ଘନେଇଲା ବିବାଦ; ରାଜ୍ୟପାଳଙ୍କ ସହ ଏପରି ବ୍ୟବହାର କଲେ Maha Vikas Aghadi ସରକାର
Advertisement
Article Detail0/zeeodisha/odisha846606

ଘନେଇଲା ବିବାଦ; ରାଜ୍ୟପାଳଙ୍କ ସହ ଏପରି ବ୍ୟବହାର କଲେ Maha Vikas Aghadi ସରକାର

ରାଜ୍ୟପାଳ କୋଶିୟାରୀଙ୍କୁ ଉତ୍ତରାଖଣ୍ଡର ମୌସୋରୀସ୍ଥିତ ଆଇଏସ ଏକାଡେମୀ ଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସରକାରୀ ବିମାନ ଯୋଗେ ଯାତ୍ରା କରିବାର ଥିଲା।

ଘନେଇଲା ବିବାଦ; ରାଜ୍ୟପାଳଙ୍କ ସହ ଏପରି ବ୍ୟବହାର କଲେ Maha Vikas Aghadi ସରକାର

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗ କେନ୍ଦ୍ର କରି ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର ଏବଂ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଥମିବାର ନାଁ ଧରୁନାହିଁ। ସଦ୍ୟ ପୁଣି ଥରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ହେଲିକ୍ୟାପ୍ଟର ବ୍ୟବହାର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ରାଜ୍ୟପାଳ-ସରକାର।  

ସରକାରୀ ବିମାନ ବ୍ୟବହାର କରିବାକୁ ମହାରାଷ୍ଟ୍ର ରାଜ୍ୟପାଳ (Maharastra Governor) ଭଗତ ସିଂହ କୋଶିୟାରୀଙ୍କୁ (Bhagat Singh Koshyari) ଅନୁମତି ଦେଇନାହାଁନ୍ତି ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର (Maha Vikas Aghadi)। ଯାହା ଫଳରେ ରାଜ୍ୟପାଳଙ୍କୁ ବିମାନରୁ ଓହ୍ଲାଇବାକୁ ପଡିଛି।   

Also Read: ଭୂମି ପୂଜନରେ ଶିବସେନା ସୁପ୍ରିମୋଙ୍କ ଯୋଗଦାନକୁ ନେଇ ମହବିକାଶ ଅଘାଡିରେ ନାହିଁ ମତପାର୍ଥକ୍ୟ: ଦଳୀୟ ମୁଖପାତ୍ର

ରାଜ୍ୟପାଳ କୋଶିୟାରୀଙ୍କୁ ଉତ୍ତରାଖଣ୍ଡର (Uttrakhand) ମୌସୋରୀସ୍ଥିତ (Mousori) ଆଇଏସ ଏକାଡେମୀ (IAS Academy) ଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସରକାରୀ ବିମାନ ଯୋଗେ ଯାତ୍ରା କରିବାର ଥିଲା। ହେଲେ ମହାବିକାଶ ଅଘାଡି ସରକାରର ଅନୁମତି ମିଳିନଥିବାରୁ ସେ ବିମାନରେ ବସିଥିଲେ ମଧ୍ୟ ଯାତ୍ରା କରିପାରିନଥିଲେ। ବାଧ୍ୟହୋଇ ତାଙ୍କୁ ସରକାରୀ ବିମାନରୁ ଓହ୍ଲାଇବାକୁ ପଡିଥିଲା। ଏହା ପରେ ସେ ଗୁରୁବାର ମଧ୍ୟାନ୍ନ ସାଢେ ୧୨ଟା ସମୟର ଯାତ୍ରା ଲାଗି ସ୍ପାଇସ ଜେଟ ବିମାନରେ (Spice Jet Plane) ସିଟ୍ ବୁକ୍ (Seat Book) କରିଥିଲେ।   

ଗତ ବର୍ଷ ମହାରାଷ୍ଟ୍ରରେ ଘଟିଥିବା ପାଳଘର ସାଧୁ ହତ୍ୟାକାଣ୍ଡ ଘଟଣା (Palghar Mob Saint Lynching) ପରଠାରୁ ମହାରାଷ୍ଟ୍ର ରାଜ୍ୟପାଳ କୋଶିୟାରୀ ଏବଂ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି। ଏ ଘଟଣାରେ ରାଜ୍ୟପାଳଙ୍କ ସକ୍ରିୟତାକୁ ନେଇ ଟାର୍ଗେଟ କରିଥିଲା ଶାସକ ଶିବସେନା (Shivsena)। 

Also Read: ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...

 

କୋରୋନା ସଂକଟ (Corona Crisis) କାଳରେ ମନ୍ଦିର ଖୋଲିବାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharastra Chief Minister) ଉଦ୍ଧବ ଠାକରେଙ୍କ (Uddhav Thackeray) ସହ ରାଜ୍ୟପାଳଙ୍କ ସହ ସାମ୍ନାସାମ୍ନି ହୋଇଥିଲା। ହିନ୍ଦୁ (Hindu) ସମ୍ପ୍ରଦାୟ ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଚିଠି ଲେଖିଥିଲେ ରାଜ୍ୟପାଳ କୋଶିୟାରୀ। ଯାହାକୁ ନେଇ ନାରାଜ ହୋଇଉଠିଥିଲା ଶାସକ ଶିବସେନା।   

Also Read:  ବିଜେପି ପରେ ବାରାକ ଓବାମାଙ୍କ ବିରୁଦ୍ଧରେ ଗର୍ଜିଲା ଶିବସେନା

 

ମହାରାଷ୍ଟ୍ର ରାଜ୍ୟପାଳ ଏବଂ ରାଜ୍ୟରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରଙ୍କ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାର ସଦ୍ୟତମ ମାମଲା ରାଜ୍ୟ ବିଧାନ ପରିଷଦ (Maharastra Legislative Council) ଲାଗି ୧୨ଟି ନାଁ ଅନୁମୋଦନ କରିବା ସହିତ ଜଡିତ। ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ନାମକୁ ଅନୁମୋଦନ ନକରିବା ପରେ ମହାରାଷ୍ଟ୍ର ସରକାର ତାତି ଉଠିଛନ୍ତି। ନିକଟରେ ଖବର ଆସିଥିଲା ଏ ପ୍ରସଙ୍ଗରେ ଅଘାଡି ସରକାର ରାଜ୍ୟପାଳଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।