ଦେଢ କୋଟି ଟଙ୍କାର ସିଗାରେଟ ଲୁଟର ପର୍ଦ୍ଦାଫାଶ
Advertisement
Article Detail0/zeeodisha/odisha605419

ଦେଢ କୋଟି ଟଙ୍କାର ସିଗାରେଟ ଲୁଟର ପର୍ଦ୍ଦାଫାଶ

ଦେଢ କୋଟି ଟଙ୍କାର ସିଗାରେଟ ଲୁଟର ପର୍ଦ୍ଦାଫାଶ କଲା ଖୋର୍ଦ୍ଧା ପୋଲିସ

ସୌଜନ୍ୟ: ସୋସିଆଲ ମିଡିଆ

ସୂର୍ଯ୍ୟ ନାରାୟଣ ମହାନ୍ତି, ଖୋର୍ଦ୍ଧା: ଗତ ମାସ ୪ତାରିଖରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରୁ ଏକ ସିଗାରେଟ ବୋଝେଇ କଂଟେନରରୁ ସିଗାରେଟ୍ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ପୋଲିସ । ପ୍ରାୟ ଦେଢ କୋଟି ଟଙ୍କାର ସିଗାରେଟ ଲୁଟ ହୋଇଥିବା ବେଳେ, ଖୋର୍ଦ୍ଧା ଏସପି, ବାଲୁଗାଁ ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ ଭାର ଦେଇଥିଲେ । ତେବେ ପୋଲିସ ମଧ୍ୟପ୍ରଦେଶ, ଦିଲ୍ଲୀ, ୟୁପି ଆଦି ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

ପୋଲିସ ସେମାନଙ୍କ ଠାରୁ ୨୩୮ କାଟୁନ୍ ସିଗାରେଟ ଓ ୧୦ଲକ୍ଷ ଟଙ୍କା ଜବତ କରିଥିଲେ । ଜବତ ସିଗାରେଟର ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ଟଙ୍କା ହେବ ବୋଲି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗିରଫ ଯୁବକ ଦ୍ୱୟ ମଧ୍ୟପ୍ରଦେଶ ଇନ୍ଦୋର ଅଂଚଳର ଅମିତ ଚୋପ୍ରା ଓ ଅମିତ ଚୌଧୁରୀ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।