Naveen Patnaik at Delhi: ନୀତିଶଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଭେଟିବେ ନବୀନ ?
Advertisement

Naveen Patnaik at Delhi: ନୀତିଶଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଭେଟିବେ ନବୀନ ?

Odisha CM will Meet PM Modi: ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ ଧିରେ ଧିରେ ଉଷ୍ମ ହେବାରେ ଲାଗିଛି। ତେବେ ଏହାରି ମଧ୍ୟରେ ତୁଙ୍ଗନେତାଙ୍କ ଭେଟଘାଟ ଏହି ଉଷ୍ମତାକୁ ଆହୁରି ବଢାଇ ଦେଇଛି। ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟିଥିଲେ। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ର

Naveen Patnaik at Delhi: ନୀତିଶଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଭେଟିବେ ନବୀନ ?

CM Naveen Patnaik eill meet PM Modi in Delhi: ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ (General Election) ପୂର୍ବରୁ ରାଜ୍ୟରେ ରାଜନୈତିକ (Political Issues) ମାହୋଲ ଧିରେ ଧିରେ ଉଷ୍ମ ହେବାରେ ଲାଗିଛି। ତେବେ ଏହାରି ମଧ୍ୟରେ ତୁଙ୍ଗନେତାଙ୍କ ଭେଟଘାଟ ଏହି ଉଷ୍ମତାକୁ ଆହୁରି ବଢାଇ ଦେଇଛି। ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ (Odisha Chief Minister) ନବୀନ ପଟ୍ଟନାୟକଙ୍କୁ (Naveen Patnaik) ବିହାର ମୁଖ୍ୟମନ୍ତ୍ରୀ (Bihar Chief Minister) ନୀତିଶ କୁମାର (Nitish Kumar) ଭେଟିଥିଲେ। ଆଜି ଦିଲ୍ଲୀରେ (New Delhi) ପ୍ରଧାନମନ୍ତ୍ରୀଙ୍କୁ (Prime Minister) ଭେଟିବେ (Narendra Modi) ମୁଖ୍ୟମନ୍ତ୍ରୀ (Odisha Chief Minister) ନବୀନ ପଟ୍ଟନାୟକ (Naveen Patnaik)। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀର ସରକାରୀ ବାସଭବନରେ ମୋଦି-ନବୀନ ଭେଟଘାଟର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଉଭୟ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ଦୁଇ ଦିନ ତଳେ ନବୀନଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରା। ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ମୋଦିଙ୍କୁ ସାକ୍ଷାତ କରୁଛନ୍ତି ନବୀନ ପଟ୍ଟନାୟକା ମୋଦିଙ୍କ ସହିତ ନବୀନଙ୍କ ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର ଧରିଛି। 

୨୦୨୪ ନିର୍ବାଚନ ନେଇ ମୋଦି- ନବୀନଙ୍କ ମଧ୍ୟରେ କିଛି ଆଲୋଚନା ହେବ କି, ତାକୁ ନେଇ ଅନେକ ଚର୍ଚ୍ଚା ହେଉଛିା ୨୪ ନିର୍ବାଚନ ପୂର୍ବରୁ ମୋଦି-ନବୀନଙ୍କ ସାକ୍ଷାତ ବେଶ୍ ଗୁରୁତ୍ୱବହନ କରୁଛିା ଆଜିର ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ବି ଆଲୋଚନା କରିପାରନ୍ତିା ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ବେଳେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ  ନବୀନଙ୍କୁ ଭେଟିଥିଲେ।  ୨୦୨୪ ନିର୍ବାଚନ ପୂର୍ବରୁ  ନବୀନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭେଟିବା ପରେ ନବୀନ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ସାଧାରଣରେ ଅନେକ ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ବିମାନବନ୍ଦରରୁ ସିଧାସଳଖ ମଧ୍ୟାହ୍ନରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ପ୍ରଦାନ କରି ନୀତିଶଙ୍କୁ ସ୍ୱାଗତ କରିଥିଲେ। ପରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିବା ଜଣାପଡ଼ିଛି। 

ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ୍ ପାଇଁ ନିୟମିତ ଆସିପାରୁନଥିବା ନୀତୀଶ କହିଛନ୍ତି । ଆଜିର ସାକ୍ଷାତକାରକୁ ସେ ପାରିବାରିକ ବୋଲି କହିଛନ୍ତି । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି । ସେପଟେ ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରେ ବିହାର ଭବନ କରାଯିବ। ଏଥିପାଇଁ ଦେଢ଼ ଏକର ଜମି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି । ନୀତୀଶ କୁମାର ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ନୀତୀଶଙ୍କ ସ୍ବାଗତରେ ନବୀନ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Also Read: Morning Tips: ନକରାତ୍ମକ ଶକ୍ତିରୁ ବର୍ତ୍ତିବା ପାଇଁ ସକାଳୁ କରନ୍ତୁ ଏପରି କାମ, ଜୀବନ ହେବ ସୁଖଦପୂର୍ଣ୍ଣ

Also Read: Cyclone Mocha Update: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା “ମୋକା ”, ୧୪ରେ କରିବ ଲ୍ୟାଣ୍ତଫଲ୍

Also Read: The Kerala Story: “ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!