ଗତବର୍ଷ କୋରୋନା ମାଡ ପରେ ସ୍ଥିତି ସୁଧୁରୁଥିବା ସମୟରେ ପୁଣି ଏହାର ଦ୍ୱିତୀୟ ଲହରୀ ବସ ମାଲିକଙ୍କ (Bus Owner) ଆର୍ଥିକ ମେରୁଦଣ୍ଡକୁ ଯେପରି ଭାଙ୍ଗି ଦେଇଛି।
Trending Photos
ବ୍ରହ୍ମପୁର: ଧିରେ ଧିରେ କୋରୋନା ମାହମାରୀରୁ ସ୍ୱାଭାବିକ ସ୍ଥିତିକୁ ଫେରୁଛି ଦକ୍ଷିଣ ଓଡିଶା। ‘ଏ’ ବର୍ଗରେ ଗଞ୍ଜାମ ଜିଲ୍ଲା ରହିଥିବାରୁ ଏଠାରେ ବସ ଚଳାଚଳ ପାଇଁ ମିଳିଛି ଅନୁମତି। ମାତ୍ର ଏ ପର୍ଯ୍ୟନ୍ତ ବସଷ୍ଟାଣ୍ଡରେ ସ୍ୱାଭାବିକ ଭାବେ ବସ ଚଳାଚଳ ହୋଇପାରିଲା ନାହଁ। ଏବେ ମଧ୍ୟ ବସଷ୍ଟାଣ୍ଟ ଠାରେ ଅଟକି ରହିଛି ସମସ୍ତ ଘରୋଇ ବସ। ଅପରପକ୍ଷେ ଯାତ୍ରୀଙ୍କ ଯାତାୟତରେ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୧୪ଟି ଓଏସଆରଟିସି ବସ ବ୍ରହ୍ମପୁର ଠାରେ ପହଞ୍ଚିଛି।
କୋରୋନା ମହାମାରୀ ଭିତରେ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ସ୍ଥିତିକୁ ଫେରିଛି। ‘ଏ’ ବର୍ଗରେ ରହିଥିବା ଗଞ୍ଜାମ ଜିଲ୍ଲାରେ ବସ ଯାତ୍ରା ପାଇଁ ମିଲିଛି ସବୁଜ ସଙ୍କେତ (Green Signal)। ଦୀର୍ଘ ମାସ ପରେ ବସ ଚଳାଚଳ (Bus Transporation) ପାଇଁ ଅନୁମତି ମିଳିଥିଲେ ମଧ୍ୟ ଏହା ସ୍ୱାଭାବିକ ହୋଇପାରୁନାହିଁ। ଏବେ ମଧ୍ୟ ବ୍ରହ୍ମପୁର ବସଷ୍ଟାଣ୍ଡ (Berhampur Bus Statnd) ଠାରେ ଅଟକି ରହିଛି ବସ।
Also Read: ତାଲାବନ୍ଦ କାରଣରୁ ଗଡୁନି ବସ୍, ହତାଶ ମାଲିକ, ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ
ଗତବର୍ଷ କୋରୋନା ମାଡ ପରେ ସ୍ଥିତି ସୁଧୁରୁଥିବା ସମୟରେ ପୁଣି ଏହାର ଦ୍ୱିତୀୟ ଲହରୀ ବସ ମାଲିକଙ୍କ (Bus Owner) ଆର୍ଥିକ ମେରୁଦଣ୍ଡକୁ ଯେପରି ଭାଙ୍ଗି ଦେଇଛି। ଯଦିଓ ବସ ମରାମତି (Bus Maintenance) କରାଯାଇଛି ହେଲେ ଡ଼ିଜେଲ ଦର ବୃଦ୍ଧି ହେବା ଫଳରେ ଗାଡି ଚଳାଇବା ମୁସ୍କିଲ ହୋଇପଡିଛି। କିଛି ବସ ଚଳାଚଳ କରୁଥିଲେ ମଧ୍ୟ ଅଧିକାଂଶ ବସ ମାଲିକ ଗାଡି ଚଳାଇବା କଷ୍ଟକର ହୋଇପଡୁଥିବା କହିଥିବା ବେଳେ ବସ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ସେମାନଙ୍କ ଜୀବିକା ହରାଇ ହାତ ବାନ୍ଧି ବସିଛନ୍ତି।
ବ୍ରହ୍ମପୁର ବସଷ୍ଟାଣ୍ଡରୁ ପ୍ରତିଦିନ ଗଞ୍ଜାମ, ଗଜପତି, କନ୍ଦମାଳ, ରାୟଗଡା, ମାଲାକନାଗିରି, କୋରାପୁଟ ଜିଲ୍ଲାକୁ ଶହ ଶହ ବସ ଯାତାୟତ କରିଥାଏ। ମାତ୍ର କୋରୋନା ପାଇଁ ବସରେ ଯାତ୍ରା କରିବା ପାଇଁ ଏବେ ଅମଙ୍ଗ ହେଉଛନ୍ତି ଯାତ୍ରୀ। ଅଳ୍ପ ସଂଖ୍ୟକ ଯାତ୍ରୀ ବସ ପାଇଁ ଅପେକ୍ଷା କରୁଥିଲେ ମଧ୍ୟ ଆବଶ୍ୟକ ପରିମାଣରେ ସେମାନଙ୍କ ସଂଖ୍ୟା ରହୁନଥିବାରୁ ବସ ଯା ଆସ କରିବା କଷ୍ଟକର ହୋଇପଡୁଛି।
Also Read: ଦୁର୍ଦ୍ଦିନରେ ମାଲିକ, ତଥାପି ଗଡିଲା ବସ୍
ଯାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ ଯାତାୟତ ସୁବିଧା ଲାଗି ସରକାର ଦକ୍ଷିଣ ଓଡିଶା (South Odisha) ଲାଗି ଓଡ଼ିଶା ରାଜ୍ୟ ସଡ଼କ ପରବହନ ନିଗମ (Odisha State Road Transport Corporation) ଦ୍ୱାରା ପରିଚାଳିତ ୧୪ଟି ଓଏସଆରଟିସି ବସ (OSRTC Bus) ବ୍ରହ୍ମପୁର ଠାରେ ପହଞ୍ଚିଛି। ମାତ୍ର ଘରୋଇ ବସ ଭଳି ଏହି ସରକାରୀ ବସ ମଧ୍ୟ ବସଷ୍ଟାଣ୍ଡ ଠାରେ ପଡିରହିଛି। ସରକାର ବସ ମାଲିକଙ୍କ ପାଇଁ ରୋଡ଼ ଟ୍ୟାକ୍ସ ଛାଡ ସହିତ କିଛି ସହଯୋଗ ମିଳିଲେ ବସ ଚଲାଇବାରେ ସକ୍ଷମ ହେବେ ବୋଲି କହିଛନ୍ତି ବସ ମାଲିକ।
Also Read: ପ୍ୟାକେଜ ଘୋଷଣା କରିବାକୁ ବସ ମାଲିକ ସଂଘ ପକ୍ଷରୁ ଦାବି
ଅନଲକ ପରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି ସତ। ମାତ୍ର ବସ ମାଲିକଙ୍କ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି। ଏହା ମଧ୍ୟରେ ‘ବି’ ବର୍ଗ ପାଇଁ ଯଦି ବସ ଯାତ୍ରା ପାଇଁ ଅନୁମତି ମିଲିଲେ ଆହୁରି ଉପକୃତ ହେବେ ବସ ମାଲିକ।