କାର୍ଯ୍ୟକ୍ଷମ ହେଲା କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ
Advertisement
Article Detail0/zeeodisha/odisha615074

କାର୍ଯ୍ୟକ୍ଷମ ହେଲା କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ । କୃଷିଭବନରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି । ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ଦ୍ୱାରା ରପ୍ତାନି ହେବାକୁ ଥିବା କାଜୁର ମାନ ନିର୍ଦ୍ଧାରଣ ସହ ମୂଲ୍ୟଯୁକ୍ତ ହୋଇପାରିବ । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା କାଜୁ ରପ୍ତାନି ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ । କୃଷିଭବନରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି । ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ଦ୍ୱାରା ରପ୍ତାନି ହେବାକୁ ଥିବା କାଜୁର ମାନ ନିର୍ଦ୍ଧାରଣ ସହ ମୂଲ୍ୟଯୁକ୍ତ ହୋଇପାରିବ । 

ପୂର୍ବରୁ ମାନ ନିର୍ଦ୍ଧାରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।  ଚାଷୀଙ୍କ ଉତ୍ପାଦିତ କାଜୁର ମାନ ନିର୍ଦ୍ଧାରଣ ସହ ମୂଲ୍ୟ ଯୁକ୍ତ ହୋଇପାରିବ ବୋଲି ମନ୍ତ୍ରୀ ମତ ଦେଇଛନ୍ତି । 

କାଜୁ ଉତ୍ପାଦନରେ ଓଡିଶା ଦେଶର ୩ୟ  ରାଜ୍ୟ । ସମଗ୍ର ଦେଶରେ ୧ଲକ୍ଷ ୨୫ ହଜାର ମେଟ୍ରିକ ଟନ୍ କାଜୁ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ୫୧ ଲକ୍ଷ ମେଟ୍ରିକ ଟନ ଉପ୍ତାଦନ ହେଉଛି ।  ରାଜ୍ୟରେ ୩୫୦ ଟି ପ୍ରକ୍ରିୟାକରଣ ୟୁନିଟ ରହିଛି । ଗତ ଫନି ବାତ୍ୟାରେ ଅନେକ କାଜୁ ଗଛ ନଷ୍ଟ ହୋଇଛି । ସେଗୁଡିକର କ୍ଷତି ଭରଣା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଚଳିତ ବର୍ଷ ୨୨ ହଜାର ହେକ୍ଟରେ କାଜୁ ଚାଷ କରାଯାଇଛି । ବିଶେଷ କରି କଟକ, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉତ୍ପାଦନ ହାର ଅଧିକ ରହିଛି । କେନ୍ଦ୍ରମନ୍ତ୍ରୀ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟର ଶୁଭାରମ୍ଭ କରିବା ସହ କାଜୁର ମାନ ନିର୍ଦ୍ଧାରଣ ପାଇଁ ସ୍ୱତନ୍ତ୍ର ପରୀକ୍ଷାଗାର ମଧ୍ୟ ଆରମ୍ଭ କରିଛନ୍ତି । ଏହାଦ୍ୱାରା ବାହାର ରାଜ୍ୟରେ ହେଉଥିବା କାଜୁର ମାନ ପରୀକ୍ଷା ଏଣିକି ଓଡ଼ିଶାରେ ହୋଇପାରିବ ଏବଂ ଏହା ଦ୍ୱାରା ରାଜ୍ୟର କାଜୁ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।