Budget2021: ଆସୁଛି ନୂଆ ପଲିସି, ରାସ୍ତାରୁ ଗାଏବ ହେବ ପୁରୁଣା ଗାଡ଼ି
Advertisement
Article Detail0/zeeodisha/odisha839926

Budget2021: ଆସୁଛି ନୂଆ ପଲିସି, ରାସ୍ତାରୁ ଗାଏବ ହେବ ପୁରୁଣା ଗାଡ଼ି

ସରକାର ଦେଶରେ ପ୍ରଦୁଷଣ ମାତ୍ରାକୁ କମାଇବା ପାଇଁ ସ୍କ୍ରାପ୍ ପଲିସି ଆଣିବାକୁ ଯାଉଛନ୍ତି । ଏହି ପଲିସି ଦ୍ୱାରା ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପାଇଁ ପଠାଇ ଦିଆଯିବ ।

Budget2021: ଆସୁଛି ନୂଆ ପଲିସି, ରାସ୍ତାରୁ ଗାଏବ ହେବ ପୁରୁଣା ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଯାହା ଉପରେ ସାରା ଦେଶର ରହିଥିଲା ନଜର। ତେବେ ଏହି ବଜେଟରେ ବିଭିନ୍ନ ବର୍ଗକୁ ଫୋକସ କରାଯାଇଛି ଏବଂ ବିଭିନ୍ନ ବର୍ଗକୁ ବଜେଟରୁ ବାଦ୍ ବି ଦିଆଯାଇଛି । ଏହି ବଜେଟ ମାଧ୍ୟମରେ ସରକାର ପୁରୁଣା ଗାଡ଼ିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସରକାର ଦେଶରେ ପ୍ରଦୁଷଣ ମାତ୍ରାକୁ କମାଇବା ପାଇଁ ସ୍କ୍ରାପ୍ ପଲିସି ଆଣିବାକୁ ଯାଉଛନ୍ତି । ଏହି ପଲିସି ଦ୍ୱାରା ପୁରୁଣା ଗାଡ଼ିକୁ କିଛିଦିନ ପରେ ରାସ୍ତା ଉପରେ ଚାଲିବାକୁ ନେଇ ଅନୁମତି ଦିଆଯିବ । ଏହି ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପାଇଁ ପଠାଇ ଦିଆଯିବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ନୂଆ ସ୍କ୍ରାପ୍ ପଲିସି (Scrap Policy) ର ଘୋଷଣା କରି ଅଟୋମୋବାଇଲ ସେକ୍ଟର (Auto Mobile Sector)କୁ ଏକ ବଡ ଉପହାର ଦେଇଛନ୍ତି । ପୁରୁଣା ଯାନ ରାସ୍ତାରୁ ଗାଏବ ହୋଇଗଲେ ଅଟୋମୋବାଇଲ ସେକ୍ଟରରେ ଯାନବାହାନ ବିକ୍ରୀ କ୍ଷେତ୍ରରେ ଅଧିକ ଲାଭ ହେବା ନେଇ ଆଶା ରହିଛି । କୋରୋନା ମହାମାରୀ (Corona Pandemic) ସମୟରେ ଅଟୋମୋବାଇଲ ସେକ୍ଟର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ପଲିସିର ଘୋଷଣା ପରେ ଅଟୋ ସେକ୍ଟରରେ ଯାନବାହାନର ବିକ୍ରୀ ବଢିବା ସହ ଏହି ସେକ୍ଟରର ହୋଇଥିବା କ୍ଷତି ମଧ୍ୟ ଖୁବଶୀଘ୍ର ଭରଣା ହୋଇପାରିବ ।  

Also Read: Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା

କୋରୋନା ସମୟରେ ଲୋକମାନେ ନିଜ ଗାଡି଼ କିଣିବା ଉପରେ ଅଧିକ ଫୋକସ ଦେଇଛନ୍ତି । ଏହି ସମୟରେ ପୁରୁଣା ଯାନବାହାନ ବିକ୍ରୀ ଅଧିକ ହୋଇଛି । ନୂଆ ସ୍କ୍ରାପ୍ ପଲିସି (New Scrap Policy) ଆସିବା ଦ୍ୱାରା ନୂଆ ଗାଡ଼ି କିଣିବାକୁ ଲୋକ ମାନେ ଅଧିକ ଆକୃଷ୍ଟ ହୋଇପାରିବେ । ସେପଟେ ବିଗତ ବର୍ଷ ଗୁଡ଼ିକରେ ଭାରତରେ ପ୍ରଦୁଷଣ ଏକ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। କିଛି ବଡ଼ ବଡ଼ ସହରରେ ପ୍ରଦୂଷଣ (Pollution) ମାତ୍ରା ଅତି ଖରାପ ସ୍ତରକୁ ଗତି କରିଛି । ଯାହା ଫଳରେ ଅନେକ ବରିଷ୍ଠ ନାଗରିକ ହୁଅନ୍ତୁ ବା ଛୋଟ ଶିଶୁ ଏମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ମଧ୍ଯ ସୂଚନା ରହିଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ସରକାର ଏହି ସ୍କ୍ରାପ୍ ପଲିସି ଘୋଷଣା କରାଯାଇଛି ।

Also Read: Budget 2021 Highlights: ଉପସ୍ଥାପିତ ବଜେଟର ସାରାଂଶ

ଗାଡି଼ ପୁରୁଣା ହୋଇଯିବା ପରେ ପ୍ରଦୁଷଣ ଅଧିକ ମାତ୍ରାରେ ବଢିଥାଏ । ସ୍କ୍ରାପ୍ ପଲିସି ଆସିବା ଦ୍ୱାରା ରାସ୍ତାରେ ଆଉ ପୁରୁଣା ଗାଡ଼ି ଦେଖିବାକୁ ମିଳିବନି ଏହା ସହ ପ୍ରଦୁଷଣର ମାତ୍ରା ମଧ୍ୟ କମିଯିବା ନେଇ ଆଶଙ୍କା କରାଯାଇଛି । ଏହାଦ୍ୱାରା ଲୋକ ମାନେ ଇଲେକ୍ଟ୍ରିକ୍ ଗାଡ଼ି (Electric Vehicle) ଦ୍ୱାରା ଆକୃଷ୍ଟ ହେବେ ଯାହା ଆମ ଭବିଷ୍ୟତ ପାଇଁ ଏକ ଭଲ ପ୍ରୟାସ ବୋଲି କୁହାଯାଉଛି ।