍ପତିଙ୍କ ଦ୍ବାରା କରାଯାଇଥିବା ସବ କମିଟି ସବୁକିଛି ତଦାରଖ କରି ରିପୋର୍ଟ ଦେବ ବୋଲି କୁହାଯାଇଛି । ଅନ୍ଯପକ୍ଷରେ ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ ସରକାର ସବୁବେଳେ ଉଦ୍ଯମରତ ବୋଲି ସରକାରୀ ଦଳ ପକ୍ଷରୁ କୁହାଯାଇଛି ।

Edited: Zee Odisha Desk