Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ
Advertisement
Article Detail0/zeeodisha/odisha839925

Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ

କୋରୋନା ଟିକାକରଣ ଲାଗି ୩୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି।  

Budget 2021: ଏଥର ୧୩୭ ପ୍ରତିଶତ ବଢିଲା ସ୍ୱାସ୍ଥ୍ୟ ବଜେଟ

ନୂଆଦିଲ୍ଲୀ: କୋରୋନା ମହାମାରୀ ସହ ସଂଗ୍ରାମ କରିବା ପରେ ଏବେ ଦେଶର ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଭାରତ ସରକାର। ଏହିକ୍ରମରେ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବ ପ୍ରଥମେ ସ୍ୱାସ୍ଥ୍ୟସେବା କଥା ଉଠାଇଥିଲେ।   

ଏନେଇ ସେ କହିଥିଲେ କେବେ ମୁଁ ଚିନ୍ତା କରିନଥିଲି ଯେ ଦେଶ ଏଭଳି ସ୍ଥିତି ମଧ୍ୟରେ ଗତି କରିବ। କୋରୋନା ମହାମାରୀ ସହ ଚାଲିଥିବା ସଂଗ୍ରାମ ସମୟରେ ଆମେ ଟିକା ନିର୍ମାଣ କରିବାରେ ସଫଳତା ପାଇଛୁ। ଏବେ ଦେଶରେ କୋଭିଡ୧୯ ଟିକକାରଣ ଚାଲିଛି।   

କୋରୋନା ମହାମାରୀ ପ୍ରକୋପକୁ ନଜରରେ ରଖି ଦେଶର ସ୍ୱାସ୍ଥ୍ୟସେବାକୁ ପୂର୍ବପେକ୍ଷା ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏହିକ୍ରମରେ କୋରୋନା ଟିକାକରଣ ଲାଗି ୩୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ସେହିପରି ଏଥର ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ୨.୩ ଲକ୍ଷ କୋଟି ଚଙ୍କାର ବ୍ୟୟବରାଦ ହୋଇଛି।  

Also Read: Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା
  
ଏଥରର ବଜେଟରେ ଅର୍ଥମନ୍ତ୍ରୀ ୬ଟି କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ କହିଛନ୍ତି ଆମେ ଆମର ଦେଶର  ନାଗରିକଙ୍କୁ କୋରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବାକୁ ପ୍ରୟାସ ଜାରି ରଖିଛୁ। ଏଥର ସ୍ୱାସ୍ଥ୍ୟ ବଜେଟକୁ  ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତ ୨୦୨୧-୨୨  ଆର୍ଥିକ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ହୋଇଥିବା ଘୋଷଣା... 

  • ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ସ୍ୱାସ୍ଥ୍ୟ ଯୋଜନା ହେବ କାର୍ଯ୍ୟକାରୀ   
  • Public Health Sector ଲାଗି Website କାର୍ଯ୍ୟକାରୀ କରାଯିବ
  • ଗ୍ରାମ ଓ ସହରାଞ୍ଚଳରେ  Wellness Centre ନିର୍ମାଣ ହେବ 
  • ଦେଶରେ ୪ଟି Virology Institute ନିର୍ମାଣ କରାଯିବ
  • ଆଗକୁ ଆହୁରି ୨ଟି କୋରୋନା ଟିକା ଆସିବ 
  • ମିଶନ ପୋଷଣ ୨.୦ କାର୍ଯ୍ୟକାରୀ କରାଯିବ 
  • ୨ଟି ମୋବାଇଳ ହସ୍ପିଟାଲ ନିର୍ମାଣ କରାଯିବ